ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୂର୍ଯ୍ୟ ପରାଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କ’ଣ ରହିଛି ନିତୀକାନ୍ତି, ଜାଣନ୍ତୁ…

ପୁରୀ: ଆସନ୍ତା ୨୫ ତାରିଖରେ କେତୁ ଗ୍ରସ୍ଥ ଖଣ୍ଡ ଗ୍ରାସ ସୂର୍ଯ୍ୟ ପରାଗ | ଭୋର ୪:୫୭ ମିନିଟଠାରୁ ପାକ ତ୍ୟାଗ ଓ ଦେବ ନିତୀ ନିଷେଧ | ସନ୍ଧ୍ୟା ୬:୨୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସର୍ବ ମୋକ୍ଷ ହେବ | ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତୀକାନ୍ତି ପ୍ରସ୍ତୁତ କରାଯାଇଥିବା ବେଳେ ୨୪ ତାରିଖ ମଧ୍ୟ ରାତ୍ରି ୧୨ଟା ୧୦ ମିନିଟରୁ ଶ୍ରୀମନ୍ଦିର ଦ୍ୱାର ଫିଟା ନିତୀ କରାଯାଇ ମଙ୍ଗଳଆଳତୀ, ମଇଲମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଅନୁଷ୍ଠିତ ହେବା ସହ ରାଧା ଦାମୋଦର ବେଶ, ଗୋପାଳ ବଲ୍ଳଭ, ସକାଳ ଧୂପ ତଥା ବାଳଧୁପ ନିତୀ କରାଯିବ | ତତ୍ପରେ ଅମାବାସ୍ୟା ଶ୍ରୀ ନାରାୟଣ ସାଗର ବିଜେ ନିତୀ କରିବା ସହ ଭୋର ୪:୫୫ ମିନିଟ ସୁଦ୍ଧା ଭୋଗ ମଣ୍ଡପ ନିତୀ ଶେଷ କରିବାକୁ ଆଜି ଏକ ସ୍ୱତନ୍ତ୍ର ବୈଠକରେ ନିଷ୍ପତି ନିଆଯାଇଛି | ଜିଲ୍ଲାପାଳଙ୍କ ଅଧକ୍ଷତାରେ ଆଜି ଏନେଇ ଏକ ସ୍ୱତନ୍ତ୍ର ବୈଠକ ବସିଥିବା ବେଳେ ୨୫ ତାରିଖ ଦିନ ସୂର୍ଯ୍ୟପରାଗ ନିତୀ କିଭଳି ଶୃଙ୍ଖଳିତ ଭାବେ ସମାପନ ହେବ ସେନେଇ ଆଲୋଚନା କରାଯାଇଛି |

Leave A Reply

Your email address will not be published.