ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେଉଁ ରାଶି ପାଇଁ କେମିତି ରହିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ…..

ମେଷ: ରବିବାରରେ ପରିବାର ସହ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ କରିପାରନ୍ତି। ସୋମ, ମଙ୍ଗଳ, ବୁଧବାରରେ ମନରେ ବ୍ୟାକୁଳତା ଅନୁଭବ ହେବ। ପରିବାରରେ ସୁଖଶାନ୍ତିର ପରିବେଶ ରହିବ। ଗୁରୁ , ଶୁକ୍ରବାରରେ ଚିନ୍ତାରେ ବୁଡ଼ି ରହିବେ। ଶନିବାରରେ ଛାତ୍ରଛାତ୍ରୀମାନେ ସଫଳତା ପାଇବେ।

ବୃଷ: ରବିବାରରେ ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସୋମ, ମଙ୍ଗଳ, ବୁଧବାରରେ ଘରେ ଶାନ୍ତିଶୃଙ୍ଖଳା ରହିବ। ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ପ୍ରକାଶ ପାଇବ। ଗୁରୁ ,ଶୁକ୍ରବାରରେ ମହିଳାମାନେ ଅନିଶ୍ଚିତତା ରେ ରହିବେ। ବିଭିନ୍ନ କ୍ଷେତ୍ରରେ ବିଫଳତା ପାଇବେ। ଶନିବାରରେ ପଦୋନ୍ନତିର ଯୋଗ ରହିଛି।

ମିଥୁନ :ରବିବାରରେ ବିଭିନ୍ନ କାର୍ଯ୍ୟରେ ସଫଳତା ପାଇପାରନ୍ତି। ପରିବାରରେ ଲାଗିରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ସୋମ, ମଙ୍ଗଳ,ବୁଧବାରରେ ଭ୍ରମଣଯୋଗ ରହିଛି। ଗୁରୁ,ଶୁକ୍ରବାରରେ ବ୍ୟବସାୟ ପ୍ରସାରିତ ହେବ । ଶନିବାରରେ ସାମାଜିକ ଦାୟିତ୍ବବୋଧ ବୃଦ୍ଧି ପାଇବାକୁ ଲାଗିବ।

କର୍କଟ: ରବିବାରରେ କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ତୁଲାଇବେ। ସାଙ୍ଗସାଥୀଙ୍କ ସହ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୋମ,ମଙ୍ଗଳ,ବୁଧବାରରେ ବିଭିନ୍ନ କ୍ଷେତ୍ରରେ ଅର୍ଥପ୍ରାପ୍ତି ଯୋଗ ରହିଛି। ଗୁରୁ,ଶୁକ୍ରବାରରେ ଜମିଜମା କଥାକୁ ନେଇ ବିବାଦ ଉପୁଜିପାରେ। ଶନିବାରରେ ଉଚ୍ଚ ସମ୍ମାନର ଅଧିକାରୀ ହୋଇପାରନ୍ତି।

ସିଂହ: ରବିବାରରେ ଅଫିସ୍ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ସୋମ,ମଙ୍ଗଳ,ବୁଧବାରରେ କୌଣସି ବିହାହ ପ୍ରସ୍ତାବ ଆସିପାରେ। ସଫଳତା ପାଇବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିବେ। ଗୁରୁ,ଶୁକ୍ରବାରରେ ମନରେ ପ୍ରସନ୍ନତା ଭାବ ପ୍ରକାଶ ପାଇବ। ଶନିବାରରେ ବ୍ୟବସାୟ ଉତ୍ତମ ହେବ।

କନ୍ୟା: ରବିବାରରେ ମନରୁ ଖରାପ ଭାବନା ଅପସରିଯିବ। ସୋମ,ମଙ୍ଗଳ,ବୁଧବାରରେ ଆୟ ଅପେକ୍ଷା ବ୍ୟୟ କମ୍ ରହିବ । ସମୟାନୁବର୍ତ୍ତିତା ପାଇଁ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଗୁରୁ,ଶୁକ୍ରବାରରେ ନିଜର ପ୍ରିୟବନ୍ଧୁଙ୍କ ସହ ମନୋମାଳିନ୍ୟ ଦେଖାଦେବ। ଶନିବାରରେ ମହିଳାମାନେ ସହକର୍ମୀଙ୍କଠାରୁ ସହଯୋଗ ପାଇବେ।

ତୁଳା : ରବି,ସୋମବାର ମୂଲ୍ୟବାନ ଦ୍ରବ୍ୟାଦି କ୍ରୟ ପରିପାରନ୍ତି। ବ୍ୟସ୍ତତା ଭିତରେ ରହିବେ। ମଙ୍ଗଳ,ବୁଧବାର ଅସହଯୋଗରେ ଶିକାର ହେବେ। ଗୁରୁ, ଶୁକ୍ର, ଶନିବାରରେ ଦୃଢମନା ହେବେ। ସମୟ ସହ ନିଜକୁ ପରିବର୍ତ୍ତନ କରିବେ।

ବିଛା: ରବିବାରରେ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ପାଇବେ। ସୋମ,ମଙ୍ଗଳ,ବୁଧବାରରେ ସମାଜରେ ମାନସମ୍ମାନର ଅଧିକାରୀ ହେବେ । ଗୁରୁ,ଶୁକ୍ରବାରରେ ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ଦେଖାଦେବ। ଶନିବାରରେ ଅନ୍ୟକୁ ଦେଇଥିବା ଧନ ଫେରି ପାଇବେ। ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବେ।

ଧନୁ: ରବିବାରରେ ମଉଜ ମଜଲିସ୍‌ରେ ଅଧିକ ଆଗ୍ରହ ରହିବ। ସୋମ,ମଙ୍ଗଳ,ବୁଧବାରରେ କର୍ମରେ ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ। ବ୍ୟବସାୟୀମାନେ ଆଶାଠାରୁ ଅଧିକ ସଫଳତା ପାଇବେ। ଗୁରୁ,ଶୁକ୍ରବାରରେ ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ। ଶନିବାରରେ ଭାଇଭଉଣୀଙ୍କ ସହଯୋଗ ପାଇବେ।

ମକର: ରବିବାରରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। ସୋମ,ମଙ୍ଗଳ,ବୁଧବାରରେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇପାରନ୍ତି। ଗୁରୁ,ଶୁକ୍ରବାରରେ ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଶନିବାରରେ ମା ହୋଇଥିବା ଧନରେ ବୃଦ୍ଧି ଘଟିବ। ଜୀବନରେ ନୂତନ ମୋଡ଼ ସୃଷ୍ଟି ହୋଇପାରେ।

କୁମ୍ଭ: ରବିବାରରେ ପୈତୃକ ସମ୍ପତ୍ତି ହାସଲ କରିବାରେ ଆସୁଥିବା ବାଧା ଦୂର ହେବ। ସୋମ,ମଙ୍ଗଳ,ବୁଧବାରରେ କର୍ମକ୍ଷେତ୍ରରେ ପୂର୍ଣ୍ଣ ଆଗ୍ରହ ସହ କାର୍ଯ୍ୟ କରିବେ। ଗୁରୁ,ଶୁକ୍ରବାରରେ ଦାମ୍ପତ୍ୟ ଜୀବନରେ ଭୁଲ୍‌ ବୁଝାମଣା ଦେଖାଦେଇପାରେ। ଶନିବାରରେ ବ୍ୟବସାୟୀମାନଙ୍କୁ ଆଶଠାରୁ ଅଧିକ ଲାଭ ମିଳିପାେର।

ମୀନ: ରବିବାରରେ ମନ ବିଚଳିତ ହୋଇପାରେ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ । ସୋମ,ମଙ୍ଗଳ,ବୁଧବାରରେ କର୍ମକ୍ଷେତ୍ରରେ ପରିବର୍ତ୍ତନ ସହିତ ପ୍ରଗତିର ସମ୍ଭାବନା ରହିଛି। ଗୁରୁ,ଶୁକ୍ରବାରରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଶନିବାରରେ ସମସ୍ୟାର ଦୂର ହେବ। ଦୂରଯାତ୍ରା ଯୋଗ ରହିଛି।

Leave A Reply

Your email address will not be published.