ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ସପ୍ତାହର ରାଶିଫଳ

ମେଷ: ରବି,ସୋମ, ମଙ୍ଗଳବାରରେ କୌଣସି ଶୁଭ ସମାଚାର ଶୁଣିବାକୁ ପାଇବେ। କର୍ମକ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ କରିବେ।  ବୁଧ,ଗୁରୁବାରରେ ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ ବୃଦ୍ଧି ପାଇବ। ଶୁକ୍ର,ଶନିବାରରେ ବିବାଦୀୟ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ଆର୍ଥିକ ପରିସ୍ଥିତି ସୁଦୃଢ଼ ରହିବ।

ବୃଷ: ରବି,ସୋମ, ମଙ୍ଗଳବାରରେ ଉଚ୍ଚ ଆଶା କରି ମାନସିକ ଅବସାଦ ପାଇପାରନ୍ତି। ଏକାକୀ ଅନୁଭବ କରିପାରନ୍ତି।  ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ବୁଧ,ଗୁରୁବାରରେ ଧୈର୍ଯ୍ୟ ଓ ବୁଦ୍ଧି ବଳରେ କାର୍ଯ୍ୟ ହାସଲ କରିବେ। ଶୁକ୍ର,ଶନିବାରରେ ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ।

ମିଥୁନ: ରବି,ସୋମ, ମଙ୍ଗଳବାରରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ଦେଖା ଦେଇପାରେ।  କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି। ଅକସ୍ମାତ୍‌ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ବୁଧ,ଗୁରୁବାରରେ ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇବ। ଶୁକ୍ର,ଶନିବାରରେ ଅନ୍ୟକୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ।

କର୍କଟ: ରବି,ସୋମ, ମଙ୍ଗଳବାରରେ ସନ୍ତାନଙ୍କ କାର୍ଯ୍ୟକଳାପରେ ଗର୍ବିତ ହେବେ। ଆର୍ଥିକ ଅବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। ପରିବାରଠାରୁ ସହଯୋଗ ପାଇବେ।  ବୁଧ,ଗୁରୁବାରରେ ସକାରାତ୍ମକ ଚିନ୍ତାରଖି ଆଗକୁ ବଢ଼ିବେ। ଶୁକ୍ର,ଶନିବାରରେ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇପାରନ୍ତି।

ସିଂହ: ରବି,ସୋମ, ମଙ୍ଗଳବାରରେ ଜୀବନରେ କିଛି ନୂତନ ପରିବର୍ତ୍ତନ ଦେଖାଦେବ। ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ। ବ୍ୟବସାୟରେ ଲାଭବାନ ହୋଇପାରନ୍ତି।  ବୁଧ,ଗୁରୁବାରରେ ଜୀବନ ସାଥୀଙ୍କ ସହଯୋଗ ପାଇ ଉତ୍ସାହିତ ହେବେ। ଶୁକ୍ର,ଶନିବାରରେ ସାହିତ୍ୟ , ସଙ୍ଗୀତ ପ୍ରତି ଉତ୍ସାହ ବଢ଼ିବାକୁ ଲାଗିବ।

କନ୍ୟା:  ରବି,ସୋମ, ମଙ୍ଗଳବାରରେ ନିଜ ଦକ୍ଷତା ବଳରେ ଲୋକମାନଙ୍କ ପ୍ରଭାବିତ କରିବେ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ।  ବୁଧ,ଗୁରୁବାରରେ ଶତ୍ରୁମାନଙ୍କୁଠାରୁ ଦୂରେଇ ରୁହନ୍ତୁ। ଶୁକ୍ର,ଶନିବାରରେ ବିଭାଗୀୟ ଅଧିକାରୀଙ୍କଠାରୁ ଉଚିତ ପରାମର୍ଶ ପାଇବେ।

ତୁଳା: ରବି,ସୋମ, ମଙ୍ଗଳବାରରେ  ସଂପତ୍ତି କ୍ରୟ ବିକ୍ରୟ କରିବାର ସୁଯୋଗ ପାଇବେ। ଦୀର୍ଘ ଦିନପରେ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ବୁଧ,ଗୁରୁବାରରେ ବ୍ୟବସାୟିକ କାର୍ଯ୍ୟରେ  ଦୂରଯାତ୍ରା କରିପାରନ୍ତି। ଶୁକ୍ର,ଶନିବାରରେ କର୍ମକ୍ଷେତ୍ରରେ ପଦୋନ୍ନତି ସୁଯୋଗ ରହିଛି।  ଛାତ୍ରଛାତ୍ରୀ ଲେଖାପଢ଼ାରେ ଉନ୍ନତି କରିବେ।

ବିଛା:  ରବି, ସୋମ,ମଙ୍ଗଳବାରରେ  ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ନିଜ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଚେଷ୍ଟା ଜାରି ରଖିବେ। ବୁଧ,ଗୁରୁବାରରେ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବଦେଶ ଯାତ୍ରା କରିପାରନ୍ତି। ଶୁକ୍ର,ଶନିବାରରେ ବିଭିନ୍ନ କାର୍ଯ୍ୟରେ ସଫଳତା ହାସଲ କରିବେ।

ଧନୁ: ରବି,ସୋମ, ମଙ୍ଗଳବାରରେ ପ୍ରଶାସନିକ ସ୍ତରରେ  ଉଚ୍ଚ ସମ୍ମାନ ପାଇବେ । କଠିନ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ବୁଧ,ଗୁରୁବାରରେ ପ୍ରିୟଜନଙ୍କ ସହଯୋଗ ପାଇବେ।  ଶୁକ୍ର,ଶନିବାରରେ ବ୍ୟବସାୟରେ ପ୍ରସାର ପାଇଁ ନୂତନ ମାର୍ଗ ପାଇବେ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ଚିନ୍ତିତ ହୋଇପାରନ୍ତି।

ମକର: ରବି,ସୋମ, ମଙ୍ଗଳବାରରେ ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ସୁଖ ସନ୍ତୋଷ ବୃଦ୍ଧି ପାଇବ। ଆର୍ଥିକକ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବେ। ବୁଧ,ଗୁରୁବାରରେ ଭବିଷ୍ୟତ ଯୋଜନା ଫଳପ୍ରଦ ହୋଇପାରେ।  ଶୁକ୍ର,ଶନିବାରରେ ସହକର୍ମୀଙ୍କ ସହ ବାଦବିବାଦ ଉପୁଜିପାରେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ।

କୁମ୍ଭ: ରବି,ସୋମ, ମଙ୍ଗଳବାରରେ ଶତ୍ରୁର କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ। ବୁଧ, ଗୁରୁବାରରେ ପରିଶ୍ରମର ଫଳପ୍ରାପ୍ତି ହେବ। ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ଉନ୍ନତି କରିବେ। ଗୁରୁଜନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ।

ମୀନ : ରବି, ସୋମ, ମଙ୍ଗଳବାରରେ ଭବିଷ୍ୟତ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରିବେ। ଅଟକି ରହିଥିବା ଧନ ଫେରିପାଇବେ। ବୁଧ, ଗୁରୁବାରରେ କର୍ମକ୍ଷେତ୍ରରେ ନିଜର ପ୍ରତିଭାକୁ ବିକଶିତ କରିବେ।  ଶୁକ୍ର, ଶନିବାରରେ ଜୀବନରେ ଭିନ୍ନ ମୋଡ଼ ଦେଖାଦେବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନୋନିବେଶ କରିବେ।

Leave A Reply

Your email address will not be published.