ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆପଣଙ୍କ ପାଇଁ କେମିତି ରହିବ ଚଳିତ ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ରବି, ସୋମ,ମଙ୍ଗଳବାରରେ ନୂତନ ଉଦ୍ୟମ କରି ସଫଳତା ପାଇବେ। ଧୈର୍ଯ୍ୟର ସହ କାର୍ଯ୍ୟ କଲେ ଫଳପ୍ରାପ୍ତି ହେବ।ବୁଧବାରରେ ଆର୍ଥିକସ୍ଥିତି ମଜଭୁତ ରହିବ। ଶୁକ୍ର,ଶନିବାରରେ ଉଚ୍ଚ ଅଧିକାରୀଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ। ପାରିବାରିକ ଜୀବନରେ ସମସ୍ୟା ଦେଖାଦେଇ ପାେର।

ବୃଷ: ରବି, ସୋମ,ମଙ୍ଗଳବାରରେ ଦୀର୍ଘ ଦିନର ଯୋଜନା ଫଳପ୍ରଦ ହେବ। ନୂତନ ନିବେଶ କରିପାରନ୍ତି। ବୁଧବାରରେ ମନ କଥା ଜୀବନସାଥୀଙ୍କୁ କହି ସନ୍ତୋଷ ଅନୁଭବ କରିବେ। ଶୁକ୍ର,ଶନିବାରରେ ଛାତ୍ରଛାତ୍ରୀମାନଙ୍କୁ ପରିଶ୍ରମର ଉଚିତ ଫଳ ମିଳିବ। ଦାମ୍ପତ୍ୟ ଜୀବନ ସୁଖକର ହେବ।

ମିଥୁନ: ରବି, ସୋମ,ମଙ୍ଗଳବାରରେ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିପାରନ୍ତି। ତରବରିଆ ଭାବରେ ନିଷ୍ପତ୍ତି ନିଅନ୍ତୁ ନାହିଁ। ବୁଧବାରରେ ଭାଇଭଉଣୀଙ୍କ ମଧ୍ୟରେ ମତଭେଦ ଦେଖାଦେଇପାରେ। ଶୁକ୍ର,ଶନିବାରରେ ଛାତ୍ରଛାତ୍ରୀ ଲେଖାପଢ଼ାରେ ଅବହେଳା କରିବେ। କାର୍ଯ୍ୟଭାର ଅଧିକ ରହିବାରୁ ବିରକ୍ତିଭାବ ଆସିପାରେ।

କର୍କଟ : ରବି, ସୋମ,ମଙ୍ଗଳବାରରେ ଆଧ୍ୟାତ୍ମିକ ଚିନ୍ତାରେ ଦିନଟି କଟିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ। ବୁଧବାରରେ ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ପାରିବାରିକ ଜୀବନରେ ଅସ୍ଥିରତା ଦେଖାଦେଇପାରେ। ଶୁକ୍ର,ଶନିବାରରେ ଅଯଥା ମାମଲାରେ ଫସି ଯାଇପାରନ୍ତି।

ଏଥିସହିତ ପଢ଼ନ୍ତୁ

ସିଂହ: ରବି, ସୋମ,ମଙ୍ଗଳବାରରେ ଗୁରୁଜନଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ବ୍ୟବସାୟରେ ଉନ୍ନତି ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ବୁଧବାରରେ କର୍ମକ୍ଷେତ୍ରରେ ଆଗୁଆ ରହିବେ। ଶୁକ୍ର,ଶନିବାରରେ ଭାବିଚିନ୍ତି କାର୍ଯ୍ୟ କରନ୍ତୁ। ଜୀବନସାଥୀଙ୍କ ପରାମର୍ଶ ଲୋଡ଼ିପାରନ୍ତି।

କନ୍ୟା: ରବି, ସୋମ,ମଙ୍ଗଳବାରରେ ପରିବାର ସଦସ୍ୟଙ୍କ ସହ ଭଲରେ ସମୟ କଟିବ। ଆଳସ୍ୟ ଅନୁଭବ କରିବେ। ବୁଧବାରରେ ଆର୍ଥିକ କାରବାର ସମୟରେ ସର୍ତକତା ଅବଲମ୍ବନ କରନ୍ତୁ। ଶୁକ୍ର,ଶନିବାରରେ ମହିଳାମାନେ ଆଶାବାଦୀ ହେବେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

ତୁଳା: ରବି, ସୋମ,ମଙ୍ଗଳବାରରେ ଦେହ ଓ ମନ ଭଲ ରହିବ। ବେପାର ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ। ବୁଧବାରରେ ନୂତନ ନିଯୁକ୍ତି ସୁଯୋଗ ପାଇବେ। ଶୁକ୍ର,ଶନିବାରରେ ସହକର୍ମୀଙ୍କ ସହଯୋଗ ପାଇବେ। ଭ୍ରମଣଯୋଗ ରହିଛି।

ବିଛା: ରବି, ସୋମ,ମଙ୍ଗଳବାରରେ ନୂତନ କାର୍ୟ୍ୟ ପ୍ରତି ରୁଚି ବଢ଼ିବ। ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ପ୍ରଶଂସା ପାଇପାରନ୍ତି। ବୁଧବାରରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ସୁଚାରୁ ରୂପରେ ତୁଲାଇବେ। ଶୁକ୍ର,ଶନିବାରରେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ। ବହୁ ଦିନର ସ୍ବପ୍ନ ପୂରଣ ହେବ।

ଧନୁ: ରବି, ସୋମ,ମଙ୍ଗଳବାରରେ କାର୍ଯ୍ୟରେ ସୁଧାର ଆସିବ। ପ୍ରିୟଜନଙ୍କ ସହ ଭେଟ ହୋଇପାରେ । ସହକର୍ମୀଙ୍କ ସହ ତିକ୍ତତା ହୋଇପାରେ। ବୁଧବାରରେ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ଶୁକ୍ର,ଶନିବାରରେ ନୂତନ ନିବେଶରୁ ନିବୃତ୍ତ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

ମକର: ରବି, ସୋମ,ମଙ୍ଗଳବାରରେ କୌଣସି ନିଷ୍ପତ୍ତି ନେବା ସମୟରେ ଦ୍ବନ୍ଦ୍ବରେ ପଡ଼ିଯାଇପାରନ୍ତି। ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୁଧବାରରେ ଶତ୍ରୁମାନଙ୍କ କୂଟଚକ୍ରର ଶିକାର ହୋଇପାରନ୍ତି। ଶୁକ୍ର,ଶନିବାରରେ ଧର୍ମକାର୍ଯ୍ୟରେ ସମୟ କଟାଇବେ । ପରିବାରରେ ମନୋମାଳିନ୍ୟ ଦେଖା ଦେଇପାରେ।

କୁମ୍ଭ: ରବି, ସୋମ,ମଙ୍ଗଳବାରରେ ବରିଷ୍ଠ ବ୍ୟକ୍ତିଙ୍କର ସହଯୋଗ ପାଇବେ। ବିବାଦୀୟ ସ୍ଥିତିରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ଉତ୍ତମ ଲାଭ ହେବ। ବୁଧବାରରେ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ଜୀବନସାଥୀଙ୍କଠାରୁ ଯଥେଷ୍ଟ ସମ୍ମାନ ପାଇବେ। ଶୁକ୍ର,ଶନିବାରରେ କୌଣସି କଥାକୁ ନେଇ ମାନସିକ ଅବସାଦରେ ରହିପାରନ୍ତି।

ମୀନ: ରବି, ସୋମ,ମଙ୍ଗଳବାରରେ କର୍ମକ୍ଷେତ୍ରରେ ସଫଳତା ପାଇବେ। ବେପାରୀମାନଙ୍କ ପାଇଁ ଦିନଟି ଉତ୍ତମ ରହିବ। ବୁଧବାରରେ ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଛାତ୍ରଛାତ୍ରୀ ସଫଳତା ପାଇବେ। ଶୁକ୍ର,ଶନିବାରରେ ପ୍ରେମ ଓ ଦାମ୍ପତ୍ୟ ଜୀବନରେ ତର୍କବିତର୍କ ଦେଖାଦେଇ ପାରେ।

Leave A Reply

Your email address will not be published.