ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ କେଉଁ ରଙ୍ଗର ଜିଭ କେଉଁ ରୋଗ ସମ୍ପର୍କରେ ସୂଚନା ଦିଏ….

ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଙ୍କ ପାଖକୁ ଗଲେ, ସେମାନେ ସାଧାରଣତଃ ପ୍ରଥମେ ଆଖି ଓ ଜିଭ ପରୀକ୍ଷା କରିଥାନ୍ତି। କାରଣ ଆଖି ଓ ଜିଭର ରଙ୍ଗରୁ ଅନେକ ରୋଗର ପ୍ରାଥମିକ ସୂଚନା ମିଳିଥାଏ। ଆସନ୍ତୁ ଜାଣିବା, କେଉଁ ରଙ୍ଗର ଜିଭ କେଉଁ ରୋଗ ସମ୍ପର୍କରେ ସୂଚନା ଦିଏ।

-ଜିଭର ରଙ୍ଗ ନୀଳ କିମ୍ବା ବାଇଗଣୀ ହେଲେ ହୃତ୍‌ପିଣ୍ଡ ସମ୍ପର୍କିତ ରୋଗ ହୋଇଛି ବୋଲି ଜଣାପଡ଼େ। ଏହି ସ୍ଥିତିରେ ହାର୍ଟ ରକ୍ତକୁ ସଠିକ୍‌ ଭାବେ ପମ୍ପ୍‌ କରିପାରେ ନାହିଁ, କିମ୍ବା ରକ୍ତରେ ଅକ୍ସିଜେନ୍‌ କମ୍ ଅଛି ବୋଲି ଜଣାଯାଏ।

-ଯେଉଁମାନେ ଚାହା, କଫି, ବିଡ଼ି ଓ ସିଗାରେଟ୍‌ ଆଦି ଅଧିକ ପିଇଥାନ୍ତି, ସେମାନଙ୍କ ଜିଭର ରଙ୍ଗ ବାଦାମୀ ହୋଇଯାଏ। ତେଣୁ ବାଦାମୀ ରଙ୍ଗର ଜିଭ ଗ୍ୟାଷ୍ଟ୍ରିକ୍‌ ସମସ୍ୟାକୁ ସୂଚାଇ ଥାଏ।

-ଅଧିକ ଲାଲ୍‌ କିମ୍ବା ଗୋଲାପି ରଙ୍ଗର ଜିଭ ସୂଚନା ଦେଇଥାଏ ଯେ, ଶରୀରରେ ଭିଟାମିନ୍‌ ‘ବି-୧୨’ ଓ ଫଲିକ୍‌ ଏସିଡ୍‌ର ଅଭାବ ରହିଛି। ଏହାଦ୍ବାରା ଜିଭ ଉପରେ ଲାଲ୍‌ ରଙ୍ଗର ଦାଗ ଦେଖିବାକୁ ମିଳେ। ଏହାକୁ ଜିଓଗ୍ରାଫିକ୍‌ ଟଙ୍ଗ୍‌ ମଧ୍ୟ କୁହାଯାଏ।

-ଫ୍ଲୁ ଓ ଲିକୋପ୍ଲୋକିୟା କାରଣରୁ ଜିଭର ରଙ୍ଗର ଧଳା ଦେଖାଯାଏ। ଅନେକ ଜଣ ଜିଭ ଓ ପାଟି ଭଲ ଭାବେ ସଫା କରୁ ନଥିବା କାରଣରୁ ମଧ୍ୟ ଜିଭ ଧଳା ଦେଖାଯାଏ।

-ଶରୀରରେ ପୋଷକତତ୍ତ୍ବର ଅଭାବ ହେଲେ, ଜିଭର ରଙ୍ଗ ହଳଦିଆ ଦେଖାଯାଏ। ଏହା ବ୍ୟତୀତ ଲିଭର୍ ଓ ପେଟ ସମ୍ପର୍କିତ ସମସ୍ୟା ଦେଖାଗଲେ ଜିଭର ରଙ୍ଗ ହଳଦିଆ ହୋଇଯାଏ।

-ଜିଭର ରଙ୍ଗ କଳା ହେବା ଅତ୍ୟନ୍ତ କ୍ଷତିକାରକ। ଏହା କ୍ୟାନ୍ସର୍‌ ଆଶଙ୍କା ସୃଷ୍ଟି କରିଥାଏ। ଫଙ୍ଗଲ୍‌ ସଂକ୍ରମଣ ଓ ଅଲ୍‌ସର୍‌ ହେଲେ ମଧ୍ୟ ଜିଭର ରଙ୍ଗ କଳା ପଡ଼ିଯାଏ। ଅଧିକ  ଧୂମପାନ କଲେ ମଧ୍ୟ ଜିଭର ରଙ୍ଗ କଳା ପଡ଼େ।

Leave A Reply

Your email address will not be published.