ଜାଣନ୍ତୁ ଲିଭର୍ ସିରୋସିସ୍ର କାରଣ ଓ ଲକ୍ଷଣ…..

ସିରୋସିସ୍ ଅଫ୍ ଲିଭର୍ କ’ଣ
ଅନେକଗୁଡ଼ିଏ କାରଣରୁ ଲିଭର୍ ବା ଯକୃତର ସ୍ବାଭାବିକ ଟିସୁ ଟାଣ ହୋଇଯାଇଥାନ୍ତି, ଯାହାଦ୍ବାରା ଧୀେର ଧୀରେ ଲିଭର୍ ଅକାମୀ ହେବାରେ ଲାଗେ। ଏହାକୁ ଡାକ୍ତରୀ ଭାଷାରେ ‘‘ସିରୋସିସ୍ ଅଫ୍ ଲିଭର୍’’ କୁହାଯାଏ।
କାରଣ
ଏହା ମୁଖ୍ୟତ ଚାରୋଟି କାରଣରୁ ହୋଇଥାଏ। ଯଥା – ଅତ୍ୟଧÒକ ମଦ୍ୟପାନ, ମଧୁମେହ, ମେଦବହୁଳତା, ହେପାଟାଇଟିସ୍ ‘ବି’ ଓ ‘ସି’ ଭୂତାଣୁ ସଂକ୍ରମଣ।
ଲକ୍ଷଣ
ଲିଭର୍ ସିରୋସିସ୍ରେ ପ୍ରାଥମିକ ପର୍ଯ୍ୟାୟରେ ସେମିତି କିଛି ବିଶେଷ ଲକ୍ଷଣ ଦେଖାଯାଇନଥାଏ। କେବଳ ଶରୀର କ୍ଳାନ୍ତି (ଟାଏଡ୍ନେସ୍), ଭୋକ କମିଯିବା ଏବଂ ଓଜନ ହ୍ରାସ ଭଳି ଲକ୍ଷଣ ଦେଖାଯାଏ। କିନ୍ତୁ ରୋଗ ଗୁରୁତର (ଆଡଭାନ୍ସ ଷ୍ଟେଜ୍) ହୋଇଗଲେ, ପେଟରେ ପାଣି ଜମିଯାଏ, ପାଦ ଫୁଲିଯାଏ, ଜଣ୍ଡିସ୍ ଦେଖାଯାଏ ତଥା ଆଖÒ ଓ ପରିସ୍ରା ହଳଦିଆ ହୋଇଯାଏ। କିଛି କ୍ଷେତ୍ରରେ ରକ୍ତବାନ୍ତି ଓ କଳାଝାଡ଼ା ହୋଇଥାଏ। ରକ୍ତହୀନତା (ଆନିମିଆ) ହୋଇ ଶରୀର ଶେଥା ପଡ଼ିଯାଏ।
ରୋଗ ଚିହ୍ନଟ
ଏହି ରୋଗକୁ ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା, ଯଥା – ସିବିସି (କମ୍ପ୍ଲିଟ୍ ବ୍ଲଡ୍ କାଉଣ୍ଟ୍) ଓ ଏଲ୍ଏଫ୍ଟି (ଲିଭର୍ ଫଙ୍କସନ୍ ଟେଷ୍ଟ୍) ଦ୍ବାରା ନିରୂପଣ ହୁଏ। ଏହା ବ୍ୟତୀତ ପୂରା ପେଟର ଅଲ୍ଟ୍ରାସାଉଣ୍ଡ୍, ଲିଭର୍ର ଅଲ୍ଟ୍ରାସାଉଣ୍ଡ୍ ଏବଂ ଲିଭର୍ର ଇଲାଷ୍ଟୋଗ୍ରାଫି ମଧ୍ୟ କରାଯାଏ। ଆବଶ୍ୟକସ୍ଥଳେ ଲିଭର୍ର ସିଟି ସ୍କାନ୍ ବି କରାଯାଇଥାଏ।
ଚିକିତ୍ସା
ଯଦି ରୋଗ ପ୍ରାଥମିକ ଅବସ୍ଥାରେ ଅଛି, ତେବେ ଏହାକୁ ଅନେକ ଅତ୍ୟାଧୁନିକ ଔଷଧ ଦ୍ବାରା ଚିକିତ୍ସା କରାଯାଇଥାଏ। କିନ୍ତୁ ରୋଗ ଯଦି ଗୁରୁତର ଅବସ୍ଥା (ଆଡଭାନ୍ସ ଷ୍ଟେଜ୍)ରେ ଅଛି, ତେବେ ଲିଭର୍ ଟ୍ରାନ୍ସପ୍ଲାଣ୍ଟେସନ୍ (ଯକୃତ୍ ପ୍ରତିରୋପଣ) କରିବାକୁ ପରାମର୍ଶ ଦିଆଯାଏ।
ପେଟ ଓ ଲିଭର୍ ରୋଗ ବିଶେଷଜ୍ଞ
ସାଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜି ଆଣ୍ଡ୍ ଲିଭର୍ ସାଇନ୍ସ
ଶହୀଦ ନଗର, ଭୁବନେଶ୍ବର
ମୋ : ୭୭୩୫୨ ୪୧୮୪୫