ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାକରୁ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ବ ବିଷୟରେ…..

ଜ୍ୟୋତିଷ ଶାସ୍ତ୍ରରେ ମଣିଷର ଜାତକ ତଥା କୁଣ୍ଡଳୀରୁ ଭବିଷ୍ୟତ ଗଣନା କରାଯାଏ। କିନ୍ତୁ ସାମୁଦ୍ରିକ ଶାସ୍ତ୍ରରେ ଜଣେ ବ୍ୟକ୍ତିଙ୍କର ଶରୀରିକ ଗଠନରୁ ତାଙ୍କ ସମ୍ପର୍କରେ ଅନେକ କଥା ଜାଣି ହୋଇଥାଏ। ତେବେ ଆସନ୍ତୁ ଜାଣିବା ନାକର କେଉଁ ଆକୃତି କିଭଳି ବ୍ୟକ୍ତିତ୍ବର ସୂଚନା ଦେଇଥାଏ।

ସିଧା ନାକ

ଯେଉଁ ବ୍ୟକ୍ତିଙ୍କର ନାକ ସିଧା ଥାଏ, ସେମାନେ ସ୍ବଭାବରେ ସରଳ ଥିଲେ ମଧ୍ୟ ସହଜରେ ନିଜ ମନକଥା କାହା ଆଗରେ ପ୍ରକାଶ କରନ୍ତି ନାହିଁ। ଅତି କଠିନ ପରିସ୍ଥିତିରେ ଏମାନେ ଧୈର୍ଯ୍ୟ ହରାନ୍ତି ନାହିଁ ଏବଂ ବୁଦ୍ଧିବିଚାର କରି କାମ କରିଥାନ୍ତି। ତାଙ୍କ ମନରେ କ’ଣ ଚାଲିଛି, ତାହା ବୁଝିବା କଷ୍ଟକର ଏବଂ ପ୍ରେମରେ ଏମାନେ ଅସଫଳ ହୋଇଥାନ୍ତି।

ଚେପଟା ନାକ

ଏଥିସହିତ ପଢ଼ନ୍ତୁ

ଚେପଟା ନାକର ବ୍ୟକ୍ତି ସ୍ବଭାବ ବହୁତ ଭଲ ହେଲେ ମଧ୍ୟ ଏମାନେ ଅନିଶ୍ଚିତତା ଭିତରେ ଗତି କରନ୍ତି। ଏମାନଙ୍କ ମୁଡ୍‌ କେତେବେଳେ ପରିବର୍ତ୍ତନ ହୋଇଯିବ ତାହା କେହି କହିପାରିବେ ନାହିଁ। ଏମାନେ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେଇନଥାନ୍ତି। ଅନ୍ୟମାନେ ଏମାନଙ୍କ ସ୍ବଭାବ ଦ୍ବାରା ଖୁବ୍ ଶୀଘ୍ର ପ୍ରଭାବିତ ହୋଇଥାନ୍ତି। କଳା ଓ କ୍ରୀଡ଼ା କ୍ଷେତ୍ରରେ ଏମାନଙ୍କର ରୁଚି ଥାଏ। ଏମାନେ ବହୁତ ସଚ୍ଚୋଟ ଓ ପରିବାରର ନାମକୁ ଉଜ୍ଜ୍ବଳ କରିଥାନ୍ତି।

ଶୁଆ ନାକ

ଅଧିକ ପଢନ୍ତୁ

ଶୁଆ ଭଳି ଆଗକୁ ଝୁଙ୍କି ରହିଥିବା ନାକର ଗଠନ ଥ୍ଖବା ଲୋକମାନେ ସ୍ବଭାବରେ ବହୁତ ଚାଲାକ୍‌ ହୋଇଥାନ୍ତି। ଏମାନେ କ୍ଷୀଣକୋପୀ ହୋଇଥାନ୍ତି। ସଫଳତା ପାଇବା ପାଇଁ ଏମାନେ ବ୍ୟଗ୍ର। ନିଜର କାମ ହାସଲ କରିବାରେ ଏମାନେ ମାହିର୍‌।

ଉଠି ରହିଥିବା ନାକ

ଏଭଳି ବ୍ୟକ୍ତି ନିଜ କାମରେ ବହୁତ ସକ୍ରିୟ ଥାଆନ୍ତି। ଏମାନେ କାହା ଉପରେ ଶୀଘ୍ର ଭରସା କରନ୍ତି ନାହିଁ। ଏମାନଙ୍କର ସ୍ବଭାବ ସଚ୍ଚୋଟ ଓ ବିଶ୍ବାସଯୋଗ୍ୟ। ତେଣୁ ଏମାନଙ୍କ ବନ୍ଧୁ ପରିସର ଅଧିକ ଥାଏ।

ଛୋଟ ନାକ

ଛୋଟ ନାକ ଥିବା ବ୍ୟକ୍ତି ବହୁତ ମନମୌଜି ସ୍ବଭାବର ହୋଇଥାନ୍ତି। ତେଣୁ ସେମାନଙ୍କ ପରିବାର, ସାଙ୍ଗସାଥୀ ଓ ବନ୍ଧୁମାନେ ତାଙ୍କୁ ଅଂହକାରୀ ଓ ଗର୍ବୀ ବୋଲି ଭାବିଥାନ୍ତି। ଏମାନଙ୍କୁ ଯଦି କେହି ହଇରାଣ ନ କରନ୍ତି, ତେବେ ଏମାନେ ସବୁବେଳେ ଖୁସିରେ ଥାଆନ୍ତି। କୌଣସି ବାଦବିବାଦ ମଧ୍ୟରେ ପଶିବା ଏମାନଙ୍କୁ ଭଲ ଲାଗେନାହିଁ। କିନ୍ତୁ ଯଦି କେହି ଏମାନଙ୍କୁ ହଇରାଣ କରନ୍ତି, ତେବେ ତାଙ୍କୁ ପାନେ ଚଖାଇବା ପାଇଁ ଯେକୌଣସି ସୀମା ଲଂଘି ପାରନ୍ତି।

ସିଧା ଓ ଲମ୍ବା ନାକ

ଖଣ୍ଡା ଭଳି ସିଧା ଓ ଲମ୍ବା ନାକ ଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଜୀବନରେ ବହୁତ କିଛି ଲାଭ କରିଥାନ୍ତି। ଏମାନଙ୍କ ବ୍ୟବହାର ବହୁତ ଭଲ ଓ ହୃଦୟ ସଫା ଥାଏ। ମଉଜ କରିବା ଏମାନଙ୍କୁ ଭଲ ଲାଗିଥାଏ।

ଛୋଟ ଓ ମୋଟା ନାକ

ସମୁଦ୍ରଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିମାନଙ୍କର ନାକ ଛୋଟ ଓ ମୋଟା, ସେମାନେ ରୋମାଣ୍ଟିକ୍‌ ସ୍ବଭାବର ହୋଇଥାନ୍ତି। ପ୍ରେମ ବିବାହ କରିବାକୁ ପସନ୍ଦ କରନ୍ତି। ମୋଟା ନାକ ଥିବା ବ୍ୟକ୍ତି ଶବ୍ଦଜାଲ ବୁଣିବାରେ ମାହିର୍‌ ହୋଇଥାନ୍ତି। ଏଭଳି ଲୋକ ସମାଜରେ ବହୁତ ସମ୍ମାନପ୍ରାପ୍ତି କରିଥାନ୍ତି।

Leave A Reply

Your email address will not be published.