ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ ଚାକିରି ସହ କିପରି କରିବେ ପରୀକ୍ଷା ପ୍ରସ୍ତୁତି….

ସାଧାରଣତଃ ଚାକିରି ସହ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ସମସ୍ତଙ୍କ ପକ୍ଷେ ସହଜ ହୋଇ ନ ଥାଏ। ଫଳରେ ଅନେକ ଚାକିରି ଛାଡ଼ିବାର ନିଷ୍ପତ୍ତି ନିଅନ୍ତି। ତେବେ ଉତ୍ତମ ତଥା ଉପଯୁକ୍ତ ଯୋଜନା ଓ ଟାଇମ୍ ମ୍ୟାନେଜମେଣ୍ଟ କରିପାରିଲେ, ଚାକିରି ସହ ପରୀକ୍ଷା ପ୍ରସ୍ତୁତି କରିବା ସହଜ ହୁଏ।

ପ୍ରତିଦିନ ୩-୪ ଘଣ୍ଟା ପଢ଼ିବା ପାଇଁ ସମୟ ନିର୍ଦ୍ଧାରିତ କରନ୍ତୁ। ଛୁଟିଦିନରେ ଅଧିକ ସମୟ ପଢ଼ିବା ଦିଗରେ ଗୁରୁତ୍ବ ଦିଅନ୍ତୁ।

ସିଲାବସ୍‌, ଏଗଜାମ୍ ପ୍ୟାଟର୍ଣ୍ଣ ବିଷୟରେ ଭଲ ଭାବେ ଜାଣନ୍ତୁ। ଏହାଦ୍ବାରା ନୋଟ୍‌, ରିଭିଜନ୍‌ କରିବା ଲାଗି ସମୟ ମିଳେ।

ମକ୍‌ ଟେଷ୍ଟ୍ ଦ୍ବାରା ଅଭିଜ୍ଞତା ବଢ଼େ। ଏହା ଦ୍ବାରା ଜାଣିପାରିବେ, କେଉଁଥିରେ ଦୁର୍ବଳ ଅଛନ୍ତି।

ପରୀକ୍ଷାକୁ ନେଇ ମନରେ ଭୟ ତଥା ନକାରାତ୍ମକ ଚିନ୍ତାଧାରା ରଖିଲେ, ସମସ୍ୟା ବଢ଼ିଥାଏ।

କଠିନ ପରିଶ୍ରମ କରୁଥିଲେ ନିଜ ଉପରେ ଆତ୍ମବିଶ୍ବାସ ରଖନ୍ତୁ।

ପରୀକ୍ଷା ପ୍ରସ୍ତୁତି ଲାଗି ଅନ୍‌ଲାଇନ କୋଚିଂ ମଧ୍ୟ ଏକ ଭଲ ବିକଳ୍ପ। ଏହାଦ୍ବାରା ପଢ଼ା ସହଜ ହୋଇଥାଏ।

ଏକୁଟିଆ ପଢ଼ିବାକୁ ଭଲ ନ ଲାଗିଲେ, ସାଙ୍ଗସାଥୀଙ୍କ ସହ ମିଶି ପଢ଼ିପାରିବେ। ଏହା ଦ୍ବାରା ବହୁତ କିଛି ଜାଣି ହୁଏ ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ବି କରି ହୁଏ।

Leave A Reply

Your email address will not be published.