ଜନ୍ତରମନ୍ତରରେ କୃଷକ ମହାପଞ୍ଚାୟତ: ଦିଲ୍ଲୀ ଯାଉଥିବା ଚାଷୀଙ୍କୁ ସିଙ୍ଗୁ, ଟିକ୍ରି ଓ ଗାଜିପୁର ସୀମାରେ ଅଟକାଇଲା ପୁଲିସ

ନୂଆଦିଲ୍ଲୀ: ସୋମବାର ଦିନ ସଂୟୁକ୍ତ କିଷାନ୍ ମୋର୍ଚ୍ଚା ଦିଲ୍ଲୀର ଜନ୍ତରମନ୍ତରରେ ଏମଏସପି ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବି ନେଇ କିଷାନ୍ ମହାପଞ୍ଚାୟତ ଚାଲିଛି। ଯେଉଁଠାରେ ପ୍ରଦର୍ଶନ ପରେ ରାଷ୍ଟ୍ରପତିଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିବେ। ହେଲେ ଦିଲ୍ଲୀ ସୀମାରେ ପ୍ରବେଶ କରୁଥିବା ଚାଷୀଙ୍କୁ ଅଟକାଇ ଦିଆଯାଉଥିଲା । ତେଣୁ ପ୍ରଦର୍ଶନ ପାଇଁ ଆସୁଥିବା କୃଷକମାନେ ବ୍ୟାରିକେଡ୍ ଭାଙ୍ଗିଥିଲେ। ଏହା ପରେ ବହୁ ଚାଷୀଙ୍କୁ ପୁଲିସ ଗିରଫ କରିଛି। ଏହାପେର କୃଷକମାନେ ଗାଜୀପୁର ସୀମାରେ ଧାରଣରେ ବସିଛନ୍ତି। ପୁଲିସ ଚାଷୀଙ୍କ ସହ ଆଲୋଚନା ଜାରି କରିଛି।
ଆଜି ସକାରୁ ଉତ୍ତରପ୍ରଦେଶର ହରିୟାଣା, ପଞ୍ଜାବର କୃଷକମାନେ ମହାପଞ୍ଚାୟତରେ ଅଂଶଗ୍ରହଣ କରିବା ପାଇଁ ଦିଲ୍ଲୀରେ ପହଞ୍ଚିବା ଆରମ୍ଭ କରିଥିଲେ। ତେବେ ଏହି ମହାପଞ୍ଚାୟତ ପାଇଁ କୃଷକମାନେ ଅନୁମୋଦନ ପାଇନାହାଁନ୍ତି। ଟିକ୍ରି, ସିଙ୍ଗୁ ଏବଂ ଗାଜିପୁର ସୀମାରେ ଦିଲ୍ଲୀ ପୁଲିସ ବ୍ୟାରିକେଡ୍ ଲଗାଇଛି। ଯେଉଁଠାରୁ କେବଳ ଯାଞ୍ଚ ପରେ ଏଣ୍ଟ୍ରି ଦିଆଯାଉଛି । ଏହି ପ୍ରତିବାଦକୁ ଦୃଷ୍ଟିରେ ରଖି ରାଜଧାନୀରେ ଧାରା ୧୪୪ ଲାଗୁ କରାଯାଇଛି।
ଅଧିକାଂଶ କୃଷକ ପଞ୍ଜାବରୁ ଆସୁଥିବା ଟ୍ରେନକୁ ଦିଲ୍ଲୀ ଯିବା ପାଇଁ ବ୍ୟବହାର କରିଥିଲେ । ବାହାଦୂରଗଡ ଷ୍ଟେସନରେ ଠିଆ ହୋଇଥିବା ପୁଲିସ ଆଗରେ ନାରା ଦେଇ ଦିଲ୍ଲୀ ଆସିଥିଲେ। ଯେଉଁଠାରୁ ସେମାନେ ସିଧା ବଙ୍ଗଳା ସାହି ଗୁରୁଦ୍ୱାରକୁ ଯାଇଥିଲେ। ଏଠାରେ ପହଞ୍ଚିଥିବା କୃଷକମାନେ ପୁରୁଣା ପରିଚିତମାନଙ୍କୁ ଭେଟିବା ପରେ ମେଟ୍ରୋ ଏବଂ ବସ୍ ଯୋଗେ ଦିଲ୍ଲୀ ଯାଇଥିଲେ। କୃଷକମାନେ କହିଛନ୍ତି ଯେ ସେମାନେ ଦିଲ୍ଲୀ ସୀମାରେ କେବଳ ଗୋଟିଏ ଦିନର ପ୍ରଦର୍ଶନ ପାଇଁ ଆସିଛନ୍ତି। ଯାହାଫଳରେ ସରକାରଙ୍କୁ ଏକ ଚେତାବନୀ ଦିଆଯାଇପାରିବ। ଯଦି ସରକାର ପୂର୍ବପରି ଜିଦ୍ ଧରିଥା’ନ୍ତି, ତେବେ ପୁନର୍ବାର ଦିଲ୍ଲୀରେ ଧାରଣା ଦେବେ। ଅନ୍ୟପକ୍ଷରେ ବିକେୟୁ ନେତା ରାକେଶ ଟିକାୟତଙ୍କୁ ଅଟକ ପରେ ଛଡାଯାଇଛି।
ଡ୍ରୋନ୍ ଦ୍ବାରା ନଜର ରଖାଯାଇଛି:
କୌଣସି ଅସାମାଜିକ ଉପାଦାନ ଦିଲ୍ଲୀରେ ପ୍ରବେଶ କରିପାରିବ ନାହିଁ ବୋଲି ପୁଲିସ ସତର୍କ ରହିଛି। ଏଥିପାଇଁ ଡ୍ରୋନ୍ କ୍ୟାମେରାର ସାହାଯ୍ୟ ମଧ୍ୟ ନିଆଯିବ ଏବଂ ସୀମାରେ ସ୍ଥାପିତ ସିସିଟିଭି କ୍ୟାମେରାର ଫୁଟେଜ୍ ଉପରେ ମଧ୍ୟ ନଜର ରଖାଯିବ। ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସ ଅଧିକାରୀ କହିଛନ୍ତି।
ବେରୋଜଗାରକୁ ନେଇ ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନରେ ଭାଗ ନେବାକୁ ଦିଲ୍ଲୀ ପୁଲିସ ବିକେୟୁ ନେତା ରାକେଶ ଟିକାୟତ ଏବଂ କିଛି କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯଇଥିଲା। ତାଙ୍କୁ ଦିଲ୍ଲୀର ମଧୁ ବିହାର ପୁଲିସ ଷ୍ଟେସନକୁ ନିଆଯାଇଥିଲା। ପରେ ପୁଲିସ ତାଙ୍କୁ ଗାଜିପୁର ସୀମାରେ ଛାଡିଥିସା। ଦିଲ୍ଲୀରେ କୃଷକଙ୍କ ପ୍ରବେଶ ଉପରେ କୌଣସି ପ୍ରତିବନ୍ଧକ ଅଛି ବୋଲି ଟିକାୟତ ପ୍ରଶ୍ନ କରିଛନ୍ତି। ସବୁଜ ଚାଦର ଏବଂ ଗାମୁଛା ପିନ୍ଧି ଦିଲ୍ଲୀ ଯାଇପାରିବ ନାହିଁ କି ? କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଦିଲ୍ଲୀ ପୁଲିସ ଚାଷୀଙ୍କ ସ୍ୱରକୁ ଦମନ କରିପାରିବ ନାହିଁ। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହିବ ବୋଲି ଟିକାୟତ କହିଛନ୍ତି।