ଅନ୍ତର୍ଜାତୀୟ କ୍ରିକେଟରୁ କିରଣ ପୋଲାର୍ଡଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ : ଓ୍ଵେଷ୍ଟଇଣ୍ଡିଜର ଷ୍ଟାର କ୍ରିକେଟର କିରଣ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। କ୍ରିକେଟରୁ ଅବସର ନେଇ ସୋସିଆଲ୍ ମିଡିଆରେ ଘୋଷଣା କରିଛନ୍ତି ପୋଲାର୍ଡ। ୧୫ ବର୍ଷ ଧରି ୱେଷ୍ଟଇଣ୍ଡିଜ ପାଇଁ ଖେଳିବା ପରେ ଅବସର ଘୋଷଣା କରିଛନ୍ତି ୩୪ ବର୍ଷୀୟ ପୋଲାର୍ଡ।
ଅବସର ଘୋଷଣା ସହ କିରଣ ପୋଲାର୍ଡ ୨୦୧୯ରେ ଦଳ ତାଙ୍କୁ ଅଧିନାୟକ ପଦ ଦେଇଥିବାରୁ ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡକୁ କୃତଜ୍ଞତା ଜଣାଇଛନ୍ତି। ୩୪ ବର୍ଷୀୟ ପୋଲାର୍ଡ ବର୍ତ୍ତମାନ ଭାରତରେ ଅଛନ୍ତି ଏବଂ ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ରେ ଖେଳୁଛନ୍ତି।ଟି-୨୦ କ୍ରିକେଟର ଲିଜେଣ୍ଡ କୁହାଯାଇଥିବା ୩୪ ବର୍ଷିୟ ପୋଲାର୍ଡ ୱେଷ୍ଟଇଣ୍ଡିଜ ପାଇଁ ୧୨୩ଟି ଦିନିକିଆ ମ୍ୟାଚ, ୧୦୧ ଟି-୨୦ ମ୍ୟାଚ ଖେଳିଛନ୍ତି । ପୋଲାର୍ଡ ଦିନିକିଆରେ ୨୭୦୬ ରନ ଏବଂ ୫୫ ଓ୍ଵିକେଟ୍ ନେଇଛନ୍ତି। ସେହିପରି ଟି-୨୦ ଅନ୍ତର୍ଜାତୀୟରେ ୧୫୬୯ ରନ କରିବା ସହ ୪୨ ଓ୍ଵିକେଟ୍ ନେଇଛନ୍ତି।