ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁଡୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର( ଏଲଜି) ଡ. କିରଣ ବେଦୀଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ଏ ନେଇ ମଙ୍ଗଳବାର ରାତିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଆଦେଶରେ ସୂଚିତ କରାଯାଇଛି। ଅପରପକ୍ଷେ ତେଲେଙ୍ଗାନା ରାଜ୍ୟପାଳ ଡ.ତାମିଲସାଇ ସୁନ୍ଦରରାଜନଙ୍କୁ କେନ୍ଦ୍ର ଶାସିତ ରାଜ୍ୟର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ପୁଡୁଚେରୀରେ ରାଜନୈତିକ ସଙ୍କଟ ଚାଲିଥିବା ବେଳେ କିରନ ବେଦୀଙ୍କୁ ପଦରୁ ହଟାଇ ଦିଆଯାଇଛି।

୨୦୧୬ ମସିହା ମେ ୨୯ ତାରିଖରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ କରିଣ ବେଦୀ । ସୂଚନାଥାଉକି, ପୁଡୁଚେରୀରେ କଂଗ୍ରେସ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ୱାମୀଙ୍କ ସହ ତାଙ୍କ ଅନେକ ସମୟରେ ମତଭେଦ ଦେଖିବାକୁ ମିଳିଥିଲା । ଏଥିସହିତ ତାଙ୍କୁ ହଟାଇବା ଲାଗି ଭି. ନାରାୟଣସ୍ୱାମୀ ବାରମ୍ବାର ଦାବି କରିଆସୁଥିଲେ।

କିରଣଙ୍କ ସହିତ ବିବାଦକୁ ନେଇ ତାଙ୍କୁ ଉପରାଜ୍ୟପାଳ ପଦରୁ ହଟାଇବା ଲାଗି ଫେବୃଆରୀ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ। ପୂର୍ବତନ ଆଇପିଏସ୍‌ ଅଫିସର କିରଣ ‘ତୋଗଲକ ଦରବାର’ ଚଳାଇଥିବା ନେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ। ୨୦୧୬ ମେ’ ୨୯ରେ କିରଣ ବେଦୀଙ୍କୁ ପୁଡୁଚେରୀର ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା।

ଭାରତର ପ୍ରଥମ ମହିଳା ଆଇପିଏସ୍‌ ଅଫିସର୍‌ ହେଉଛନ୍ତି କିରନ ବେଦୀ । ସେ ଦୀର୍ଘ ୩୫ ବର୍ଷ ଧରି ନିଜର ଏହି ଦାୟିତ୍ୱ ତୁଲାଇ ସାରିଛନ୍ତି । ୧୯୭୨ରେ ସେ ପ୍ରଥମ ମହିଳା ଆଇପିଏସ୍‌ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୨୦୦୭ରେ ସେ ଭଲ୍ୟୁଣ୍ଟାରୀ ନିଜ ଚାକିରିରୁ ଅବସର ନେଇଥିଲେ । ଏହାପରେ ସେ ନିଜକୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରିଥିଲେ । ପରେ ସେ ରାଜନୀତିରେ ଯୋଗଦେଇଥିଲେ । ଖାଲି ସେତିକି ନୁହେଁ କିରଣ ବେଦୀ ଜଣେ ଭଲ ଟେନିସ ଖେଳାଳି ଭାବେ ମଧ୍ୟ ବେଶ ଜଣାଶୁଣା ।

Leave A Reply

Your email address will not be published.