ଗାଜିଆବାଦରେ ‘ନିର୍ଭୟା କାଣ୍ଡ’; ନର୍ସଙ୍କୁ ଅପହରଣ କରି ଗଣଦୁଷ୍କର୍ମ

ଗାଜିଆବାଦ : ଉତ୍ତରପ୍ରଦେଶ ଗାଜିଆବାଦରେ ନିର୍ଭୟା କାଣ୍ଡର ପୁନରାବୃତ୍ତି ଘଟିଛି। ଏଠାରେ ୫ ଜଣ ଯୁବକ ଜଣେ ନର୍ସଙ୍କୁ ଅପହରଣ କରି ୨ ଦିନ ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରିଛନ୍ତି। ଯୁବକ ନୃଶଂସତାର ସୀମା ପାର କରି ନର୍ସଙ୍କୁ ଅକଥନୀୟ ନିର୍ଯାତନା ଦେଇଛନ୍ତି। ତାଙ୍କ ପ୍ରାଇଭେଟ ପାର୍ଟରେ ରଡ୍‌ ଭର୍ତ୍ତି କରିଦେଇଛନ୍ତି। ଏହା ପରେ ବସ୍ତାରେ ଭର୍ତ୍ତି କରି ରାସ୍ତା କଡ଼ରେ ଫୋପାଡି ଚାଲିଯାଇଛନ୍ତି। ଯୁବତୀଙ୍କୁ ରାସ୍ତାରୁ ଉଦ୍ଧାର କରାଯାଇଛି। ଏହି ସମୟରେ ତାଙ୍କ ହାତଗୋଡ ବନ୍ଧା ଯାଇଥିଲା। ରଡ୍‌ ତାଙ୍କ ଶରୀର ଭିତରେ ଥିଲା। ଦିଲ୍ଲୀର ଜିଟିବି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।
ପୀଡିତା ଦିଲ୍ଲୀର ଏକ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ। ପୁଲିସ ଏହି ମାମଲାରେ ଶାହାରୁଖ, ଜାଭେଦ, ଔରଙ୍ଗଜେବ, ଜାହିର ଏବଂ ଧୋଲା ବିରୋଧରେ ମାମଲା ରୁଜୁ କରିଛି।

ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପଚରାଉଚୁରା କରାଯାଉଛି। ହସ୍ପିଟାଲର ମୁଖପାତ୍ର ରଜତ ଜାମ୍ବା କହିଛନ୍ତି ଯେ ମଙ୍ଗଳବାର ସକାଳ ୭ଟାରେ ପୀଡିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଯୌନ ଉତ୍ପୀଡନ ଦିଆଯାଇଛି। ପ୍ରାଇଭେଟ ପାର୍ଟରେ କ୍ଷତ ରହିଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଯୁବତୀଙ୍କ ଭାଇ କହିଛନ୍ତି ଯେ ରବିବାର ରାତିରେ ଭଉଣୀ ତାଙ୍କ ଜନ୍ମଦିନ ପାର୍ଟିକୁ ଆସିଥିଲେ। ରାତି ପ୍ରାୟ ୯ ସମୟରେ ସେ ଦିଲ୍ଲୀର ଆଶ୍ରମ ରୋଡ୍‌ର ନନ୍ଦିଗ୍ରାମ ହାଇୱେରେ ଛାଡି ଆସିଥିଲେ। ଉଭଣୀ ସେଠାରେ ଅଟୋକୁ ଅପେକ୍ଷା କରିଥିଲେ। ପରେ ରାତି ୧୧ଟାରେ ସେ ଘରେ ପହଞ୍ଚି ନଥିବା ଖବର ଆସିଥିଲା। ପୁଲିସ ଏଫଆଇଆର ଅନୁଯାୟୀ ଏକ ସ୍କର୍ପିଓରେ ୪ ଯୁବକ ଆସି ବନ୍ଧୁକ ଦେଖାଇ ପୀଡିତାଙ୍କୁ ଅପହରଣ କରି ନେଇଥିଲେ।

ସେମାନେ ତାଙ୍କୁ ଏକ ଶୂନଶାନ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ଅନ୍ୟ ଜଣେ ଯୁବକ ସହ ମିଶି ୫ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ହାତଗୋଡ଼ ବାନ୍ଧି ଦେଇ ବସ୍ତାରେ ଭର୍ତ୍ତି କରି ଫୋପାଡି ଦେଇଥିଲେ। ଗାଜିଆବାଦ ସିଟି ଏସ୍‌ପି ନିପୁଣ ଅଗ୍ରୱାଲଙ୍କ ଅନୁଯାୟୀ ଯୁବତୀ ଦୁଇ ଜଣ ବ୍ୟକ୍ତିଙ୍କୁ ପୂର୍ବରୁ ଚିହ୍ନିଥିବା କହିଛନ୍ତି। ପରେ ମହିଳାଙ୍କ ଭାଇ ଦେଇଥିବା ଆବେଦନରେ ୫ ଜଣ ବ୍ୟକ୍ତିଙ୍କ ଉପରେ ଗଣଦୁଷ୍କର୍ମ ଅଭିଯୋଗ ଲଗାଯାଇଛି। ଏହି ପାଞ୍ଚ ଜଣ ଯୁବତୀଙ୍କୁ ପୂର୍ବରୁ ଚିହ୍ନିଛନ୍ତି। ଦୀର୍ଘ ଦିନ ହେଲା ଦିଲ୍ଲୀର ଏକ ସମ୍ପତ୍ତିକୁ ନେଇ ବିବାଦ ଚାଲିଥିଲା। ଏ ନେଇ ପୀଡିତା କୋର୍ଟରେ ଆବେଦନ କରିଛନ୍ତି। ଏଥିଯୋଗୁଁ ସେମାନେ ନର୍ସଙ୍କୁ ନିଶାଣ କରିଥିବା କୁହାଯାଉଛି।

Leave a comment