ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ କାର୍ ସହ ଅପହରଣ

ବଲାଙ୍ଗିରରୁ ଆସିଲା ବଡ଼ ଖବର । ସଞ୍ଜ ଅନ୍ଧାରରେ ବଲାଙ୍ଗିରରେ ମାତିଛନ୍ତି ଦୁର୍ବୃତ୍ତ । ବଲାଙ୍ଗିରର ବରପାଲିପଡ଼ା ବ୍ରିଜ୍ ନିକଟ ଏଟିଏମରୁ ଦୁର୍ବୃତ୍ତ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ କାର୍ ସହ ଅପହରଣ କରି ନେଇଛନ୍ତି । ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଜେଇଙ୍କୁ ଅପହରଣ କରି ନେଇଥିଲେ ।

କାରରେ ଅପହରଣ କରି ନେଇଯିବା ବେଳେ କନ୍ଧପାଲିପଡ଼ା ଠାରେ ବ୍ରିଜ୍ କାମ ଚାଲୁଥିବାରୁ ବିପରୀତ ଦିଗରୁ ଆସୁଥିବା କାରଟି ସମଲେଶ୍ବରୀ ନର୍ସିଂହୋମ୍ ନିକଟ ନାଳରେ ଫସି  ଯାଇଥିଲା । କାରରେ ଜଣେ ବ୍ୟବସାୟୀ ଥିବାବେଳେ ୧ ଲକ୍ଷ ୮୫ ହଜାର ଟଙ୍କା ଥିଲା । ଦୁର୍ବୃତ୍ତ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୮୫ ହଜାର ଟଙ୍କା ସହ ୩ଟି ମୋବାଇଲ୍ ଲୁଟ୍ କରି ନେଇଛନ୍ତି ।

ଲୁଟ୍ ବେଳେ ଉପସ୍ଥିତ ବୁଦ୍ଧି ଖଟାଇ ଦୁର୍ବୃତ୍ତଙ୍କ ଠାରୁ ଅଳ୍ପକେ ଖସି ଆସିଛନ୍ତି କନିଷ୍ଠ ଯନ୍ତ୍ରୀ । ଏନେଇ ବଲାଙ୍ଗିର ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପିଛା କରି ଜଣେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଛି । ଅନ୍ୟ ଦୁର୍ବୃତ୍ତମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ କରୁଛି ।

Leave A Reply

Your email address will not be published.