ରାଜଧାନୀରୁ ପିଲା ଚୋରି, ଖୋର୍ଦ୍ଧାରୁ ହେଲେ ଉଦ୍ଧାର: ଦମ୍ପତ୍ତି ଅଟକ

ଭୁବନେଶ୍ବର: ରାଜଧାନୀର ଭୁବନେଶ୍ୱରରେ ପିଲା ଚୋରି ଅଭିଯୋଗ । ୨୦ ହଜାର ଟଙ୍କାର ୧୧ ବର୍ଷର ପିଲାକୁ ବିକିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହେଇଛି। ପିଲା ଚୋରି ଅଭିଯୋଗରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ଖଣ୍ଡଗିରି ଥାନା ଅଟକ ରଖି ପଚାରା ଉଚରା କରୁଛି। ଅଟକ ରହିଥିବା ଦମ୍ପତ୍ତି ନୟାଗଡ଼ର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ଜାଗମରା ଗାଁରୁ ୧୧ ବର୍ଷର ପିଲାକୁ ନେଇଯାଇଥିଲେ। ଆଉ ୩ଜଣ ପିଲାଙ୍କୁ ଟଙ୍କା ଲୋଭ ଦେଖାଇ ନେବାକୁ ଚେଷ୍ଟା କରିଥିଲେ। ଗାଁ ଲୋକଙ୍କ ଉଦ୍ୟମରେ ଖୋର୍ଦ୍ଧା ପୁବୁସାହି ନିକଟରୁ ଉଦ୍ଧାର ହୋଇଥିଲା ନିଖୋଜ ପିଲା।  ଘରୋଇ ବସ ଯୋଗେ ରାଜ୍ୟ ବାହାରକୁ ନେବାକୁ ଉଦ୍ୟମ କରିଥିଲେ। ପିଲାଟିକୁ ପରିବାରକୁ ହସ୍ତାନ୍ତର ପରେ ସ୍ୱାମୀ ସ୍ତ୍ରୀଙ୍କୁ ପଚରା ଉଚରା କରୁଛି ପୁଲିସ।

ଏଥିସହିତ ପଢ଼ନ୍ତୁ
Leave a comment