ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣିଥରେ ରାହୁଲଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ, କହିଲେ ମୋଦୀଙ୍କ କହିବା ଓ କରିବା ସବୁବେଳେ ଅଲଗା

ନୂଆଦିଲ୍ଲୀ : ପୁଣିଥରେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରତିଥର ପରି ଏଥର ରାହୁଲ ଟ୍ବିଟ କରି ମୋଦୀଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି। ରାହୁଲ କରିଥିବା ଟ୍ବିଟରେ ଲେଖିଛନ୍ତି  ‘ଦେଶ ପାଇଁ ଖଦି ଓ ଜାତୀୟ ପତାକା ପାଇଁ ଚୀନ ପଲିଷ୍ଟର’ !  ସବୁ ଥର ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କହିବା ଓ କରିବା ମେଳ ହୋଇନି ବୋଲି ରାହୁଲ କହିଛନ୍ତି।

ରାହୁଲ ଗାନ୍ଧୀ ମୋଦୀ ସରକାର ନେଇଥିବା ‘ହର୍‌ ଘର ତ୍ରିରଙ୍ଗ’ କାର୍ଯ୍ୟକ୍ରମ ଉପରେ ଏହି କଥା କହିଛନ୍ତି। କାରଣ ମୋଦି ସରକାରଙ୍କ ‘ହର୍‌ ଘର ତ୍ରିରଙ୍ଗ’ କାର୍ଯ୍ୟକ୍ରମ ପାଇଁ ପ୍ରତିଟି ଭାରତୀୟ ତାଙ୍କ ଘର ଉପରେ ଜାଜୀୟ ପତାକା ଲଗାଇବା ପାଇଁ କହିଥିଲେ। ଏଥି ସହିତ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଯାତ୍ରା ମଧ୍ୟ ଆୟୋଜନ କରାଯାଇଥିଲା। ଏହି ସମୟରେ ଦେଶରେ ବହୁ ପରିମାଣରୁ ତ୍ରିରଙ୍ଗା ପତାକା ଆବଶ୍ୟକ ପଡିଥିଲା। ଆଉ ଏହି ସମୟରେ କେନ୍ଦ୍ର ସରକାର ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଲାଗି ଚୀନ୍‌ରୁ ଜାତୀୟ ପତାକା ଆମଦାନୀ କରିଥିଲେ ବୋଲି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ଅଭିଯୋଗ କରିଆସୁଛନ୍ତି।


ଦେଶରେ ‘ଆଜାଦୀ ଗୌରବ ପଦଯାତ୍ରା’ ବାହାର କରିଥିବା ନାନା ପଟୋଲେ ମଧ୍ୟ ଏ ନେଇ ପ୍ରଶ୍ନ ଉଠାଇଛନ୍ତି। ନାନା ପୋଟଲେ ମହାରାଷ୍ଟ୍ର ବୁଲଢଣାରେ ଆଜାଦୀ ଗୌରବ ପଦଯାତ୍ରା ରାଲିକୁ ସମ୍ବୋଧିତ କରି ଅତ୍ୟାଚାର ଓ ବ୍ରିଟିଶ ଶାସନ ସମାପ୍ତ କରିବା ପାଇଁ କଂଗ୍ରେସ ଦୀର୍ଘ ଲଢେଇ ଲଢିଥିଲା। ଦେଶକୁ ସ୍ୱାଧୀନ କରିବା ପାଇଁ ଦେଶବାସୀ କଂଗ୍ରେସ ପତାକା ତଳେ ଏକଜୁଟ ହୋଇଥିଲା। ଦେଶ ସ୍ୱାଧୀନ ହେବା ବେଳକୁ ଆମର ଛୁଞ୍ଚି ନିର୍ମାଣ କରିବାକୁ ମଧ୍ୟ ବଳ ନଥିଲା। ତେବେ ଜବାହାର ଲାଲନେହେରୁଙ୍କ ଦୂରଦର୍ଶୀ ନେତୃତ୍ୱ ଭାରତର ପ୍ରଗତିକୁ ଶିଖରରେ ପହଞ୍ଚାଇଥିବା କହିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧି ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରିଥିଲେ। ଫଳରେ ଭାରତ ସଫଳତାର ରାସ୍ତାରେ ଆଗକୁ ବଢିଥିଲା। ହେଲେ ଯେଉଁ ଲୋକଙ୍କର ଦେଶର ସ୍ୱାଧୀନତା ଆନ୍ଦୋଳନରେ ଭୂମିକା ନଥିଲା ସେମାନେ ଦେଶରେ ହରଘର ତିରଙ୍ଗା ଅଭିଯାନ ଚଳାଉଛନ୍ତି ବୋଲି କହିଥିଲେ। ଏଥିଲାଗି ସେମାନେ ଚୀନ୍‌ରୁ ଦେଶକୁ ପତାକା ଆମଦାନୀ କରୁଛନ୍ତି। ଦେଶରେ କମ୍ପାନୀ ଦେବାଳିଆ ହେଉଥିବା ବେଳେ ସରକାର ବିଦେଶୀ କମ୍ପାନୀଙ୍କ ଠାରୁ ଜାତୀୟ ପତାକା କିଣୁଛନ୍ତି ବୋଲି ପଟୋଲେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.