ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଧମାଲ୍‌ କରିବେ ରକି ଭାଇ…. ଜାଣନ୍ତୁ କେବେ ହେବ କେଜିଏଫ୍‌ ଚାପ୍ଟର-୩ ରିଲିଜ୍‌ 

ମୁମ୍ବଇ : କନ୍ନଡ଼ ଫିଲ୍ମ ‘କେଜିଏଫ୍‌’ ସିରିଜ ଭାରତୀୟ ସିନେମା ଜଗତରେ ଏକ ଝଡ଼ ସୃଷ୍ଟି କରିଥିଲା। ଏହି ଫିଲ୍ମକୁ ଦର୍ଶକ ବହୁତ ମାତ୍ରାରେ ପସନ୍ଦ କରିବା ସହ ଦେଶ ବିଦେଶ ସବୁ ଆଡ଼େ ଏହାର ଚର୍ଚ୍ଚା ହେଉଥିଲା । ୨୦୧୮ ରେ ଅସିଥିବା ‘କେଜିଏଫ୍‌’ ଦର୍ଶକଙ୍କ ଭିତରେ ଚହଳ ପକାଇଥିଲା। ଏହି ଫିଲ୍ମକୁ ଦର୍ଶକ ବହୁତ ମାତ୍ରାରେ ପସନ୍ଦ କଲେ। ଠିକ୍‌ ସେହି ପରି ୨୦୨୨ ରେ ଏହାର ସିକ୍ୱେଲ କେଜିଏଫ୍‌ ଚାପ୍ଟର –୨ ଆସିଲା ଏବଂ ଦେଶ ବିଦେଶ ସୁବୁ ଆଡ଼େ ଧମାଲ ମଚାଇଲା। ଦର୍ଶକ ଏହାକୁ ଏତେ ପସନ୍ଦ କରୁଥିଲେ ଯେ ଏହି ଫିଲ୍ମ ସବୁ ରେକର୍ଡକୁ ଭାଙ୍ଗି ଦେଇଥିଲା। ଏହାର ଓ୍ଵାରଲ୍ଡ ଓ୍ଵାଇଡ୍‌ କଲେକ୍ସନ ଥିଲା ୧୨୫୦ କୋଟି ଥିବା ବେଳେ ଏହାର ହିନ୍ଦୀ ଭର୍ଜନ ୪୩୫ କୋଟିରୁ ଅଧିକ ଆୟ କରିଥିଲା।

ଫିଲ୍ମର ଶେଷ ଭାଗରେ ଫ୍ରାଞ୍ଚାଚାଇଜ ତରଫରୁ ଏହାର ଚାପ୍ଟର-୩ ଆସିବ ବୋଲି ମଧ୍ୟ କୁହାଯାଇଥିଲା। ତେବେ କେବେ ଆସିବ କେଜିଏଫ୍‌ ଚାପ୍ଟର –୩ ତାହାକୁ ନେଇ ଦର୍ଶକଙ୍କ ମନରେ ପ୍ରବଳ ଉତ୍ସାହ ରହିଛି। କେଜିଏଫ୍ ପ୍ରଡକ୍ସନ୍ ହାଉସ୍ ହୋମ୍ବଲେ ଫିଲ୍ମର ସହ-ସିଇଓ ବିଜୟ କିରାଙ୍ଗଡୋର ଏକ ସାକ୍ଷାତକାରରେ କହିଛନ୍ତି ଯେ ଆମେ କେଜିଏଫ୍‌ ଚାପ୍ଟର –୩ ପାଇଁ ଯୋଜନା କରିଛୁ। ତେବେ ବର୍ତ୍ତମାନ ଆମେ ଏହା କରିବୁ ନାହିଁ। ଆମର କିଛି ଯୋଜନା ଅଛି, ସବୁ ଯୋଜନାକୁ ସଠିକ ଭାବେ କାମ କରିଲେ ଆମେ ଫିଲ୍ମ ସୁଟିଂ କରିବୁ। ବର୍ତ୍ତମାନ କେଜିଏଫର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଅନ୍ୟ ଫିଲ୍ମରେ ବ୍ୟସ୍ତ ଅଛନ୍ତି।

କେଜିଏଫ୍ ପ୍ରଡକ୍ସନ୍ ହାଉସ୍ ହୋମ୍ବଲେ ଫିଲ୍ମର ସହ-ସିଇଓ ବିଜୟ କିରାଙ୍ଗଡୋର କହିଛନ୍ତି କେଜିଏଫ୍‌’ ଦର୍ଶକଙ୍କ ଭିତରେ ଚହଳ ପକାଇଥିଲା। ଏହି ଫିଲ୍ମକୁ ଦର୍ଶକ ବହୁତ ମାତ୍ରାରେ ପସନ୍ଦ କରିଛନ୍ତି।ଏଥର କିନ୍ତୁ ଆକେ କିଛି ଅଲଗା କରିବାକୁ ଚାହୁଁଛୁ। ୬,୭ ବର୍ଷ ହେଲାଣି  କେଜିଏଫ୍‌ ପାଇଁ କାମ କରୁଛନ୍ତି। ଅମେ କିଛି ସମୟ ନେବାକୁ ଚାହୁଁଛୁ। ଆମେ ସବୁ ଦିଗକୁ ଦେଖୁଛୁ ଏବଂ କ’ଣ କରିହେବ ବିଚାର କରିବୁ।

୨୦୨୬ ମସିହାରେ KGF – ୩ ଫିଲ୍ମ ମୁକ୍ତିଲାଭ କରିବ 

ବିଜୟ କିରାଙ୍ଗଡୋର କହିଛନ୍ତି ଯେ କେଜିଏଫ୍ ୩ ଶୁଟିଂ ୨୦୨୫ ମସିହାରେ ଆରମ୍ଭ ହେବ। ଏହପରେ ଚଳଚିତ୍ରଟି ୨୦୨୬ ମସିହାରେ ହଲ୍‌କୁ ଆସିବ। ନିର୍ମାତା ପ୍ରକାଶ କରିଛନ୍ତି ଯେ ଚଳଚ୍ଚିତ୍ରର ୭୦ ଦଶକର ଶେଷ ଏବଂ ୮୦ ଦଶକର ଆରମ୍ଭକୁ ଅନ୍ତର୍ଭୁକ୍ତ କରାଯିବ। ନିର୍ମାତା ସୂଚନା ଦେଇଛନ୍ତି ଯେ ସେ ଖୁବ୍ ଶୀଘ୍ର କେଜିଏଫ୍ ଫ୍ରାଞ୍ଚାଇଜ୍ ସହିତ କାମ ଆରମ୍ଭ କରିବେ। ଜେମ୍ସ ବଣ୍ଡ ଫିଲ୍ମ ପରି ହେବ। ଏପରିକି ଚଳଚ୍ଚିତ୍ରର କିଛି ମୁଖ୍ୟ ଚରିତ୍ରର ପରିବର୍ତ୍ତନକୁ ମଧ୍ୟ କରାଯାଇପାରେ ।

Leave A Reply

Your email address will not be published.