ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରକି ଭାଇ ନାଁରେ କମ୍ପୁଛି ପ୍ରେକ୍ଷାଳୟ: ରେକର୍ଡ କରୁଛି କେଜିଏଫ୍-୨, ପଛରେ ପଡିଲାଣି ବଡବଡ ଷ୍ଟାରଙ୍କ ଅଭିନିତ ଚଳଚ୍ଚିତ୍ର

ନୂଆଦିଲ୍ଲୀ: ଧୁମ୍ ମଚାଉଛି କେଜିଏଫ୍-୨ । ରକି ଭାଇ ନାଁରେ କମ୍ପୁଛି ପ୍ରେକ୍ଷାଳୟ। ଦର୍ଶକ ମଧ୍ଯରେ ବଢିଭଢି ଚାଲିଛି କେଜିଏଫ କ୍ରେଜ୍ । ବକ୍ସ ଅଫିସରେ ଭଲ ଆୟ କରୁଛି କେଜିଏଫ । କେବଳ ସାଉଥରେ ନୁହେଁ ହିନ୍ଦୀ ଭାଷାଭାଷୀ ଦର୍ଶକଙ୍କୁ ମଧ୍ଯ ଆକୃଷ୍ଟ କରୁଛି କେଜିଏଫ। ହିନ୍ଦୀ ଭାଷାଭାଷୀ ଦର୍ଶକଙ୍କୁ ଧ୍ୟାନରେ ରଖି ଏଥର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ବଲିଉଡର ସୁପରଷ୍ଟାର ସଞ୍ଜୟ ଦତ୍ତ ଏବଂ ରେବିନା ଟଣ୍ଡନଙ୍କୁ ଫିଲ୍ମର ଷ୍ଟାର କାଷ୍ଟରେ ଅନ୍ତର୍ଭୁକ୍ତ କରିଛନ୍ତି । ଯାହା ଏହି ଚଳଚ୍ଚିତ୍ର ପାଇଁ ଲାଭଦାୟକ ସାବ୍ଯସ୍ତ ହୋଇଛି।

kgf-2

ରିଲିଜ୍ ପୂର୍ବରୁ ମଧ୍ୟ ‘କେଜିଏଫ୍ ୨’ ଆଗୁଆ ବୁକିଂରେ ବଡବଡ ତାରକାଙ୍କ ଚଳଚ୍ଚିତ୍ରକୁ ପଛରେ ପକାଇ ଦେଇଛି। ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସ୍ ରୋଜଗାରରେ ସମସ୍ତ ରେକର୍ଡ ଭାଙ୍ଗିଛି।  ‘କେଜିଏଫ୍ ୨’ର ଏପରି କ୍ରେଜ୍ ଦେଖି ଏହା ସ୍ପଷ୍ଟ ହୋଇଛି ଯେ ଆୟ ବକ୍ସ ଅଫିସରେ ପୁଷ୍ପା, ଆରଆରଆର ଭଳି ବଡ ବଜେଟ୍ ଚଳଚ୍ଚିତ୍ରକୁ  ପଛରେ ପକାଇ ଦେଇଛି।

kgf-2-rocky

ଅଧିକା ସ୍କ୍ରିନ୍ ରିଲିଜ୍ ଫିଲ୍ମ:
ଅନେକ ଭାଷାରେ ସାରା ଭାରତରେ ମୁକ୍ତିଲାଭ କରିଥିବା ‘କେଜିଏଫ୍ -୨’ କରୋନା ଅବଧି ପରେ ସର୍ବାଧିକ ସଂଖ୍ୟକ ପରଦାରେ ମୁକ୍ତିଲାଭ କରିଥିବା ପ୍ରଥମ ଚଳଚ୍ଚିତ୍ର ହୋଇପାରିଛି। ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ର ଏକକାଳୀନ ୪୪୦୦ ରୁ ଅଧିକ ପରଦାରେ ମୁକ୍ତିଲାଭ କରିଛି । ଆଡଭାନ୍ସ ବୁକିଂ କ୍ଷେତ୍ରରେ  ‘ବାହୁବଲୀ -୨’, ‘ଆଭେଞ୍ଜର୍ସ ଏଣ୍ଡଗେମ’କୁ ପଛରେ ପକାଇଛି କେଜିଏଫ-୨।

khf-2-rocky-bhai

ପ୍ରଥମ ଦିନର ଆୟ:

କେଜିଏଫ୍ -୨ ରିଲିଜ୍ ହେବା ପୂର୍ବରୁ ମଧ୍ୟ ଏହାର ବକ୍ସ ଅଫିସ୍ ସଂଗ୍ରହକୁ ଅନେକ ଆଶା ରଖାଯାଇଥିଲା । ଅନୁମାନ କରାଯାଉଥିଲା ଯେ ଫିଲ୍ମର ହିନ୍ଦୀ ସଂସ୍କରଣ ପ୍ରଥମ ଦିନରେ ୫୦ କୋଟି ଟଙ୍କା ରୋଜଗାର କରିବ। ହେଲେ ଚଳଚ୍ଚିତ୍ରଟି ୬୫ କୋଟି ଆୟ କରି ବଡବଡ ଚଳଚ୍ଚିତ୍ରକୁ ପଛରେ ପକାଇଛି। ଏହା ସହିତ ବାହୁବଲୀ -୨  (୪୧  କୋଟି), ୱାର (୫୩.୩୫ କୋଟି) ଏବଂ ଠଗ୍ସ ଅଫ୍ ହିନ୍ଦୋସ୍ତାନ (୫୨.୨୫ କୋଟି) ର ପ୍ରଥମ ଦିନର ସଂଗ୍ରହ ରେକର୍ଡ ଭାଙ୍ଗିଛି  କେଜିଏଫ-୨ ।

ଟିଜର ଏବଂ ଟ୍ରେଲରେ ରିଲରେ ମଧ୍ଯ ରେକର୍ଡ:
କେଜିଏଫ -୨ର କ୍ରେଜ୍ ଏତେ ଯେ ଏହାର ଟିଜର ଏବଂ ଟ୍ରେଲର ମଧ୍ୟ ରେକର୍ଡ ସେଟ୍ କରିଛି।  ଏହା ହେଉଛି ପ୍ରଥମ ଭାରତୀୟ ଚଳଚ୍ଚିତ୍ର, ଯାହାର ଟିଜର ୨୫୦ ମିଲିୟନ୍ ଭ୍ୟୁ ଯାଇଛି । ଏଥି ସହିତ ଏହାର ଟ୍ରେଲର ରିଲିଜ୍ ହେବାର ୨୪ ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ ଦେଖାଯାଇଥିବା ଭାରତୀୟ ଟ୍ରେଲର ମଧ୍ୟ ହୋଇଛି। ଟ୍ରେଲରରେ ସମସ୍ତ ପାଞ୍ଚଟି ଭାଷାରେ ୧୦୯ ମିଲିୟନ୍ ଭ୍ୟୁ ହୋଇଛି।

ଗ୍ରୀସରେ କେଜିଏଫ୍- ୨:
ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ‘କେଜିଏଫ୍ -୨’ ଗ୍ରୀସରେ ମୁକ୍ତିଲାଭ କରିଥିବା ପ୍ରଥମ କନ୍ନଡ ଚଳଚ୍ଚିତ୍ର ହୋଇପାରିଛି। ଏହି ଚଳଚ୍ଚିତ୍ରଟି ବିଶ୍ବବ୍ୟାପୀ ୧୦ ହଜାର ପରଦାରେ ମୁକ୍ତିଲାଭ କରିଛି ଏବଂ ଏହା ସହିତ ଏହା ହେଉଛି ପ୍ରଥମ କନ୍ନଡ ଚଳଚ୍ଚିତ୍ର ଯାହା IMAX ଫର୍ମାଟରେ ମୁକ୍ତିଲାଭ କରିଛି।ଆଶା କରାଯାଉଛି ଯେ କେଜିଏଫ- ୨ ଖୁବ୍ ଶୀଘ୍ର RRR ଏବଂ ପୁଷ୍ପାଙ୍କ ବକ୍ସ ଅଫିସ୍ ସଂଗ୍ରହକୁ ପରାସ୍ତ କରିବ। ଏହି ଚଳଚ୍ଚିତ୍ରଟି କନ୍ନଡ, ତାମିଲ, ତେଲୁଗୁ, ହିନ୍ଦୀ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିଛି।

Leave A Reply

Your email address will not be published.