ସନ୍ତାନ ଜନ୍ମ ଦେବେ କେରଳର ‘ଟ୍ରାନ୍ସ କପୁଲ’, ଫଟୋସୁଟ୍ କରି ସୋସିଆଲ ମିଡିଆରେ କଲେ ଗର୍ଭଧାରଣର ଘୋଷଣା

ତିରୁଅନନ୍ତପୁରମ : ଭାରତରେ ପ୍ରଥମ ଥର ପାଇଁ ଜଣେ ପୁରୁଷ ଟ୍ରାନ୍ସଜେଣ୍ଡର ସନ୍ତାନ ଜନ୍ମ କରିବାକୁ ଯାଉଛନ୍ତି। କେରଳ କୋଝିକୋଡ଼ର ଟ୍ରାନ୍ସ ଜେଣ୍ଡର କପୁଲ ଜହାଦ ଏବଂ ଜିୟା ପାୱଲ ମାତାପିତା ହେବାକୁ ଯାଉଛନ୍ତି। ଗତ ତିନି ବର୍ଷ ହେଲା ଉଭୟେ ଏକାଠି ରହୁଛନ୍ତି। ମାର୍ଚ୍ଚରେ ସନ୍ତାନ ଜନ୍ମ ହେବ ବୋଲି ସେମାନେ କହିଛନ୍ତି। ଜିଆ ଜହାଦଙ୍କ ଏକ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିରେ ଜହାଦ ଗର୍ଭବତୀ ଥିବା ଦେଖାଯାଉଛି।
ଜହାଦ ୮ମାସର ଗର୍ଭଧାରଣ କରିବା କଥା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜହାଦ ଜଣେ ଯୁବତୀ ଥିଲେ ଏବଂ ସେ ଅସ୍ତ୍ରୋପଚାର କରି ମହିଳାରୁ ପୁରୁଷ ହୋଇଥିଲେ । ସେହିପରି ଜିୟା ଜଣେ ପୁରୁଷ ଥିଲେ। ପେଶାରେ ସେ ଡ୍ୟାନ୍ସର ଥିଲେ । ଜିୟା ମଧ୍ୟ ଅସ୍ତ୍ରୋପଚାର କରି ମହିଳା କିନ୍ନର ହୋଇଥିଲେ । ଉଭୟ ଜିୟା ଓ ଜହାଦ ୩ ବର୍ଷ ହେବ ଏକାଠି ରହୁଛନ୍ତି । ଆଉ ଏବେ ଜହାଦ ପ୍ରେଗନାଣ୍ଟ ଅଛନ୍ତି ।
ଜାତୀୟ ଗଣମାଧ୍ୟମକୁ ଏକ ସକ୍ଷାତକାର ଦେବା ସମୟରେ ଜିୟା କହିଛନ୍ତି – ‘ଆମେ ଅନେକ ଦିନରୁ ପୋଷ୍ୟ ସନ୍ତାନ ଗ୍ରହଣ କରିବା କଥା ଚିନ୍ତା କରୁଥିଲୁ । ହେଲେ ପରେ ବିଦେଶରେ କିଭଳି କିନ୍ନର ଗର୍ଭଧାରଣ କରୁଛନ୍ତି ସେ ବିଷୟରେ ଅଧ୍ୟୟନ କଲୁ । ଏବେ ଆମ ଜୀବନରେ ବି ସନ୍ତାନ ସୁଖ ଖୁବ ଶୀଘ୍ର ଆସିବାକୁ ଯାଉଛି’, ସାଧାରଣ କିନ୍ନରଙ୍କ ଜୀବନଶୈଳୀ ଠାରୁ କିଛି ଭିନ୍ନ କରିବା ପାଇଁ ଜିୟା ଓ ଜାହାଦ ଏଭଳି ପ୍ରୟାସ କରିଛନ୍ତି । ସମାଜ ଓ ପରମ୍ପରା ଠାରୁ ଭିନ୍ନ ଦୁହିଁଙ୍କ ପ୍ରେମ କାହାଣୀ । ସେମାନଙ୍କ ପ୍ରେମକୁ ଯେପରି ଭଗବାନଙ୍କ ଆଶୀର୍ବାଦ ମିଳିଛି ।
ସୂଚନା ଅନୁଯାୟୀ ଜିଆ ଜଣେ ନୃତ୍ୟଶିଳ୍ପୀ ଥିଲେ। ସେ ପୁରୁଷରୁ ମହିଳା ଟ୍ରାନ୍ସଜେଣ୍ଡର ହୋଇଥିଲେ। ଜହାଦ ଝିଅ ଥିଲେ ଏବଂ ପରେ ପୁରୁଷ ଟ୍ରାନ୍ସଜେଣ୍ଡର ହୋଇଥିଲେ। ଗର୍ଭବତୀ ହେବା ପାଇଁ ସେ ପୁରୁଷରୁ ମହିଳା ହେବା ପ୍ରକ୍ରିୟାକୁ ବନ୍ଦ କରି ଦେଇଥିଲେ। ବ୍ରେଷ୍ଟ ରିମୁଭାଲ ସର୍ଜରୀକୁ ମଧ୍ୟ ରୋକି ଦେଇଥିଲେ। ସେ ଆଠ ମାସ ହେଲା ଗର୍ଭଧାରଣ କରିଛନ୍ତି। ସନ୍ତାନ ଜନ୍ମ ଦେଇସାରିବା ପରେ ପୁଣିଥରେ ସେ ପୁରୁଷ ହେବା ପ୍ରକ୍ରିୟା ଆରମ୍ଭ କରିବେ। ରିପୋର୍ଟ ଅନୁଯାୟୀ ଦମ୍ପତି ପ୍ରଥମେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହୁଁଥିଲେ। ତେବେ ଆଇନଗତ ପ୍ରକ୍ରିୟା କଠିନ ଥିବାରୁ ପଛଘୁଞ୍ଚା ଦେଇଥିଲେ। ପରେ ସନ୍ତାନ ଜନ୍ମ କରିବାକୁ ନିଷ୍ପତ୍ତି ନେଇଥିଲେ। ସମର୍ଥନ ପାଇଁ ନିଜ ପରିବାର ଏବଂ ଡାକ୍ତରଙ୍କୁ ଜିୟା ଧନ୍ୟବାଦ ଦେଇଛନ୍ତି।