ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ନିର୍ଦ୍ଧାରିତ ତାରିଖ ଜୁନ ୧ର ୩ ଦିନ ଆଗରୁ ଆଜି କେରଳ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଭାବରେ କେରଳରେ ବର୍ଷା ଲାଗି ରହିଛି । ପୂର୍ବରୁ ଆଣ୍ଡାମାନରେ ନିର୍ଦ୍ଧାରିତ ସମୟର ୫ ଦିନ ପୂର୍ବରୁ ମୌସୁମୀ ଛୁଇଁଥିଲା । ମୌସୁମୀ କେରଳ ଛୁଇଁବାର ୧୦ ଦିନ ମଧ୍ୟରେ ଓଡ଼ିଶାରେ ପହିଞ୍ଚିଥିଲା ।

ଆଶା କରାଯାଉଛି ଜୁନ୍ ୧୦ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ । ମୌସୁମୀ କେରଳ ଛୁଇଁବା ପରେ ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି । ଅନ୍ୟପଟେ ରାଜ୍ୟରେ ଅସହ୍ୟ ଗରମ ସହ ଗୁଳଗୁଳି ଲାଗି ରହିଛି । ମେ ୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଛୁଇଁଥିଲା । ଯାହାପରେ ଏବର୍ଷ ମୌସୁମୀ ଶୀଘ୍ର ଆସିବା ନେଇ ଆଶା ବଢ଼ିଥିଲା ।

Leave A Reply

Your email address will not be published.