ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେରଳରେ ପ୍ରଥମ ମଙ୍କିପକ୍ସ ଚିହ୍ନଟ

ଥିରୁଅନନ୍ତପୁରମ: କେରଳରେ ପ୍ରଥମ ମଙ୍କିପକ୍ସ କେସ୍ । ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ କରିଛି । ଆକ୍ରାନ୍ତ ବ୍ୟକ୍ତି ନିକଟରେ ବିଦେଶରୁ ଫେରିଥିଲେ । ତାଙ୍କଠାରେ ମଙ୍କିପକ୍ସ ଲକ୍ଷଣ ଦେଖାଯିବା ପରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ କହିଛନ୍ତି । ତେବେ ଉକ୍ତ ବ୍ୟକ୍ତିଙ୍କ ସାମ୍ପୁଲ ଟେଷ୍ଟ ପାଇଁ ପୁନେସ୍ଥିତି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିକୁ ପଠାଯାଇଛି । ପ୍ରାଣୀଙ୍କଠାରୁ ମଣିଷକୁ ବ୍ୟାପୁଥିବା ଏହି ଭୂତାଣୁ ଆକ୍ରାନ୍ତଙ୍କଠାରେ ସ୍ମଲପକ୍ସ ଭଳି ଲକ୍ଷଣ ଦେଖାଯାଇଥାଏ ବୋଲି ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Leave A Reply

Your email address will not be published.