କାଠରେ ରୟାଲ ଏନ୍ଫିଲ୍ଡ୍ ବୁଲେଟ୍

ଆମ ଦେଶରେ ପ୍ରତିଭାବାନ୍ ଲୋକଙ୍କର ଅଭାବ ନାହିଁ। ଜଣେ ଜଣେ ଏଭଳି କିଛି ନିଆରା କାର୍ଯ୍ୟ କରି ଦେଖାଇଥାନ୍ତି, ଯାହା ସେମାନଙ୍କୁ ଚର୍ଚ୍ଚାର ପରିସରକୁ ନେଇ ଆସିଥାଏ। ସେମିତି ଜଣେ ବ୍ୟକ୍ତି ହେଲେ କେରଳର ଜିଦ୍ହିନ୍ କରୁଲାଇ। ତାଙ୍କର ପିଲାଦିନରୁ ବୁଲେଟ୍ ପ୍ରତି ଅହେତୁକ ଦୁର୍ବଳତା ଥିଲା। ସେ ନିକଟରେ କାଠରେ ଏକ ରୟାଲ୍ ଏନ୍ଫିଲ୍ଡ୍ ବୁଲେଟ ତିଆରି କରି ବେଶ୍ ଚର୍ଚ୍ଚାରେ ରହିଛନ୍ତି।
ଜିଦ୍ହିନ୍ ପେସାରେ ଜଣେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍। ସେ ଏହି ମୋଟର ସାଇକେଲ୍ ତିଆରି କରିବା ପାଇଁ ପାଖାପାଖି ଦୁଇ ବର୍ଷ ସମୟ ନେଇଥିଲେ। ଜିଦ୍ହିନ୍ ଏହି ମୋଟର ସାଇକେଲ ତିଆରି କରିବା ପାଇଁ ତିନୋଟି ଅଲଗା ଅଲଗା ପ୍ରକାରର କାଠର ବ୍ୟବହାର କରିଥିଲେ। ବୁଲେଟ୍ର ଟାୟାର ତିଆରି କରିବା ପାଇଁ ସେ ମାଲୟେସିଆ କାଠର ପ୍ରୟୋଗ କରିଥିଲେ। କିନ୍ତୁ ଏହି କାଠର ବୁଲେଟ୍ ତିଆରି କରିବା ପାଇଁ ଜିଦ୍ହିନ୍ଙ୍କୁ ବଜାରରେ ଉପଲବ୍ଧ ବୁଲେଟ୍ଠାରୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିଛି। ଏହାପୂର୍ବରୁ ସେ କାଠରେ ଏକ ଛୋଟ ଆକାରର ରୟାଲ ଏନ୍ଫିଲ୍ଡ୍ ବୁଲେଟ୍ ତିଆରି କରିଥିଲେ।