bitcoin
Bitcoin (BTC) 2,286,065.02 0.78%
ethereum
Ethereum (ETH) 142,274.88 6.62%
tether
Tether (USDT) 77.50 0.00%
usd-coin
USD Coin (USDC) 77.59 0.11%
bnb
BNB (BNB) 24,022.52 5.29%
xrp
XRP (XRP) 30.48 3.23%
binance-usd
Binance USD (BUSD) 77.66 0.21%
cardano
Cardano (ADA) 37.52 6.12%
solana
Solana (SOL) 3,425.14 9.29%
dogecoin
Dogecoin (DOGE) 6.10 5.85%

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ: ବାତ୍ୟା ଆଶ୍ରୟସ୍ଥଳ, ଶୁଖିଲା ଖାଦ୍ୟ, ପାନୀୟ ଜଳ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କେନ୍ଦ୍ରାପଡା  : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଗ୍ନିଶମ, ଓଡ୍ରାଫ ଟିମକୁ ରେଡି ରଖାଯିବାକୁ କୁହାଯାଇଛି । ବାତ୍ୟା ହେବ କି ନହେବ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ନଥିବାରୁ ଲୋକଙ୍କୁ ଭୟଭୀତ ନହେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଯଦି ବାତ୍ୟା ହୁଏ ତେବେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ଜିଲ୍ଲାପାଳ ଅମ୍ରିତି ୠତୁରାଜ ଗଣମାଧ୍ୟମକୁ କହିଛନ୍ତି ।  ରାଜନଗର ଓ ମହାକାଳପଡ଼ା ବ୍ଲକର ସମୁଦ୍ରକୂଳିଆ ଅଞ୍ଚଳ ପାଇଁ ସ୍ଥାନୀୟ ପ୍ରଶାସନକୁ ସଜାଗ କରାଯାଇଛି । ସେଠାରେ ଅଧିକ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ସେହିପରି ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପ୍ରଶାସନକୁ ସଜାଗ କରାଯାଇଛି ।
ଯେପରି କୌଣସି ମୃତାହତ ନ ହୁଏ ସେଥିପ୍ରତି ସମସ୍ତ ବିଭାଗ ସହ ବୈଠକ କରାଯାଇ ସତର୍କ କରାଇ ଦିଆଯାଇଛି । ବିପନ୍ନମାନଙ୍କ ପାଇଁ ଆବଶ୍ୟକ ଚୁଡ଼ା, ଗୁଡ଼, ମହମବତୀ, ଶୁଖିଲା ଖାଦ୍ୟ, ପାଣି ବୋତଲ ମହଜୁଦ କରି ରଖାଯାଇଛି ବୋଲି ଜିଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି । ଜିଲାପାଳ କହିଛନ୍ତି କୌଣସି ଲୋକ ବାତ୍ୟା ସମୟରେ ଯେପରି ଖାଦ୍ୟାଭାବରେ ରହିବେ ନାହିଁ ସେ ବ୍ୟବସ୍ଥା କରାଯାଇଛି । ସେହିପରି ବ୍ୟବସାୟୀମାନଙ୍କୁ ମଧ୍ୟ କଡ଼ା ନିର୍ଦେଶ ଦିଆଯାଇଛି ଯେ ସେମାନେ ଯେପରି ଖାଦ୍ୟ ପଦାର୍ଥର କୃତ୍ରିମ ଅଭାବ ସୃଷ୍ଟି କରିବେ ନାହିଁ । ଯାହା ଫଳରେ ଲୋକେ ମୂଲ୍ୟବୃଦ୍ଧିର ସମ୍ମୁଖୀନ ହେବେ । ଯଦି କୃତ୍ରିମ ଅଭାବ ସୃଷ୍ଟି କରନ୍ତି ତାହା ହେଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୧୧୭ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ସେଠାକୁ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ । ଏହାସହିତ ୯୩୬ ବିଦ୍ୟାଳୟକୁ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀରେ ପରିଣତ କରାଯାଇଛି । ସେଠାରେ ମଧ୍ୟ ବିପନ୍ନମାନଙ୍କୁ ରଖାଯାଇ ପାରିବ । ୨୭୦ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନଙ୍କ ପ୍ରସବ ନିକଟରେ ରହିଛି । ସେମାନଙ୍କୁ ଆବଶ୍ୟକ ସ୍ଥଳରେ ଡାକ୍ତରଖାନା ଅଣାଯାଇ ପ୍ରସବ କରାଯିବାର ବ୍ୟବସ୍ଥା କରାଯିବ ।

 

ପ୍ରଶାସନ ସଜାଗ ରହିଛି । ତେଣୁ ଲୋକେ ଆତଙ୍କିତ ହେବାର କୌଣସି କାରଣ ନାହିଁ । ଲୋକେ ଯେକୌଣସି ସମୟରେ ଚାହିଁଲେ ଜିଲାପାଳଙ୍କ ମୋବାଇଲକୁ ମେସେଜ ଦେଇ ପାରିବେ । ଏହାର ସମାଧାନ ସଙ୍ଗେ ସଙ୍ଗେ କରାଯିବ । ଜେନେରେଟର, ଡିଜି ସେଟ ବ୍ୟବସ୍ଥା କରାଯାଇଛି । ବାତ୍ୟା ଆଶ୍ରୟ ସ୍ଥଳୀରେ ସେଗୁଡିକ ଲଗାଯାଇ ବିଦ୍ୟୁତ ବ୍ୟବସ୍ଥା କରାଯିବ । ମାଟ୍ରିକ ପରୀକ୍ଷା ପାଇଁ କୌଣସି ସମସ୍ୟା ନାହିଁ । କାରଣ ୧୦ ତାରିଖରେ ବାତ୍ୟା ଲ୍ୟାଣ୍ଡ ଫଲ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ପୂର୍ବରୁ ମାଟ୍ରିକ ପରୀକ୍ଷା ଶେଷ ହୋଇଯାଇଥିବ । ଜିଲାପାଳ ଏ ସଂକ୍ରାନ୍ତରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ବୈଠକ କରି ଜିଲାର ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ । ଏହାପରେ ଗଣମାଧ୍ୟମକୁ ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ଏହି ବୈଠକରେ ଜିଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ଜିଲାପାଳ ବିଭିନ୍ନ ବ୍ଲକକୁ ଯାଇ ସେଠାକାର ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ବ୍ଲକର ବିଡିଓ ଏବଂ ତହସିଲଦାରମାନଙ୍କ ସହ ଜିଲାପାଳ ଆଲୋଚନା ପରି ସଜାଗ ରିବା ପାଇଁ ନିର୍ଦେଶ ଦେଇଛନ୍ତି ।
Leave a comment