ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହିଳାଙ୍କୁ ଶକ୍ତି ଯୋଗାଉଛି ‘ମିଶନ ଶକ୍ତି’: ମାଛ ଚାଷ କରି ସ୍ୱାବଲମ୍ବୀ ହେଲେ ୪୫ମହିଳା ଚାଷୀ, ଅନ୍ୟ ପାଇଁ ସାଜିଲେ ଉଦାହରଣ

କେନ୍ଦ୍ରାପଡା: ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଅହରହ ସରକାର ଚେଷ୍ଟା କରୁଛନ୍ତି। ବିଭିନ୍ନ ଯୋଜନା ମାଧ୍ୟମରେ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଘରେ ବସିଥିବାବା ମହିଳାଙ୍କୁ ମିଶନ ଶକ୍ତି ଜରିଆରେ କାମ ଯୋଗାଇ ଦିଆଯାଇଛି। ସେମାନଙ୍କୁ ସ୍ୱାବଲମ୍ବୀ କରାଯାଉଛି। ଅଳ୍ପ କାମ କରି ମାସିକ ଭଲ ପଇସା ରୋଜଗାର କରୁଛନ୍ତି ଏହି ମହିଳାମାନେ । କେନ୍ଦ୍ରାପଡା ଜିଲ୍ଲାରେ ୯ଟି ବ୍ଲକ ଆଉ ଦୁଇଟି ପୋୖରାଞ୍ଚଳରେ ୨୦୨୦-୨୧ରେ ୪୫ ମହିଳା ମାଛ ଚାଷ କରି ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି।

ନିଜ ଘରେ ମାଛ ଖାଇବା ପାଇଁ ଇଚ୍ଛା ହେଲେ ନଦୀରେ ଜାଲ ପକାଇ ହେଉ କିମ୍ବା ପୋଖରୀ ଆଉ ଜୋରକୁ ଶୁଖାଇ ମାଛ ଧରିବାକୁ ପଡେ। ନହେଲେ ବଜାରରେ ଥିବା ମାଛଦୋକାନରୁ ମାଛ ଆଣିବା ପାଇଁ ପଡିଥାଏ। ଏବେ ଆଉ ନଦୀ, ପୋଖରୀ କିମ୍ବା ବଜାରରେ ଥିବା ମାଛ ଦୋକାନକୁ ଯିବାକୁ ପଡୁ ନାହିଁ । ଘର ଅଗଣାରେ ଜୈବପୁଞ୍ଜ ପ୍ରଣାଳୀରେ କୁଣ୍ଡରେ ମାଛ ଚାଷ କରି ନିଜେ ମାଛ ଖାଇବା ସହିତ ବିକ୍ରିକରି ଭଲ ଲାଭବାନ ହୋଇ ପାରୁଛନ୍ତି କେନ୍ଦ୍ରାପଡା ଜିଲ୍ଲାର କିଛି ମହିଳା ମାଛଚାଷୀ।

ମାଛଚାଷ କରିବା ପାଇଁ ହେଲେ ପଞ୍ଚାୟତ ପୋଖରୀ ନିଲାମ ସୁତ୍ରରେ ନେଇ କିମ୍ଵା ନିଜେ ବଡବଡ ପୋଖରୀ ଖୋଳି ମାଛଚାଷ କରାଯାଉଥିଲା । ମାଛଚାଷ ପାଇଁ ପୋଖରୀ ଖୋଳିବାକୁ ହେଲେ ୧୦ ଗୁଣ୍ଠ ଜମିରୁ ୨ ଏକର ପର୍ଯ୍ଯନ୍ତ ଜମି ଆବଶ୍ୟକ ପଡିଥାଏ । ଅତ୍ୟଧିକ ପରିଶ୍ରମ ସହିତ ଅଧିକ ଅର୍ଥ ଖର୍ଚ୍ଚ କରିବା ପାଇଁ ପଡିଥାଏ । ମହାମାରୀ କରୋନା ସମୟରେ ବୈଜ୍ଞାନିକ ପଦ୍ଧତିରେ ବା ଜୈବପୁଞ୍ଜ ପ୍ରଣାଳୀରେ କମ ଜାଗାରେ କମ ପରିଶ୍ରମରେ ମାଛଚାଷ କରି ବେସ ଲାଭବାନ ହୋଇ ପାରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର କିଛି ମହିଳା ମାନେ । ମହିଳାମାନେ ନିଜ ଘରକାମ ଓ ପିଲାଙ୍କ ପାଠପଢା ସାରିବା ପରେ ଅଳ୍ପ ସମୟ ଦେଇ ନିଜ ଘର ଅଗଣା କିମ୍ବା ବାଡିରେ ଜୈବପୁଞ୍ଜ ପ୍ରଣାଳୀରେ ମାଛଚାଷ କରିଛନ୍ତି। ଏହି ମାଛକୁଣ୍ଡରେ ରୋହି, ଭାକୁର , କଉ , ଜଳଙ୍ଗ ଓ ରୁପଚାନ୍ଦି ଭଳି ମାଛଚାଷ କରୁଛନ୍ତି। ଜୈବପୁଞ୍ଜ ପ୍ରଣାଳୀରେ ମାଛଚାଷ କରୁଥିବା ମାଛଚାଷୀ ମାନଙ୍କୁ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଟ୍ରେନିଙ୍ଗ ପ୍ରଦାନ କରାଯିବା ସହିତ ସବସିଡ଼ି ବା ରିହାତି ରାଶି ପ୍ରଦାନ କରାଯାଉଛି । ଯେଉଁଥି ପାଇଁ ମାଛଚାଷୀ ମାନଙ୍କର ଆଗ୍ରହ ବଢୁଛି ଏବଂ ଲାଭବାନ ମଧ୍ୟ ହୋଇପାରୁଛନ୍ତି।

ଜୈବପୁଞ୍ଜ ପ୍ରଣାଳୀରେ ମାଛଚାଷ ବା ବାୟୋଫ୍ଲକ୍ ମାଧ୍ୟମରେ ମାଛଚାଷ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ସାଧାରଣ ଲୋକେ ଅଧିକ ଆଗ୍ରହ ହେଉଥିବା ଦେଖିବାକୁ ମିଳୁଛି । ଓଡିଶା ସରକାରଙ୍କ ମତ୍ସ୍ୟ ବିଭାଗ ପକ୍ଷରୁ ଏସି , ଏସ୍.ଟି ଓ ମହିଳା ମାନଙ୍କ ପାଇଁ ଶତକଡ଼ା ୬୦ ଭାଗ ସବସିଡ଼ି ଏବଂ ସାଧାରଣ ବର୍ଗ ଲୋକମାନଙ୍କ ପାଇଁ ଶତକଡ଼ା ୪୦ ଭାଗ ସବସିଡ଼ି ପ୍ରଦାନ କରୁଅଛନ୍ତି । ଯେଉଁଥିପାଇଁ ଘରେ ରହି ମହିଳା ଓ ଯୁବକମାନେ ଜୈବପୁଞ୍ଜ ପ୍ରଣାଳୀରେ ମାଛଚାଷ କରିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ଜୈବପୁଞ୍ଜ ମାଧ୍ୟମରେ ମାଛଚାଷ କରିବା ପାଇଁ ୧ ହଜାରରୁ ଅଧିକ ପୁରୁଷ ଓ ମହିଳାମାନେ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୨୦୨୦୵୨୧ ଆର୍ଥିକ ବର୍ଷରେ ୫୦ ଜଣ ମାଛଚାଷୀ ୧୮୮ ଟି ବାୟୋଫ୍ଲକ୍ ଟାଙ୍କି ଇନଷ୍ଟଲ କରାଯାଇଛି । ୫୦ ଜଣ ମାଛଚାଷୀ ମାନଙ୍କ ମଧ୍ୟରୁ ୪୫ ଜଣ ମହିଳା ଓ ୫ ଜଣ ପୁରୁଷ ମାଛଚାଷୀ ରହିଛନ୍ତି । ୨୦୵୨୧ ଆର୍ଥିକ ବର୍ଷରେ ମତ୍ସ୍ୟ ବିଭାଗ ପକ୍ଷରୁ ବାୟୋଫ୍ଲକ ମାଛଚାଷ ପାଇଁ ୭୪ଲକ୍ଷ ଟଙ୍କା ଆଲଟମେଣ୍ଟ କେନ୍ଦ୍ରାପଡା ଜିଲ୍ଲାକୁ ଆସିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଏନେଇ ମହିଳା ମାଛ ଚାଷୀ କଲ୍ଲୋଳିନୀ ଦାସ କୁହନ୍ତି ଜୈବପୁଞ୍ଜ ପ୍ରଣାଳୀରେ ମାଛଚାଷ ଟ୍ରେନିଂ ନିଆଯାଇ ଏହି ଚାଷ କରୁଛୁ। ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିବାରୁ ମୁଁ ସ୍ୱାବଲମ୍ବୀ ହୋଇପାରିଛି। ଏନେଇ ମହିଳା ମାଛଚାଷୀ ମାନସି ପ୍ରଭା ବରାଳ କୁହନ୍ତି ଅନେକ ଅସୁବିଧାରେ ବଞ୍ଚୁଥିଲୁ। ହେଲେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପରେ ନିଜର ସମୟ ଅତିବାହିତ ହେବା ସହ ଦୁଇ ପଇସା ରୋଜଗାର କରିପାରୁଛ॥

Leave A Reply

Your email address will not be published.