ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀରେ ସଂପୂର୍ଣ୍ଣ ଲକଡାଉନ ପାଇଁ ସରକାର ପ୍ରସ୍ତୁତ, ସୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ କଲେ କେଜ୍ରିୱାଲ

ନୂଆଦିଲ୍ଲୀ : ପ୍ରଦୂଷଣକୁ ନେଇ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଇଲାକାରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ବାୟୁରେ ବିଷ ଭରି ରହିବା ପରି ପରିଲକ୍ଷିତ ହୋଇଛି। ନିଶ୍ୱାସ ନେଲେ ନାକ ପୋଡୁଛି। ଏହାରି ମଧ୍ୟରେ ଦିଲ୍ଲୀରେ ସଂପୂର୍ଣ୍ଣ ଲକଡାଉନ ପାଇଁ ସୁପ୍ରିମକୋର୍ଟରେ ଆଜି ଏକ ସତ୍ୟପାଠ ଦାଖଲ କରି ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ରୋକିବାକୁ ସଂପୂର୍ଣ୍ଣ ଲକ୍ଡାଉନ୍ ପାଇଁ ଦିଲ୍ଲୀ ପ୍ରସ୍ତୁତ ଥିବା କହିଛନ୍ତି ମୁଖମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।ଏନ୍ସିଆର ଅଂଚଳ ଓ ପଡୋଶୀ ରାଜ୍ୟରେ ମଧ୍ୟ ଲକ୍ଡାଉନ୍ ଲଗାଇଲେ ଏହାର ସୁଫଳ ମିଳିପାରିବ ବୋଲି କହିଛନ୍ତି କେଜରିୱାଲ ସରକାର ।

ତେବେ ଦିଲ୍ଲୀରେ ପ୍ରଦୂଷଣ କମାଇବାରେ ଲକଡାଉନ୍ କେବଳ ସୀମିତ ପ୍ରଭାବ ପକାଇବ ବୋଲି କହିଛନ୍ତି ଦିଲ୍ଲୀ ସରକାର । ବାୟୁ ପ୍ରଦୂଷଣର ସମସ୍ୟାକୁ ଏୟାର ଶେଡ୍‌ ସ୍ତରରେ ସମାଧାନ କରିବା ଆବଶ୍ୟକ। ସତ୍ୟପାଠରେ ଦିଲ୍ଲୀ ସରକାର କହିଛନ୍ତି, ସ୍ଥାନୀୟ ନିର୍ଗମନକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ଲକଡାଉନ୍ ଭଳି ପଦକ୍ଷେପ ନେବାକୁ ପ୍ରସ୍ତୁତ। ଯଦିଓ, ପଡୋଶୀ ରାଜ୍ୟର ଏନସିଆର ଅଞ୍ଚଳରେ ମଧ୍ୟ ଏହା କାର୍ଯ୍ୟକାରୀ ହୁଏ ତେବେ ଏପରି ପଦକ୍ଷେପ ଫଳପ୍ରଦ ହେବ ବୋଲି କହିଛନ୍ତି ଦିଲ୍ଲୀ ସରକାର।

ସେପଟେ ପୁରୁଣା ଗାଡିର ବ୍ୟବହାର ରୋକିବା ଲାଗି ଅଣ୍ଟାଭିଡିଛି ଦିଲ୍ଲୀ ଟ୍ରାଫିକ ପୁଲିସ। ସହରରେ ଏହି ଗାଡିଗୁଡିକୁ ଧରିବା ଲାଗି ୧୭୦ ସ୍ଥାନରେ ନିୟୋଜିତ ହୋଇଛନ୍ତି ପୁଲିସ। ସହରର ୧୩ଟି ସର୍ବାଧିକ ପ୍ରଦୂଷଣଜନିତ ହଟସ୍ପଟରେ ଟ୍ରାଫିକ ପୁଲିସ ମୁତୟନ କରାଯାଇଛି। ଆଜିଠାରୁ ସମସ୍ତ ନିର୍ମାଣ କାର୍ୟ୍ୟ ଓ ସ୍କୁଲ ଓ କଲେଜ ଆସନ୍ତା ୧୭ ତାରିଖ ଯାଏଁ ବନ୍ଦ ରହିଛି।  ସରକାରୀ ଅଫିସଦପ୍ତରରେ ଓ୍ୱାର୍କ ଫ୍ରମ ହୋମ୍ ନୀତି ଲାଗୁ କରାଯାଇଛି। ତେଣେ ​ଶ୍ୱାସକ୍ରିୟାରେ ଅଧିକ ଲୋକ ସଙ୍କଟର ସମ୍ମୁଖୀନ ହେବା ପରିଲକ୍ଷତ ହୋଇଛି। ବିଶେଷ କରି ଅଧିକ ସଂଖ୍ୟକ ପିଲାଙ୍କ କ୍ଷେତ୍ରରେ ଏହା ପରିଲକ୍ଷିତ ହେବାରୁ ହସ୍ପିଟାଲରେ ଭିଡ ଜମୁଛି। ଅଧିକାଂଶ ଲୋକଙ୍କ ଗଳା ପୋଡିବା ବି ପରିଲକ୍ଷିତ ହୋଇଛି। ଏହି ଧରଣର ରୋଗୀଙ୍କ ସଂଖ୍ୟା ୪୦ପ୍ରତିଶତ ବୃଦ୍ଧି ପାଇଛି। ସେପଟେ ହରିୟାଣା ସରକାର ବି ନେଇଛନ୍ତି କଟକଣାମୂଳକ ପଦକ୍ଷେପ। ରାଜ୍ୟର ସମସ୍ତ ସ୍କୁଲକୁ ଆସନ୍ତା ୧୭ ତାରିଖ ଯାଏଁ ବନ୍ଦ ରଖାଯାଇଛି। ସେହିପରି ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଓ ଝାଜରରେ ୧୭ ତାରିଖ ଯାଏଁ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.