ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁଖସମୃଦ୍ଧି ବୃଦ୍ଧି ହେବା ସହିତ ସୌଭାଗ୍ୟ ପ୍ରାପ୍ତି ପାଇଁ ଘରେ ରଖନ୍ତୁ ଏହିସବୁ ମୂର୍ତ୍ତି…

ଏମିତି ଅନେକ ଜିନିଷ ଅଛି, ଯାହାକୁ ଘରେ ରଖିବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହେବା ସହିତ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। କିନ୍ତୁ ସେସବୁର ଦିଗ ସମ୍ପର୍କିତ ନିୟମ ଜାଣିବାକୁ ହୋଇଥାଏ। ନଚେତ୍‌ ସେସବୁ ବସ୍ତୁ ନକାରାତ୍ମକ ପ୍ରଭାବ ପକାଏ। ଆସନ୍ତୁ ଜାଣିନେବା ସୌଭାଗ୍ୟ ବୃଦ୍ଧି କରୁଥିବା ସେମିତି କିଛି ମୂର୍ତ୍ତି ଓ ତାହାକୁ ରଖିବାର ସଠିକ୍ ଦିଗ ସମ୍ପର୍କରେ।

  • ଘରର ଉତ୍ତର ଦିଗରେ ହାତୀର ମୂର୍ତ୍ତି କିମ୍ବା ଫଟୋ ରଖିବା ଦ୍ୱାରା ଧନ ଓ ଐଶ୍ବର୍ଯ୍ୟ ବୃଦ୍ଧି ହୋଇଥାଏ।
  • ଶୟନକକ୍ଷରେ ରୁପାନିର୍ମିତ ହାତୀ ମୂର୍ତ୍ତି ରଖିବା ଦ୍ବାରା ନକାରାତ୍ମକ ଶକ୍ତି ଦୂର ହୁଏ।
  • ହଂସର ଯୋଡ଼ାକୁ ପ୍ରେମ ଓ ଶାନ୍ତିର ପ୍ରତୀକ ବୋଲି କୁହାଯାଏ। ଘରେ ହଂସଯୋଡ଼ାର ମୂର୍ତ୍ତି ରଖିବା ଦ୍ୱାରା ପରିବାରର ସଦସ୍ୟଙ୍କ ଭିତରେ ସ୍ନେହ ଓ ପ୍ରେମ ବୃଦ୍ଧି ହୁଏ। ଏହାକୁ ଘରର ଯେ କୌଣସି ସ୍ଥାନରେ ରଖିପାରିବେ।
  • ବାସ୍ତୁ ଅନୁସାରେ, କଇଁଛ ଭଗବାନ ବିଷ୍ଣୁଙ୍କ ସ୍ବରୂପ ବୋଲି ମାନ୍ୟତା ରହିଛି। ତେଣୁ ଘରେ କଇଁଛର ମୂର୍ତ୍ତି ରଖିବା ଦ୍ୱାରା ସୁଖଶାନ୍ତି ଆସିଥାଏ।
  • ଶୁଆ ଓ ଶାରୀ ହେଉଛନ୍ତି ପ୍ରେମର ପ୍ରତୀକ। ତେଣୁ ଏହାର ମୂର୍ତ୍ତି ଘରର ଯେ କୌଣସି ସ୍ଥାନରେ ରଖିପାରିବେ। ଏହାଦ୍ବାରା ଘରର ପରିବେଶ ଖୁସିଭରା ଓ ଶାନ୍ତିପୂର୍ଣ୍ଣ ହୋଇଥାଏ।
Leave A Reply

Your email address will not be published.