ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁଣିଗାରିଡ଼ି ସନ୍ଦେହରେ ଦୋକାନ ଆଗରେ ଧାରଣା

ମାର୍ଶାଘାଇ: ମାର୍ଶାଘାଇ ବଜାର ମା’ଶାରଳା ପୂଜା ଷ୍ଟୋର ଦଳିତ ୪ ସଦସ୍ୟ ଧାରଣାରେ ବସିଛନ୍ତି । ନାବାଳିକା ଝିଅକୁ ଗୁଣିଗାରିଡ଼ି କରିଥିବା ଅଭିଯୋଗକରି ରମାକାନ୍ତ ମଲ୍ଲିକ ଓ ତାଙ୍କ ପତ୍ନୀଙ୍କ ସମେତ ପରିବାର ୪ଜଣ ଶାରଳା ପୂଜା ଦୋକାନରେ ଧାରଣା ଦେଇଥିଲେ।

ରମାକାନ୍ତଙ୍କ କହିବା ଅନୁଯାୟୀ, ୪ମାସତଳେ ପୁଅକୁ ଝଡାଫୁଙ୍କା କରିବାକୁ ଦୋଳ ମଲିକ ଟିମା ରଥଙ୍କୁ ଡ଼କାଇ ନେଇଥିଲେ । ରମାକନ୍ତଙ୍କ ପୁଅକୁ ପୂଜା ଦୋକାନ ମାଲିକ ଟିମା ଝଡ଼ା ଫୁଙ୍କାକରି ଭଲକରିବା ପରେ ଝିଅ ଦେହରେ ବାଉତି ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି । ଯାହାଫଳରେ ଝିଅ ଖାଆପିଅ ନ କରି ବେକମୋଡ଼ି ପଡ଼ୁଥିବା ଅଭିଯୋଗ କରିଛନ୍ତି। ଝିଅକୁ ଗୁଣିଗାରିଡ଼ି ମୁକ୍ତ କରିବାକୁ ପୂଜା ଷ୍ଟୋର ଆଗରେ ଧାରଣା ବସିଥିଲେ। ପୂଜାଦୋକାନ ମାଲିକ ଟିମା ଘଟଣା ସମୟରେ ଉପସ୍ଥିତ ନ ଥିଲେ। ଖବରପାଇ ମାର୍ଶାଘାଇ ପୁଲିସ ଏସ୍‌ଆଇ ତୁଷାର କାନୁନ୍‌ଗୋ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି ଦୋକାନ ସମ୍ମୁଖରୁ ଧାରଣା ହଟାଇଥିଲେ।

Leave A Reply

Your email address will not be published.