ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ କେବିଏନ ଗ୍ରୁପ ଆତଙ୍କରାଜ ଘଟଣା, ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ରାତି ଅଧିଆ କେବିଏନ ଗ୍ରୁପ ଆତଙ୍କରାଜ ଘଟଣା । ଦୁଇ ଜଣକୁ ଗିରଫ କଲା ନୟାପଲ୍ଲୀ ଥାନା ପୁଲିସ । ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ରାତିରେ ବନ୍ଧୁକ ଓ ଖଣ୍ଡା ଧରି ଆତଙ୍କରାଜ କରୁଥିଲା କେବିଏନ ଗ୍ରୁପ୍ । ଭିଡିଓ ସୁଟ୍‌ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ । ମାଉଜର ଧରି ବ୍ଲାଙ୍କ ଫାୟାରିଂ ମଧ୍ୟ କରୁଥିଲେ ଦୁର୍ବୃତ୍ତ । ଭିଡିଓ ଭାଇରାଲ ପରେ ଚଢ଼ାଉ କରି ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ ପୁଲିସ ।

ଅନ୍ୟ ଦୁର୍ବୃତ୍ତମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଚନ୍ଦ୍ରଶେଖରପୁର ଅଞ୍ଚଳରେ କେବିଏନ ଗ୍ରୁପ୍ ଦ୍ବାରା ଆକ୍ରମଣର ଶିକାର ଜଣେ ଯୁବତୀ ଗ୍ରୁପର ଆତଙ୍କରାଜ ସଂପର୍କରେ ଖୁଲାସା କରିବା ସହ ପୁଲିସକୁ ଜଣାଇଥିଲେ । ଅଭିଯୋଗ ପରେ ପୁଲିସ ତନାଘନା ଚଳାଇଥିଲା ।

Leave A Reply

Your email address will not be published.