ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ଜି ଲେ ଜରା’ରେ ଏକାଠି ନଜର ଆସିବେ ବଲିଉଡ୍‌ର ବହୁ ଚର୍ଚ୍ଚିତ ଦମ୍ପତି ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌

ବଲିଉଡ୍‌ର ବହୁ ଚର୍ଚ୍ଚିତ ଦମ୍ପତି ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ ଏବେ ଫିଲ୍ମ ପରଦାରେ ଏକାଠି ନଜର ଆସିବେ । ବଲିଉଡ୍‌ର ଯୁବ ନିର୍ଦ୍ଦେଶକ ତଥା ଅଭିନେତା ଫରହାନ୍‌ ଅଖତାର୍‌ଙ୍କ ଫିଲ୍ମ ‘ଜି ଲେ ଜରା’ରେ ଦୁହେଁ ଏକାଠି ଦେଖାଯିବେ । କ୍ୟାଟ୍ରିନାଙ୍କ ସହ ଏଥିରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ପ୍ରିୟଙ୍କା ଚୋପ୍ରା ମଧ୍ୟ ନଜର ଆସିବେ। ପ୍ରଥମ ଥର ପାଇଁ ଏହି ତିନି ଅଭିନେତ୍ରୀ ଏକାଠି କାମ କରିବେ। ଫରହାନ୍‌ ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଏଥିରେ ଅଭିନୟ ମଧ୍ୟ କରିବେ। ତେବେ ଫିଲ୍ମ ପାଇଁ ଅନ୍ୟ ଜଣେ ହିରୋଙ୍କୁ ଫାଇନାଲ୍‌ କରାଯାଇ ନାହିଁ। ଭିକି ମଧ୍ୟ ଫିଲ୍ମରେ କାମ କରିବେ କି ନାହିଁ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଏହି ତିନି ଅଭିନେତ୍ରୀଙ୍କ ରୋଡ୍‌ ଟ୍ରିପ୍‌ ଉପରେ ଫିଲ୍ମର କାହାଣୀ ଆଧାରିତ।

Leave A Reply

Your email address will not be published.