ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୋଲିଲା କରତାରପୁର ସାହିବ କରିଡର, କରୋନା କଟକଣା ମଧ୍ୟରେ ଦିନକୁ ୧୦୦ରୁ ୨୦୦ ଶ୍ରଦ୍ଧାଳୁଙ୍କୁ ଅନୁମତି

ନୂଆଦିଲ୍ଲୀ : ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି ୨୦ ମାସ ପରେ ଆଜି ଖୋଲିଛି କରତାରପୁର ସାହିବ କରିଡର ।ଆସନ୍ତା ଶୁକ୍ରବାର ଦିନ ଗୁରୁ ନାନକଙ୍କ ଜୟନ୍ତୀ ପଡୁଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କରୋନା ମହାମାରୀ ପାଇଁ ୨୦୨୦ ମାର୍ଚ୍ଚ ୨୬ରୁ କରିଡର ବନ୍ଦ ଥିଲା । ତେବେ ମହାମାରୀ ସ୍ଥିତି ସୁଧୁରିଥିବାରୁ କରିଡର ପୁଣି ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ତେବେ କରିଡର ଯିବାକୁ ହେଲେ କୋଭିଟ କଟକଣା ପାଳନ କରିବାକୁ ହେବ । ୪ .୫ କିଲୋମିଟରର ଏହି କରିଡର ପଞ୍ଜାବର ଗୁରଦାସପୁରର ଆରମ୍ଭ ହୋଇ ଅନ୍ତର୍ଜୀତୀୟ ସୀମା ଦେଇ ପାକିସ୍ତାନର କରତାରପୁରକୁ ଯୋଡିଥାଏ ।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କରତାରପୁର ସାହିବ କରିଡର ଖୋଲିବା ନେଇ ସୂଚନା ଦେଇଥିଲେ । ଏହା ଶ୍ରୀ ଗୁରୁ ନାନକ ଦେବ ଏବଂ ଶିଖ୍ ସମ୍ପ୍ରଦାୟ ପ୍ରତି ଥିବା ମୋଦୀ ସରକାରଙ୍କ ଶ୍ରଦ୍ଧାକୁ ପ୍ରତିପାଦିତ କରୁଛି ବୋଲି ଅମିତ ଶାହା କହିଛନ୍ତି। କରତାରପୁର କରିଡର ପାକିସ୍ତାନରେ ଥିବା ଗୁରୁଦ୍ବାର ସାହିବକୁ ଗୁରୁଦାସପୁର ଜିଲ୍ଲାରେ ଥିବା ଡେରା ବାବା ନାନକ ମନ୍ଦିରକୁ ଯୋଡୁଛି। ତେବେ ଟିକାର ଉଭୟ ଡୋଜ ନେଇ ସାରିଥିବା ଲୋକ ଗୁରୁଦ୍ଧାର କରତାରପୁର ସାହିବ ଯାଇପାରିବେ। ଶ୍ରଦ୍ଧାଳୁଙ୍କୁ ଆରଟିପିସିଆର ନେଗେଟିଭ ରିପୋର୍ଟ ଏବଂ ଟିକାକରଣ ପ୍ରମାଣପତ୍ର ସାଥ୍‌ରେ ନେବାକୁ ପଡିବ। କରୋନା ମହାମାରୀ ଯୋଗୁଁ ୨୦୨୦ ମାର୍ଚ୍ଚରୁ କରତାରପୁର କରିଡର ବନ୍ଦ ରହିଥିଲା।

ଗୁରୁଦ୍ବାର ସାହିବ ପାକିସ୍ତାନ ପଞ୍ଜାବର ନାରୋଓ୍ବି ଜିଲ୍ଲା ଅନ୍ତର୍ଗତ ଶକରଗଡ଼ ତହସିଲରେ ତଥା ରବି ନଦୀ ତଟଦେଶରେ ପ୍ରତିଷ୍ଠିତ । ଏହି କୀର୍ତ୍ତି ଶିଖ ଧର୍ମଗୁରୁ ନାନକଙ୍କ ଦ୍ବାରା ୧୫୦୪ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଗତ ୨୦୧୯ ନଭେମ୍ବର ୯ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହି କରିଡରକୁ ଉଦଘାଟନ କରିଥିଲେ ।ଶିଖ ଧର୍ମଗୁରୁ ନାନକ ତାଙ୍କ ଜୀବନକାଳର ଶେଷ ୧୮ ବର୍ଷ ଏହି ସ୍ଥାନରେ କଟାଇଥିଲେ । ତେବେ କରୋନା ଟିକା ନେଇଥିବା ଲୋକଙ୍କୁ ହିଁ ପାକିସ୍ତାନ ଯିବାକୁ ଅନୁମତି ମିଳିବ । ଏହାସହିତ ଆରଟିପିସିଆର ନେଗେଟିଭ ରିପୋର୍ଟକୁ ବି ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ପାକିସ୍ତାନ ଭାରତକୁ ଅନୁରୋଧ କରିଥିଲା, ଯାହାକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ପ୍ରତ୍ୟେକ ଦିନ ଶହେରୁ ୨ ଶହ ଶ୍ରଦ୍ଧାଳୁଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ । ତେବେ ଗୁରୁ ନାନକ ଜୟନ୍ତୀରେ ଏହି ସଂଖ୍ୟା ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.