ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ ଜିତିଲେ କର୍ଣ୍ଣାଟକର ସିନି ସେଟ୍ଟୀ, ୩୧ ପ୍ରତିଯୋଗୀଙ୍କୁ ପଛରେ ପକାଇ ପିନ୍ଧିଲେ ବିଜୟ ମୁକୁଟ

ମୁମ୍ୱାଇ: କର୍ଣ୍ଣାଟକର ସିନି ସେଟ୍ଟୀ ହେଲେ ମିସ୍ ଇଣ୍ଡିଆ ୨୦୨୨ । ମିସ୍ ଇଣ୍ଡିଆ ୨୦୨୨ ମୁକୁଟ ଜିତିଲେ ସିନି ଶେଟ୍ଟୀ । ୩୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ଜିତିଛନ୍ତି ସିନି । ସେହିପରି ରାଜସ୍ଥାନର ରୁବଲ ଶେଖାୱତ ଫାଷ୍ଟ ରନର୍ସ ଅପ୍ ହୋଇଥିବା ବେଳେ ଉତରପ୍ରଦେଶର ଶିନାତା ଚୌହ୍ୱାନ ହୋଇଛନ୍ତି ସେକେଣ୍ଡ ରନର୍ସ ଅପ୍ ।

ଗତକାଲି VLCC ଫେମିନା ମିସ୍ ଇଣ୍ଡିଆର ଗ୍ରାଣ୍ଡ ଫାଇନାଲ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଆୟୋଜିତ ହୋଇଥିଲା । ଏହି ଇଭେଣ୍ଟରେ ବଲିଉଡର ନାମିଦାମୀ କଳାକାର ବି ସାମିଲ ହୋଇଥିଲେ । ନେହା ଧୁପିଆ, କୃତି ସେନନ, ମଲାଇକା ଅରୋଡା, ମନିଷ ପଲ, ରାଜକୁମାର ରାଓ ପ୍ରମୁଖ କଳାକାରଙ୍କୁ ଗ୍ରାଣ୍ଡ ଫାଇନାଲରେ ଦେଖିବାକୁ ମିଳିଥିଲା ।

ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲ୍ ଜିତିଥିବା ସିନି ଶେଟ୍ଟୀଙ୍କ ବୟସ ମାତ୍ର ୨୧ ବର୍ଷ । ସିନି ଜଣେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ । ସେ ଆକାଉଣ୍ଟସ୍ ଏବଂ ଫାଇନାନ୍ସରେ ସ୍ନାତକ ହାସଲ କରିଛନ୍ତି ଏବଂ ବର୍ତ୍ତମାନ CFA କରୁଛନ୍ତି।

Leave A Reply

Your email address will not be published.