କାନପୁର ଟେଷ୍ଟ: ନ୍ୟୁଜିଲାଣ୍ଡକୁ ୨୮୪ ରନର ଟାର୍ଗେଟ ଦେଲା ଭାରତ

କାନପୁର: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଜିତିବାକୁ ହେଲେ ୨୮୪ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ । ଦ୍ବିତୀୟ ଇନିଂସରେ ଭାରତ ୭ ଓ୍ବିକେଟ ବିନିମୟରେ ୨୩୪ ରନ କରି ଦ୍ବିତୀୟ ଇନିଂସ ଘୋଷଣା କରିଛି ଭାରତ । ଯାହା ଫଳରେ ପ୍ରଥମ ଟେଷ୍ଟ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୨୮୪ ରନ କରିବାକୁ ପଡ଼ିବ । ଭାରତ ପକ୍ଷରୁ ଆଜି ଆୟର୍ ଆଉଏକ ଜବରଦସ୍ତ ଇନିଂସ୍ ଖେଳିଛନ୍ତି। ସେ ୧୨୫ ବଲରେ ୮ ଚୌକା ଓ ୧ ଛକା ସହ ୬୫ ରନ୍ କରିଛନ୍ତି। ସେହିପରି ଅଭିଜ୍ଞ ଋଦ୍ଧିମାନ ସାହା ଓ ଅକ୍ଷର ପଟେଲ ଅଷ୍ଟମ ୱିକେଟ୍ ପାଇଁ ୬୭ ରନର ଭାଗିଦାରୀ କରିଥିଲେ, ଯେଉଁ କାରଣରୁ ଭାରତ ୨୩୪ ରନ୍ କରିବାକୁ ସକ୍ଷମ ହୋଇଛି।


ଆଜି ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୪ ରନ୍‌ରେ ଗୋଟିଏ ୱିକେଟ ହରାଇଛି। ଆଜି ଭାରତ ପାଳି ଘୋଷଣା କରିବା ପରେ ନ୍ୟୁଜିଲାଣ୍ଡ ଆଜି ଦିନରେ ୧୩ ଓଭର ବ୍ୟାଟିଂ କରିବାର ଥିଲା କିନ୍ତୁ ଖରାପ ଲାଇଟ ପାଇଁ କେବଳ ଚାରି ଓଭର ହିଁ ବୋଲିଂ ହୋଇପାରିଥିଲା । ପଞ୍ଚମ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଗୋଟିଏ ଓ୍ବିକେଟ ବିନିମୟରେ ୪ ରନ କରିଛି । ଭାରତ ପକ୍ଷରୁ ଅଶ୍ବିନୀ ଏହି ସଫଳତା ହାସଲ କରିଛନ୍ତି ।  ଆସନ୍ତାକାଲି ଅର୍ଥାତ ଶେଷ ଦିନରେ ଭାରତକୁ କାନପୁର ଟେଷ୍ଟ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡ ଟିମକୁ ଅଲଆଉଟ କରିବାକୁ ପଡ଼ିବ ।


କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ପ୍ରଥମ ଇନିଂସରେ ଭାରତ ୩୪୫ ରନ କରିଥିଲା । ଭାରତ ପକ୍ଷରୁ ଶ୍ରେୟସ ଆୟର ଶତକ ହାସଲ କରିଥିବାବେଳେ ଶୁଭମନ ଗିଲ୍ ଓ ରବିନ୍ଦ୍ର ଜାଡେଜା ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ପ୍ରଥମ ଇନିଂସରେ ୩୪୫ ରନ କରିବା ପରେ ଭାରତ ନ୍ୟୁଜିଲାଣ୍ଡକୁ ପ୍ରଥମ ଇନିଂସରେ ୨୯୬ ରନରେ ଅଟକାଇ ଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ୫ଟି ଓ୍ବିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନୀ ୩ଟି, ଉମେଶ ଯାଦବ ଓ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଅନ୍ୟପକ୍ଷରେ ଭାରତ ଦ୍ବିତୀୟ ଇନିଂସରେ ଆରମ୍ଭରୁ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲେ । ତେବେ ଡେବ୍ୟୁ କରିଥିବା ଶ୍ରେୟସଙ୍କ ୬୫ ରନ ଓ ରିଦ୍ଧିମାନ ଶାହାଙ୍କ ୬୧ ରନ ଫଳରେ ଭାରତ ୨୩୪ ରନ କରିଥିଲା ।

Leave a comment