ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଳ ହେଲା ପ୍ଲାଷ୍ଟିକ ସର୍ଜରୀ: ଜୀବନ ହାରିଲେ କନ୍ନଡ ଅଭିନେତ୍ରୀ ଚେତନାରାଜ

ବେଙ୍ଗାଲୁରୁ: ପ୍ଲାଷ୍ଟିକ ସର୍ଜରୀ ହେଲା କାଳ। ପ୍ଲାଷ୍ଟିକ ସର୍ଜରୀ ପାଇଁ ଜୀବନ ହାରିଛନ୍ତି କନ୍ନଡ ଅଭିନେତ୍ରୀ ଚେତନାରାଜ । ପ୍ଲାଷ୍ଟିକ ସର୍ଜରୀ ସଫଳ ନହେବାରୁ ତାଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଏକ ଘରୋଇ ହସପିଟାଲରେ ଫ୍ୟାଟ୍ ଫ୍ରି ପ୍ଲାଷ୍ଟିକ ସର୍ଜରୀ କରିଥିଲେ ଚେତନାରାଜ। କିନ୍ତୁ ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ହେବାରୁ ତାଙ୍କ ଅବସ୍ଥା ଗମ୍ଭୀର ହୋଇଯାଇଥିଲା । ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଚେତନାରାଜଙ୍କ ପରିବାରବର୍ଗ ତାଙ୍କ ମୃତ୍ୟୁ ପାଇଁ ଡାକ୍ତରଙ୍କ ଅବହେଳାକୁ ଦାୟୀ କରିବା ସହ ଏତଲା ଦାୟର କରିଛନ୍ତି। ସେପଟେ, ପ୍ଲାଷ୍ଟିର ସର୍ଜରୀ ପାଇଁ ଚେତନାରାଜ ପରିବାର ଅନୁମତି ନେଇ ନ ଥିବା ମଧ୍ୟ ଜଣାପଡିଛି ।

Leave A Reply

Your email address will not be published.