ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆନନ୍ଦ ଉତ୍ସାହର ସହିତ ଶେଷ ହେଲା କନିକା ରାଜ ମେଲଣ: ରାଜାରାଣୀଙ୍କ ସହ ରଙ୍ଗ ଖେଳିଲେ ହଜାର ହଜାର ଲୋକେ

ରାଜକନିକା:କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‌ରେ ୬୦୦ବର୍ଷର କନିକା ରାଜ ମେଲଣ ଆନନ୍ଦ ଉତ୍ସାହର ସହିତ ଶେଷ ହୋଇଛି । ୫ଦିନ ଧରି କାଳିକାପୁର, ଆୟତନ, ଦେଉଳି ଏବଂ ଗିରୀଆ ମେଲଣ ଉତ୍ସବ ପରେ କନିକାର ପ୍ରସିଦ୍ଧ ମେଲଣ ଉତ୍ସବର ଶେଷ ଦିନ କନିକା ରାଜପ୍ରସାଦ ଆଗରେ ରାଜ ମେଲଣ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ଏହି ରାଜ ମେଲଣ ଉତ୍ସବକୁ ଦେଖିବା ପାଇଁ ଲୋକେ ପ୍ରତିବର୍ଷ ଚାହିଁ ରହିଥାନ୍ତି । ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା ଠାରୁ ଆରମ୍ଭ କରି ଆଳି, ପଟ୍ଟାମୁଣ୍ଡାଇ ରାଜନଗର ଏବଂ ଚାନ୍ଦବାଲି ଅଂଚଳରୁ ହାଜାର ହଜାର ଲୋକେ ଯୋଗଦେଇ ପ୍ରେମ ଓ ପ୍ରୀତିର ପର୍ବ ହୋଲି ଉତ୍ସବକୁ ପାଳନ କରିଛନ୍ତି ।

ଏହି ମେଲଣରେ ଲୋକେ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ ଏବଂ ରାଣୀ ମୃଣାଳିନୀ ଦେବୀ ହଜାର ହଜାର ଲୋକମାନଙ୍କ ସହିତ ରଙ୍ଗ ଅବିରରେ ହୋଲି ଖେଳି ସମସ୍ତଙ୍କ ଶୁଭକାମନା ଜଣାଇଥିଲେ । ରାଜାରାଣୀ ରାଧାକୃଷ୍ଣଙ୍କୁ ଦର୍ଶନ କରି ପୂଜାଅର୍ଚ୍ଚନା କରିଛନ୍ତି । ଏହି ଉତ୍ସବରେ ସାଧାରଣ ଜନତା ନିଆରା ଢ଼ଙ୍ଗରେ ରାଜାରାଣୀଙ୍କ ସହିତ ରଙ୍ଗ ଖେଳିବାର ମଜା ନେଇଛନ୍ତି । ୫୦ରୁ ଅଧିକ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ସୁସର୍ଜ୍ଜିତ ବିମାନରେ ଧାଡ଼ି ଧାଡ଼ି ହୋଇ ମେଲଣ ପଡ଼ିଆକୁ ଶୋଭାଯାତ୍ରାରେ ଆସି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ପୁରାତନ ହୋଲି ଗୀତ ସାଙ୍ଗକୁ ଘଣ୍ଟ ହୁଳହୁଳି, କାହାଳୀ, ଝାଞ୍ଜ ମୃଦଙ୍ଗ ସହିତ ନାଚ ଗୀତରେ ଫାଟି ପଡ଼ିଥିଲା ମେଲଣ ପଡ଼ିଆ । କୃଷ୍ଣ ଭଜନ ଗାଇ ଗାଇ ରାଧାକୃଷ୍ଣଙ୍କ ଭକ୍ତି ନିବେଦନ କରଥିଲେ ଲୋକେ । ବିଭିନ୍ନ ଜାତି ଧର୍ମ ଓ ଦଳମତ ନିର୍ବିଶେଷରେ ଭେଦଭାବ ଭୁଲି ମେଲଣ ପଡ଼ିଆରେ ଏକାଠି ହୋଇ ଭାତୃଭାବ ସହିତ ପରସ୍ପର ରଙ୍ଗ ଅବିରରେ ହୋଲି ଖେଳି ଉତ୍ସବ ପାଳନ କରିଛନ୍ତି । ରାଜପ୍ରାସାଦର ପୂର୍ବ ଫାଟକ ଏବଂ ଦକ୍ଷିଣ ଫାଟକ ପ୍ରବଶ ପଥରେ ପ୍ରଭୁ ଗୋପିନାଥଜୀଉ, ବାବା ନୃସିଂହନାଥ ଜୀଉ ବିମାନରେ ଅତି ଭାବମୟ ପରିବେଶରେ ଚିତାକର୍ଷକ ଶୋଭାଯାତ୍ରାରେ ମେଲଣ ପଡ଼ିଆକୁ ଆସିଥିଲେ । ଏହା ପରେ ସମସ୍ତ ଠାକୁର ବିମାନରେ ରାଜପ୍ରାସାଦ ମଧ୍ୟକୁ ପ୍ରବେଶ କରିଥିଲେ । ରାଜା ଏବଂ ରାଣୀ ରାଧାକୃଷ୍ଣଙ୍କ ପୂଜା କରି ଚଅଁର ସେବା କରିଥିଲେ । ମେଲଣ ପଡ଼ିଆରେ ସମସ୍ତ ବିମାନରେ ରାଧାକୃଷ୍ଣଙ୍କୁ ଦର୍ଶନ କରି ଭୋଗ ଲାଗାଇଥିଲେ । ପୂର୍ବ ପରମ୍ପରା ଅନୁଯାଇ ମେଳଣ ଶେଷ ହେବା ପରେ ରାତିରେ ଗୋପାଳଜୀଉ, ରାସବିହାରୀ ଜୀଉ ଏବଂ ପ୍ରଭୁ ରାଧାକାନ୍ତ ଜୀଉଙ୍କ ଭେଟ ଅନୁଷ୍ଠିତ ହୋଇଥିଲା । ମେଲଣ ପଡ଼ିଆରେ ରାଜାରାଣୀ ସ୍ୱତନ୍ତ୍ର ପୂଜାପାଠ କରି ମେଣ୍ଢା ଗୁହାଳ ପୋଡ଼ିଥିଲେ । ଏହି ମେଲଣ ଉତ୍ସବରେ ପଟ୍ଟାମୁଣ୍ଡାଇ ଏସ୍‌ଡ଼ିିପିଓ ସନ୍ଧ୍ୟାରାଣୀ ବେହୁରିଆ ଏବଂ ରାଜକନିକା ଆଇଆଇସି ବିଲ୍ୱମଙ୍ଗଳ ସେଠୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

Leave A Reply

Your email address will not be published.