ଆରମ୍ଭ ହେଲା କନିକା ପ୍ରସିଦ୍ଧ ରାଜମେଲଣ

ରାଜକନିକା : ଦୀର୍ଘ ୨ବର୍ଷର କରୋନା କଟକଣା ପରେ ଆଜି ଆରମ୍ଭ ହୋଇଛି କନିକାର ସାଂସ୍କୃତିକ ପରମ୍ପରାର ୫ ଦିନିଆ ରାଜମେଳଣ । କନିକା ରାଜଶାସନ ଅମଳରୁ ପ୍ରାୟ ୬ ଶହ ବର୍ଷ ପୁରୁଣା ଏହି ମେଳଣ ପରମ୍ପରା ସ୍ଥାନୀୟ ଅଞ୍ଚଳରେ ବେଶ ଉପଭୋଗ୍ୟ ହୋଇଥିବା ବେଳେ ମଠ ମନ୍ଦିର ମାନଙ୍କରେ ପୂଜିତ ହେଉଥିବା ଶ୍ରୀଜୀଉ ମାନଙ୍କୁ ଦଳ ବିମାନରେ ଦେଖି ଆତ୍ମହରା ହୋଇ ପଡିଛନ୍ତି ଶ୍ରଦ୍ଧାଳୁ । ଫଗୁ ଦଶମୀ ଠାରୁ ପୂର୍ଣମୀ ଯାଏ ହେବାକୁ ଥିବା ୫ ଦିନିଆ ମେଳଣର ଆଜି ପ୍ରଥମ ଦିନରେ କାଳିକାପୁର ମିଳନୀ ପଡିଆରେ ଏକାକାର ହୋଇଛନ୍ତି ବହୁ ଦୋଳ ବିମାନ । ଆଜି ପ୍ରତ୍ୟୁଷରୁ ସାରା କନିଜାରେ ସ୍ୱତଃ ଏକ ଆଧ୍ୟାତ୍ମିକ ଭାବଧାରା ଉକୁଟି ଉଠିଥିବା ବେଳେ ଗାଁ କୁ ଗାଁ ବୁଲି ଦୋଳ  ବିମାନ ଗୁଡିକ ଠା କୁ ଠା ଭୋଗ ଲାଗି ପାଉଥିବା ବେଳେ ହୋଲିଆ ମାନଙ୍କ ହୋଲି ଗୀତରେ ତାଳରେ ପରିବେଶ ପ୍ରକମ୍ପିତ ହୋଇଛି ।
ପରମ୍ପରା ଅନୁଯାୟୀ କନିକା ପ୍ରସିଦ୍ଧ ୫ ଦିନିଆ ରାଜମେଳଣରେ ପ୍ରଥମ ଦିନରେ କାଳିକାପୁର, ଆୟତନ, ଦେଉଳି, ଗିରିଆ ଓ ଶେଷଦିନରେ ରାଜମେଳଣ ଅନୁଷ୍ଠିତ ହୋଇ ଆସୁଛି । ମେଳଣ ପର୍ବର ଆଜିର ମେଳଣରେ ଗଞ୍ଜାର ନୃସିଂହନାଥ, ବଡାଗର ଗୋପୀନାଥ, ଗିରିୟାର ରାଧାକାନ୍ତ,ଆୟତନର କୋଟି ବ୍ରହ୍ମାଣ୍ଡ ନାଥ ଙ୍କ ସହ ୩୫ରୁ ଉର୍ଦ୍ଧ୍ଵ ବିମାନ ସାମିଲ ହୋଇଥିଲେ । ରଙ୍ଗ ଅବିରର ଫୁଆରାରେ ମତୁଆଲା ହେଉଥିବା ଆଜିର  ଦୋଳଉତ୍ସବ ରେ ସାମିଲ ହୋଇ କନିକାବାସୀ ଫଗୁ ଦିଆନିଆ ସହ ସୁଉନ୍ନତ ଭାଇଚାରାର ଏହି ଗଣପର୍ବରେ ମାତି ଯାଇଛନ୍ତି । ଆଜିର ଶୃଙ୍ଖଳିତ ମେଳଣ ପରିଚାଳନା ରେ କାଳିକାପୁର ମେଳଣ ଆୟୋଜକ କମିଟୀ ସାବାସୀ ସାଉଁଟି ଥିବାରୁ ଆଗକୁ ହେବାକୁ ଥିବା ମେଲଣ ଗୁଡିକ ବେଶ ଉପଭୋଗ୍ୟ ହେବା ଆଶା କରାଯାଇଛି ।
ତେବେ ଦଳ ଦଳ ହୋଇ ଥାଟ ପଟାଳି ବାନ୍ଧି ଆଲଟ, ଚାମର, ଛତ୍ର ଛତ୍ରୀ, କାହାଳୀ, ଘଣ୍ଟ ଘଣ୍ଟା ପତକା ସହ ଆଧୁନିକ ଓ ପlରମ୍ପରିକ ନୃତ୍ୟ ଗୀତ ରେ ଶ୍ରୀଜୀଉ ମାନଙ୍କ ଦୋଳ ବିମାନରେ ମେଲଣ ପଡିଆରେ ଗୋଟେ ପରେ ଗୋଟେ ବିମାନ ପହଂଚିବା ପରେ ସାମୁହିକ ଭୋଗଲାଗି କରାଯାଇଥିଲା । ସନ୍ଧ୍ୟା ୬ଟାରେ ସମାପିତ ହୋଇଥିବା ଆଜିର ପ୍ରଥମ ଦିନର ମେଲଣ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଜନସମୁଦ୍ର ହେବା ପୁଣି ଥରେ କନିଜାରେ ଆଧ୍ୟାତ୍ମିକ ତାକୁ ଛାଇ ଦେଇଥିଲା l ଆଜିର ମେଲଣ ପରେ ଆସନ୍ତାକାଲି ଆୟତନ ମେଲଣ ପାଇଁ ପୁର୍ଣ ପ୍ରସ୍ତୁତି ହୋଇଥିବାରୁ ଚଳିତ ବର୍ଷର ମେଲଣ ଅନୁକୂଳ ପାଗ ପାଇଁ ବେଶ ଉପଭୋଗ୍ୟ ହେବା ଆଶା କରାଯାଇଛି ।
Leave a comment