ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହ୍ବିଲ୍‌-ଚେୟାର୍‌ରେ ୨୪ଘଣ୍ଟାରେ ୧୮୩.୫୪ କିଲୋମିଟର ଯାତ୍ରା କରି ବିଶ୍ୱ ରେକର୍ଡ କଲେ ଦିବ୍ୟାଙ୍ଗ କମଳାକାନ୍ତ ନାୟକ

ଭୁବନେଶ୍ବର : କୁହାଯାଏ ଇଚ୍ଛା ଥିଲେ କିଛି ବି ଅସମ୍ଭବ ନୁହେଁ। ଆଉ ଏହାକୁ ସଠିକ ପ୍ରମାଣତ କରିଛନ୍ତି ପୁରୀ ଜିଲ୍ଲାର ୨୮ ବର୍ଷୀୟ ଦିବ୍ୟାଙ୍ଗ କମଳାକାନ୍ତ ନାୟକ। ହ୍ୱିଲ ଚେୟାରରେ ଯାତ୍ରା କରି ବିଶ୍ୱ ରେକର୍ଡ କରିଛନ୍ତି କମଳାକାନ୍ତ ନାୟକ । ବର୍ତମାନ ସୁଦ୍ଧା ସେ ୧୮୩.୫୪ କିଲୋମିଟର ଅତିକ୍ରମ କରି ଏହି କୀର୍ତିମାନ କରିଛନ୍ତି ।ହ୍ବିଲ୍‌-ଚେୟାର୍‌ରେ ୨୪ଘଣ୍ଟାରେ ସର୍ବାଧିକ ଦୂରତା ଅତିକ୍ରମ କରି ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି କମଳାକାନ୍ତ । ପର୍ତୃଗାଲର ମାରିଓ ତ୍ରିନିଦାଦ ୧୮୨.୪ କିମି ଦୂରତା ଅତିକ୍ରମ କରି ଗିନିଜ୍‌ ବୁକ୍‌ରେ ସ୍ଥାନ ଅଧିକାର କରିଥିବା ବେଳେ ପୁରୀ ଜିଲ୍ଲାର ଦିବ୍ୟାଙ୍ଗ କମଳାକାନ୍ତ ନାୟକ (୨୮) ତାଙ୍କ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି।

ଗତକାଲି ଭୁବନେଶ୍ୱରର ରାଜମହଲରୁ କମଳାକାନ୍ତ ଏହି ଯାତ୍ରା ଆରମ୍ଭ କରିଥିଲେ । ବର୍ତମାନ ସେ ଏହି ଅଭିଯାନକୁ ଜାରି ରଖିଛନ୍ତି ।ରାଜମହଲରୁ ମାଷ୍ଟରକ୍ୟାଂଟିନର ଦୁରତ୍ୱ ୧୧୪୦ ମିଟର । ବର୍ତମାନ ସୁଦ୍ଧା ସେ ଏହି ଦୂରତ୍ୱକୁ ୧୬୧ ଥର ଅତିକ୍ରମ କରିସାରିଲେଣି।କମଳାକାନ୍ତ ହ୍ବିଲ୍‌-ଚେୟାର୍‌ରେ ୨୪ଘଣ୍ଟାରେ ୧୮୩.୫୪ କିଲୋମିଟର ଅତିକ୍ରମ କରିସାରିଛନ୍ତି । ଏହାରି ଭିତରେ ସେ କିନ୍ତୁ ସେ ଅଭିଯାନକୁ ଜାରି ରଖିଛନ୍ତି।

ସୂଚନାଅନୁସାରେ ଅପରାହ୍‌ଣ ୩ଟାରୁ କମଳାକାନ୍ତ ରାଜମହଲଠାରୁ ମାଷ୍ଟରକ୍ୟାଣ୍ଟିନ୍‌ ମଧ୍ୟରେ ଥିବା ସାଇକେଲ ଟ୍ରାକ୍‌ରେ ହ୍ବିଲ୍‌ଚେୟାର୍‌ ଚଳାଇଥିଲେ । ଆଜି ମଧ୍ୟାହ୍ନ ସୁଦ୍ଧା ସେ ଏହି ଟ୍ରାକ୍‌ରେ ୧୮୪ କିମି ଅତିକ୍ରମ କରିସାରିଛନ୍ତି। ପର୍ତୃଗାଲର ମାରିଓ ତ୍ରିନିଦାଦ ୧୮୨.୪ କିମି ଦୂରତା ଅତିକ୍ରମ କରି ଗିନିଜ୍‌ ବୁକ୍‌ରେ ସ୍ଥାନ ଅଧିକାର କରିଥିବା ବେଳେ କମଳାକାନ୍ତ ତାଙ୍କ ରେକର୍ଡ ଭାଙ୍ଗି ନୂଆ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇବା ପରେ ମଧ୍ୟ ଅଭିଯାନକୁ ଜାରି ରଖିଛନ୍ତି। ସେ ରାଜମହଲରୁ ମାଷ୍ଟରକ୍ୟାଂଟିନ ୧୬୧ ଥର ଅତିକ୍ରମ କରିସାରିଥିଲେ ମଧ୍ୟ ୨୦୦ ଥର ଅତିକ୍ରମ କରବା ପର୍ଯ୍ୟନ୍ତ ଅଭିଯାନ ଜାରି ରଖିବେ ବୋଲି କହିଛନ୍ତି।

ଗତକାଲି ଏକ ସ୍ବତନ୍ତ୍ର ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ପତାକା ଦେଖାଇ କମଳାକାନ୍ତଙ୍କ ହ୍ୱିଲ ଚେୟାରରେ ଯାତ୍ରାର ଶୁଭାରମ୍ଭ କରିଥିଲେ।  ଏହି ଅବସରରେ କ୍ରୀଡା ସଚିବ ଆର ଭିନିଲକ୍ରିଷ୍ଣା ଓ ଅଭିନେତା ସବ୍ୟସାଚୀ ମିଶ୍ର କମଳାକାନ୍ତଙ୍କ ଉଦ୍ୟମ ପାଇଁ ଶୁଭେଚ୍ଛା ଜଣାଇଥିଲେ । ପୂର୍ବରୁ ଅନେକ ରେକର୍ଡ ମଧ୍ୟ ହାସଲ କରିସାରିଛନ୍ତି କମଳାକାନ୍ତ । କମଳାକାନ୍ତଙ୍କ ଏହି ସଫଳତା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ, ବେଟର ଲାଇଫ ଫାଉଣ୍ଡେସନ ସହଯୋଗ କରିଛନ୍ତି ।

Leave A Reply

Your email address will not be published.