ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟିକା ନେବାକୁ ଯାଇଥିଲେ, ଚୋର କଳାକନା ବୁଲାଇଦେଲେ

ତମାଣ୍ଡୋ ଥାନା ଅଞ୍ଚଳରେ ମାତିଲେ ଚୋର | ଘର ଭିତରୁ ଦିନ ଦ୍ବିପହରରେ ଲୁଟି ନେଲେ ଲକ୍ଷାଧ୍ଵକ ଟଙ୍କାର ସୁନା ଅଳଙ୍କାର। ମିଳିଥିବା ଖବର ଅନୁଯାୟୀ, କଳିଙ୍ଗ ବିହାର କେ-୪ ଏଲଆଇଜି ପ୍ଲଟ ନଂ ୧୯୬ ରେ ରହୁଥିବା ସସ୍ମିତା ମହାପାତ୍ର ଗତକାଲି ଅପରାହ୍ନ ୩ ଟା ବେଳେ ନିଜ ଘର ତାଲା ପକାଇବା ସହ ଝିଅକୁ ପଡ଼ିଶା ଘରେ ଛାଡି କରୋନା ଟିକା ନେବାକୁ ଯାଇଥିଲେ। ୪ ଟା ୧୫ ରେ ଫେରିଲା ବେଳକୁ ଦେଖନ୍ତି ଯେ ତାଙ୍କ ଘର ତାଲା ଭାଙ୍ଗିଛି ଓ କବାଟ ଖୋଲା ଅଛି।

ଘର ଆଲମିରା ଲକର ଭାଙ୍ଗି ସେଥ୍‌ରେ ଥିବା ଏକ ଗହଣା ବ୍ୟାଗକୁ କେହି ଦୁର୍ବୃତ୍ତ ଚୋରି କରି ନେଇଛନ୍ତି। ଚୋରି ବ୍ୟାଗରେ ୪ ଟି ସୁନା ହାର, ୩ ଟି ସୁନା ଚେନ, ସୁନା ଚୁଡ଼ି ୪ ପଟ, ସୁନା ଶଙ୍ଖା ୪ ପଟ, ୩ ଟି ସୁନା ଲକେଟ୍, କାନ ର୨ ହଳ, ବ୍ରେସଲେଟ ଓ ରୁପା ପାଉଁଜି ରହିଥିଲା। ଚୋରି ଅଳଙ୍କାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ହେବ। ଏନେଇ ସସ୍ମିତା ମହାପାତ୍ର ତମାଣ୍ଡୋ ଥାନାରେ ଲିଖତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ ପତ୍ତା ପାଇପାରି ନାହିଁ ।

Leave A Reply

Your email address will not be published.