ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହାତ୍ମା ଗାନ୍ଧୀଙ୍କୁ ଗାଳି, ନାଥୁରାମ ଗଡସେଙ୍କୁ ନମସ୍କାର ଘଟଣା: ଆତ୍ମଘୋଷିତ ବାବା କାଳୀଚରଣ ଗିରଫ

ଛତିଶଗଡ଼: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ଆତ୍ମଘୋଷିତ ବାବା କାଳୀଚରଣଙ୍କୁ  ଛତିଶଗଡ଼ ପୁଲିସ ଗିରଫ କରିଛି। ପୁଲିସ ତାଙ୍କୁ ଗିରଫ କରିବାରେ ବିଫଳ ହେଉଥିବା ଅଭିଯୋଗକୁ ନେଇ ସାରା ଦେଶରେ ବଢ଼ିବାରେ ଲାଗିଥିଲା ଅସନ୍ତୋଷ । ମଧ୍ୟ ପ୍ରଦେଶର  ଖୁଜୁରାହୋରୁ ରାୟପୁର ପୋଲିସ ଆଜି କାଳୀଚରଣଙ୍କୁ ଗିରଫ କରିଛି । କାଳିଚରଣ ମହାରାଜଙ୍କ ନାଁରେ ରାୟପୁରର ୨ଟି ଥାନାରେ ମାମଲା ରୁଜୁ ହୋଇଥିଲା । ତାଙ୍କୁ ଗିରଫ କରାଯାଇଥିବା ନେଇ ରାୟପୁର ଏଏସପି ଅଭିଷେକ ମାହେଶ୍ୱରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ରାୟପୁର ଧର୍ମ ସଂସଦ-୨୦୨୧ରେ ମହାରାଷ୍ଟ୍ରରୁ ଆସିଥିବା ସନ୍ଥ କାଳୀଚରଣ ମଞ୍ଚରୁ ମହାତ୍ମା ଗାନ୍ଧୀଙ୍କୁ ଗାଳି ଦେଇଥିଲେ। ସେ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନମସ୍କାର ମଧ୍ୟ କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଜଣେ ସନ୍ଥଙ୍କ ମୁହଁରୁ ଏଭଳି ଭାଷା ଶୋଭାପାଏ ନାହିଁ ବୋଲି ଲୋକେ କହିଥିଲେ। ଅନ୍ୟ ସାଧୁସନ୍ୟାସୀମାନେ ମଧ୍ୟ କାଳୀଚରଣଙ୍କ ମନ୍ତବ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ। କଂଗ୍ରେସ ଏବଂ ଆପ୍‌ ପକ୍ଷରୁ ଏହି ବୟାନକୁ ତୀବ୍ର ବିରୋଧ କରାଯାଇଥିଲା। କଂଗ୍ରେସ ନେତା ପ୍ରମୋଦ ଦୁବେ ଏ ନେଇ ଟିକାରାପରା ଥାନାରେ ଏତଲା ରୁଜୁ କରିଥିଲେ। ସେ ଧର୍ମସଭାରେ ଗାନ୍ଧୀଙ୍କ ବିଷୟରେ ଭୁଲ୍‌ ସୂଚନା ପ୍ରଦାନ କରିଛନ୍ତି। ସେ କହିଥିଲେ ଯେ ରାଜନୀତି ମାଧ୍ୟମରେ ରାଷ୍ଟ୍ରକୁ କବ୍‌ଜା କରିବା ହିଁ ଇସ୍‌ଲାମର ଲକ୍ଷ୍ୟ। ୧୯୪୭ରେ ପାକିସ୍ତାନ ଏବଂ ବାଂଲାଦେଶକୁ କିପରି କବ୍‌ଜା କରାଗଲା ତାହା ଲୋକେ ଦେଖିଛନ୍ତି। ସେ ସମୟରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଦେଶର ସତ୍ୟାନାଶ କରିଥିଲେ। ଗାନ୍ଧୀଙ୍କୁ ମାରିଥିବା ନାଥୁରାମ ଗଡସେଙ୍କୁ କାଳୀଚରଣ ନମସ୍କାର କରିଥିଲେ। କାର୍ଯ୍ୟକ୍ରମର ଆୟୋଜକ ତଥା ରାଜ୍ୟ ଗୋସେବା ଆୟୋଗର ଅଧ୍ୟକ୍ଷ ମହନ୍ତ ରାମସୁନ୍ଦର ଦାସ ଏହି ମନ୍ତବ୍ୟକୁ ବିରୋଧ କରି ମଞ୍ଚ ତ୍ୟାଗ କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ କାଳୀଚରଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହାପରେ କାଳୀଚରଣ ଛତିଶଗଡ଼ରୁ ଫେରାର ହୋଇଯାଇଥିଲେ ।

Leave A Reply

Your email address will not be published.