ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପବିତ୍ର ନୂଆଁଖାଇ ଅବସରରେ ରାଜ୍ୟର ୩୭ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କୁ ୭୪୩ କୋଟି ଟଙ୍କାର କାଳିଆ ସହାୟତା ଭେଟି ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ନୂଆଁଖାଇ ଅବସରରେ ରାଜ୍ୟର ୩୭ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କୁ ୭୪୩ କୋଟି ଟଙ୍କାର କାଳିଆ ସହାୟତା ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨୦୨୧-୨୨ ବର୍ଷରେ ରବି ଫସଲ ପାଇଁ ‘କାଳିଆ’ ଯୋଜନାରେ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ସିଧା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ସହାୟତା ରାଶି ପଠାଯିବ । ଏଥିପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସବୁ ବ୍ୟବସ୍ଥା କରାଯାଇଛି ।

ଏହି ଯୋଜନାରେ ପୂର୍ବରୁ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନାରେ ଚାଷୀମାନେ ୩ଟି କିସ୍ତିରେ ୧୨ ହଜାର ୫୦୦ ଟଙ୍କା ପାଇଥାନ୍ତି । ଶେଷଥର ପାଇଁ ଏପ୍ରିଲ୧ ତାରିଖ ଦିନ ୩୪ଲକ୍ଷ ଚାଷୀଙ୍କୁ ୬୩୯.୯୪କୋଟି ଟଙ୍କା ଦିଆଯାଇଛି । ପୁରୀଜିଲ୍ଲା ବ୍ୟତିତ ସବୁ ଜିଲ୍ଲାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି ଟଙ୍କା ଯାଇଥିଲା । ଏହାପୁର୍ବରୁ ୪୨ଲକ୍ଷ ଚାଷୀଙ୍କ ଖାତାକୁ ୯୨୦କୋଟି ଟଙ୍କା ପଠାଯାଇଥିଲା । ସାରା ଦେଶରେ ଚାଷୀ ମାନଙ୍କ ପାଇଁ କାଳିଆ ଯୋଜନା ହେଉଛି ସବୁଠାରୁ ଭଲ ଯୋଜନା ଏହି ଯୋଜନାରେ କ୍ଷୁଦ୍ର ନାମମାତ୍ର ଓ ଭୂମିହୀନ ଚାଷୀ ବେଶ ଉପକୃତ ହେଉଛନ୍ତି । ଏଯାଏଁ ୫ଟି କିସ୍ତିରେ ଚାଷୀଙ୍କ ଖାତାକୁ ଟଙ୍କା ଦିଆସରିଛି ।

Leave A Reply

Your email address will not be published.