ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଲିସ ଓ ମାଓବାଦୀ ମଧ୍ଯରେ ଗୁଳିବିନିମୟ, ଜଣେ ମହିଳା ମାଓବାଦୀ ନିହତ

କଳାହାଣ୍ଡି: କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଅଞ୍ଚଳରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି।

ପୁଲିସ ସୂଚନା ମୁତାବକ, ଗତକାଲି ପୁଲିସ କିଛି ବିଶ୍ୱସ୍ତ ସୂତ୍ରରୁ ସୀମାନ୍ତ ଅଞ୍ଚଳରେ ମାଓବାଦୀ ଥିବା ନେଇ ଖବର ପାଇଥିଲା। ଏହାପରେ କିଛି ଏସ୍‌ଓଜି ଏବଂ ଡିଭିଏଫ୍‌ ଯବାନଙ୍କୁ ନେଇ ଯେଉଁ ଅଞ୍ଚଳରେ ମାଓବାଦୀ ରହିଥିବା ନେଇ ଖବର ମିଳିଥିଲା ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏବଂ ସେଠାରେ ମାଓବାଦୀ ରହିଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା । ସେମାନଙ୍କୁ ସରେଣ୍ଡର କରିବା ନେଇ କହିଥିଲା । କିନ୍ତୁ ମାଓବାଦୀମାନେ ଯବାନଙ୍କ କଥାରୁ ଖାତିର ନକରି ଓଲଟା ଗୁଳି ଚାଳନା କରିଥିଲେ। ଏଥିସହିତ ଏହି ସମୟରେ କିଛି ଆଇଡି ମଧ୍ୟ ବ୍ଳାଷ୍ଟ କରିଥିଲେ । ଫଳରେ ଆତ୍ମରକ୍ଷା ପାଇଁ ଯବାନମାନେ ମଧ୍ୟ ଗୁଳି ଚଳାଇଥିଲେ । ଉଭୟ ପକ୍ଷର ଏହି ଗୁଳି ଚାଳନା ଥମିବା ପରେ ସର୍ଚ୍ଚ କରିଥିଲେ ଯବାନ । ଏବଂ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ପାଇଥିଲେ । ଏଥିସହିତ କିଛି ମାଓ ପତ୍ରିକା ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ ।

Leave A Reply

Your email address will not be published.