bitcoin
Bitcoin (BTC) 2,271,880.78 1.58%
ethereum
Ethereum (ETH) 145,280.70 5.12%
tether
Tether (USDT) 77.07 0.59%
bnb
BNB (BNB) 24,459.67 4.60%
usd-coin
USD Coin (USDC) 77.44 0.23%
xrp
XRP (XRP) 30.21 3.80%
binance-usd
Binance USD (BUSD) 76.78 0.99%
cardano
Cardano (ADA) 38.25 4.63%
solana
Solana (SOL) 3,467.77 8.51%
polkadot
Polkadot (DOT) 736.34 5.00%

ବିଜେଡି କାଉନସିଲରଙ୍କୁ ସାଂସଦ ବସନ୍ତ ପଣ୍ଡାଙ୍କ ଧମକ : ମୋ ଗୋଡ଼ କାଟିବାକୁ ଚେଷ୍ଟା କଲେ ମୁଣ୍ଡ କାଟିଦେବି

ଜୁନାଗଡ଼ : ରାଜ୍ୟ ବିଜେପି ନେତାଙ୍କ ଗୁଣ୍ଡାଗିରି ଇତିହାସ ବରଗଡ଼଼ରୁ ବାଲେଶ୍ୱର, ମାଲକାନଗିରିରୁ ନୟାଗଡ଼଼ ପର୍ଯ୍ୟନ୍ତ ବ୍ୟାପିଛି। ଗତ ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ଏପରି ଅନେକ ଘଟଣା ଘଟିଛି, ଯେଉଁଥିରେ ବିଜେପି ନେତାମାନଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଛି। ମାତ୍ର ସର୍ବସାଧାରଣରେ ଜଣେ ସାଂସଦ ‘ମୁଣ୍ଡ କାଟ’ ଧମକ ଦେବା ଘଟଣା ବୋଧହୁଏ ପ୍ରଥମଥର ପାଇଁ ଘଟିଛି। ମହିଳା କର୍ମୀଙ୍କୁ ନିର୍ଯାତନା ଅଭିଯୋଗରେ ସୁନ୍ଦରଗଡ଼଼ ଓ ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ମୟୂରଭଞ୍ଜ ସାଂସଦ ଏବେ ଜାମିନରେ ଅଛନ୍ତି। ଏବେ ତାଙ୍କରି ଦଳର ଆଉ ଜଣେ ସାଂସଦ ମୁଣ୍ଡ କାଟ ଧମକ ରାଜ୍ୟ ବିଜେପି ନେତାଙ୍କ ଅସୂୟା ରାଜନୀତିକୁ ପୁଣି ପଦାରେ ପକାଇଛି।

ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ। ଜୁନାଗଡ଼଼ ପୌରାଞ୍ଚଳର ନବନିର୍ବାଚିତ କାଉନସିଲର ପ୍ରଥମ ବୈଠକରେ କୌଣସି ଘଟଣାକୁ ନେଇ ପାରିଷଦମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି ସମୟରେ ବୈଠକରେ ଉପସ୍ଥିତ ଥିବା ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କୁ ବିଜେଡିର କିଛି କାଉନସିଲର ଜୁନାଗଡ଼଼ର ବିକାଶ ଲାଗି କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହା ସହ କେନ୍ଦ୍ରୀୟ ବିଦ୍ୟାଳୟ, ରେଳପଥ ନିର୍ମାଣ ସଂକ୍ରାନ୍ତ କେତେକ ପ୍ରଶ୍ନ କରି ସାଂସଦଙ୍କୁ ଅଡ଼ୁଆରେ ପକାଇଥିଲେ। ଏହାପରେ ସାଂସଦ ଶ୍ରୀ ପଣ୍ଡାଙ୍କ ରାଗ ପଞ୍ଚମକୁ ଉଠି ଯାଇଥିଲା। ଅତ୍ୟନ୍ତ କ୍ରୋଧାନ୍ୱିତ ଭାବରେ ସେ ବିଜେଡି ସାଂସଦମାନଙ୍କ ଉଦ୍ଦେଶ୍ୟରେ କହିଥିଲେ- ‘ମୁଁ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇଛି। ମୋ ଗୋଡକୁ ଯିଏ କାଟିବା ପାଇଁ ଚେଷ୍ଟା କରିବ ତା’ର ମୁଣ୍ଡ କାଟିବା ପାଇଁ ପଛଘୁଞ୍ଚା ଦେବି ନାହିଁ।

ସାଂସଦଙ୍କ ଏହି ଅସ୍ୱାଭାବିକ ମନ୍ତବ୍ୟ ପରେ କାଉନସିଲ ବୈଠକରେ ନିରବତା ଛାଇ ଯାଇଥିଲା। ଜଣେ ସାଂସଦ ଭାବରେ ବିପକ୍ଷ ରାଜନୈତିକ ଦଳର କାଉନସିଲରମାନଙ୍କୁ ଏପରି ଧମକକୁ ସହଜରେ କେହି ଗ୍ରହଣ କରି ପାରି ନ ଥିଲେ। ଏହା ପରେ ପ୍ରବଳ ପାଟିତୁଣ୍ଡ ହୋଇଥିଲେ ମଧ୍ୟ ସାଂସଦ ନିଜ ବକ୍ତବ୍ୟ ପାଇଁ ଆଦୌ ଅନୁଶୋଚନା ପ୍ରକାଶ କରି ନ ଥିଲେ। ଯେଉଁ ଦଳର ପ୍ରଧାନମନ୍ତ୍ରୀ ନିଜକୁ ଦେଶର ସେବକ ଭାବରେ ପରିଚିତ କରୁଛନ୍ତି ଓ ନିଜ ଦଳର ନେତାମାନଙ୍କୁୁ ସାଧାରଣ ଲୋକଙ୍କ ସେବା କରିବାକୁ ଆହ୍ୱାନ ଦେଇଛନ୍ତି, ସେହି ଦଳର ସାଂସଦଙ୍କୁ ପ୍ରଶ୍ନ କଲେ ମୁଣ୍ଡକାଟ ଧମକ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏହାକୁ ନେଇ ଜିଲ୍ଲା ରାଜନୀତି ସରଗରମ ହୋଇଛି। ନିଜ ମନ୍ତବ୍ୟ ପ୍ରତ୍ୟାହାର ସହ ସାଂସଦ କ୍ଷମାପ୍ରାର୍ଥନା କରିବା ଆବଶ୍ୟକ ବୋଲି ବିଜେଡି କାଉନସିଲର ମାନେ ଦାବି କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜୁନାଗଡ଼଼ ଏନ୍‍ଏସିର ୧୨ଟି ୱାର୍ଡମଧ୍ୟରୁ ୧୦ଟିରେ ବିଜେଡି ବିଜୟୀ ହୋଇ ସଂଖ୍ୟାର ଗରିଷ୍ଠତା ହାସଲ କରିଛି। ମାତ୍ର ଅଧ୍ୟକ୍ଷ ପଦ ସହ ଦୁଇଟି କାଉନସିଲର ପଦ ୨ଟି ବିଜେପିର ଭାଗରେ ପଡ଼ିଛି। ଅଧ୍ୟକ୍ଷ ବିଜେପିର ହୋଇଥିବା କାରଣରୁ ଆଜିର ପ୍ରଥମ ବୈଠକରେ ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ଥିଲେ।

Leave a comment