ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାକଟପୁରର ମା’ ମଙ୍ଗଳା ପୀଠ: ଜାଣନ୍ତୁ କ’ଣ ରହିଛି କିମ୍ବଦନ୍ତୀ ଓ ଏଠାକୁ କିପରି ଯିବେ….

ଜଗତର ନାଥ ଜଗନ୍ନାଥଙ୍କ ଦାରୁର ଠିକଣା ବତାଉଥିବା ମା ’ମଙ୍ଗଳାଙ୍କ ପୀଠଟି ଓଡ଼ିଶାର ପ୍ରମୁଖ ଦେବୀ ପୀଠ ମଧ୍ୟରେ ଅନ୍ୟତମ। ମା’ଙ୍କ ଆବିର୍ଭାବକୁ ନେଇ ବିଭିନ୍ନ ପୁରାଣରୁ ବିଭିନ୍ନ କଥା ଶୁଣିବାକୁ ମିଳେ। କିଏ କୁହେ ମାମଙ୍ଗଳା ଲଙ୍କାର ଦେବୀ ତ ଆଉ କିଏ ମାଆଙ୍କୁ ସର୍ବଭାରତୀୟା ଓ ସର୍ବ ଉତ୍କଳୟା ଦେବୀ ବୋଲି କହିଥାନ୍ତି। ବାମନ ମହାପୁରାଣ,ନାରଦୀୟ ମହାପୁରାଣ, ଲିଙ୍ଗ ମହାପୁରାଣ, ପଦ୍ମ ମହାପୁରାଣ,ସ୍କନ୍ଦ ପୁରାଣ ଆଦି ବିଭିନ୍ନ ପୁରାଣରେ ମା’ ମଙ୍ଗଳା ଙ୍କ ବିଷୟରେ ବର୍ଣ୍ଣନା ଦେଖିବାକୁ ମିଳେ। କିମ୍ବଦନ୍ତୀ ଅନୁସାରେ, ଦିନେ ମା’ ମଙ୍ଗଳାଙ୍କ ବିଗ୍ରହ ପ୍ରାଚୀ ଗର୍ଭରେ ନିମଗ୍ନ ହୋଇ ଅନେକ କାଳ ପର୍ଯ୍ୟନ୍ତ ଅଜ୍ଞାତ ଅବସ୍ଥାରେ ରହିଥିଲା । ଶେଷରେ ପ୍ରାଚୀ ଗର୍ଭରୁ ଉଦ୍ଧାର ହୋଇ ପ୍ରଥମେ ମଙ୍ଗଳପୁର ତା ପରେ କାକଟପୁର ଗ୍ରାମରେ ଅବସ୍ଥାପିତ ହୋଇ ପୂଜା ପାଇଲେ। ଏହି ଦେବୀ ପୀଠକୁ ପ୍ରତ୍ୟହ ଭକ୍ତ ଆସି ମା’ଙ୍କୁ ଆରାଧନା କରିଥାନ୍ତି। ଗଙ୍ଗା ନଦୀଠୁ ସହସ୍ର ବର୍ଷ ବଡ଼ ପ୍ରାଚୀ ନଦୀର କୂଳରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଛି। ପ୍ରାୟ ଛଅ ଫୁଟ ଛଅ ଇଞ୍ଚ ଓ ଚାରିଫୁଟ ଛଇଞ୍ଚ ପ୍ରସ୍ଥ ବିଶିଷ୍ଟ ଏକ ନିଖୁଣ କଳା ମୁଗୁନି ପ୍ରସ୍ତର ଦେହରେ ମା’ଙ୍କର ମାନବକୃତି ବିଗ୍ରହ।

ଭୋର ୪ଟାରୁ ମାଙ୍କ ଦ୍ୱାର ଫିଟି ମହାସ୍ନାନ ପରେ ପାର୍ଶ୍ଵ ଦେଵତାଙ୍କ ସ୍ନାନ ପରେ ସୂର୍ଯ୍ୟ ପୂଜା ପରେ ବଲ୍ଲଭ ଧୂପ, ସକାଳ ୧୦ଟାରେ ସକାଳ ଅନ୍ନ ଧୂପ,୧୨ଟାରେ ଦ୍ୱିପ୍ରହର ଅନ୍ନ ଧୂପ ଓ ଭଅଣ୍ଡ ଧୂପ ହୁଏ। ରାତ୍ରିରେ ଅନ୍ନ ଧୂପ ସହିତ ବଡ଼ ସିଂହାର ଧୂପ ସରିଲା ପରେ ପହୁଡ଼ ପଡିଥାଏ। ବର୍ଷ ତମାମ ଭକ୍ତଙ୍କ ଭିଡ଼ ଲାଗିରହି ଥାଏ।  ବାର ମାସରେ ତେର ପର୍ବରେ ଚୈତ୍ର ମାସରେ ମାଙ୍କ ପାଳିଯାତ୍ରା ପ୍ରାୟ ଏକ ମାସ ଧରି ଲାଗି ରହିଥାଏ। ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ନେତୋତ୍ସବ ସହ ପାଟୁକା ନାଚ ଅନୁଷ୍ଠିତ ହୋଇଥାଏ। ତୃତୀୟ ପାଳି ଯାତ୍ରା ଠାରୁ ପଞ୍ଚମ ପାଳି ଯାତ୍ରା ପର୍ଯ୍ୟନ୍ତ ରାତ୍ରିରେ କାଳିକା ନାଚ ଅନୁଷ୍ଠିତ ହୋଇଥାଏ। ଝାମୁଯାତ୍ରା ଦିନ ଘଣ୍ଟ ପାଟୁକା ମାନେ ନିଆଁରେ ପ୍ରବେଶ କରିଥାନ୍ତି।ଦେବସ୍ନାନ ପୂର୍ଣ୍ଣିମାରେ ମା ଙ୍କର ସର୍ବାଙ୍ଗକୁ ଚନ୍ଦନରେ ଆବୃତ କରାଯାଏ। ଶ୍ରାବଣ ମାସରେ ଝୁଲଣ ଯାତ୍ରା,ଭାଦ୍ରବ ମାସରେ ଜନ୍ମାଷ୍ଟମୀ, କାଳୀୟ ଦଲନ ଏକାଦଶୀ,ସୁନିଆଁର ନବାନ୍ନ ଭୋଗ,ଅଶ୍ୱିନ ମାସରେ ମାଙ୍କର ସ୍ୱତନ୍ତ୍ର ସନ୍ଧ୍ୟା ବେଶମାନ,ପୌଷରେ ପହଲି ଭୋଗ,ଫାଲଗୁନ ରେ ଦୋଳ ଭୋଗ ଆଦି ବିଭିନ୍ନ ଉତ୍ସବ ପାଳନ କରାଯାଇଥାଏ। ମାଙ୍କ ମନ୍ଦିରର ପୂଜା ନୀତି ଜଗନ୍ନାଥ ମନ୍ଦିରର ପୂଜା ନୀତି ସହିତ ସାମଞ୍ଜସ୍ୟ ରହିଥିବାର ଦେଖାଯାଏ। ଜଗନ୍ନାଥଙ୍କ ପ୍ରତେହ ୬ଟି ଧୂପ ହୋଇଥାଏ, ମାଆ ୃଙ୍କର ମଧ୍ୟ ୬ଟି ଧୂପ। ଜଗନ୍ନାଥ ମନ୍ଦିରରେ ବଡ଼ସିଂହାର ଧୂପ ପୂର୍ବରୁ ଗୀତଗୋବିନ୍ଦ ଗାନ କରାଯାଇଥାଏ,ମା ଙ୍କ ମନ୍ଦିରରେ ମଧ୍ୟ ସେପରି ହୋଇଥାଏ।ମା ଙ୍କ ମନ୍ଦିରରେ ପୂଜା ନୀତି ପାଇଁ  ବିଭିନ୍ନ ନିଯୋଗ ବ୍ୟବସ୍ଥା ରହିଥିବାରୁ ମାନଙ୍କର ଦୈନଦିନ ନୀତି ସୁରୁଖୁରୁରେ ଆପଣାଛାଏଁ ସମ୍ପନ୍ନ ହୋଇଥାଏ।ମାଙ୍କ ମୂର୍ତ୍ତି ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ। ଏହି ପୀଠକୁ ପୁରୀ,ଭୁବନେଶ୍ୱର, କଟକ,ପାରାଦ୍ୱୀପ ଚାରିଆଡୁ ଗମନାଗମନ ର ସଂଯୋଗ ରହିଛି। ମା ଙ୍କୁ ଦର୍ଶନ ସହ ଦେଉଳୀ ମଠ,ଜାହାନିଆ ବେଳା ଭୂମି,ଗଙ୍ଗା ଦେବୀ ମୁହାଣରେ ବୋଟ ଯାତ୍ରାରୁ ଅପୂର୍ବ ଅନୁଭବ ମିଳିଥାଏ।

ଏଥିସହିତ ପଢ଼ନ୍ତୁ

କିପରି ଯିବେ-ଭୁବନେଶ୍ୱର ରୁ କାକଟପୁର ୬୦ କିଲୋମିଟର,କଟକରୁ କାକଟପୁର ୭୦ କିଲୋମିଟର,ପୁରୀରୁ କାକଟପୁର ୬୦,ଜଗତସିଂହପୁର ରୁ କାକଟପୁର୍ ୬୦ କିଲୋମିଟର। ସବୁ ପଟରୁ ଏହି ପୀଠକୁ ଆସିବା ନିମନ୍ତେ ବସ ସୁବିଧା ରହିଛି।

ଅନ୍ୟାନ୍ୟ ସ୍ଥାନ ପର୍ଯ୍ୟଟକମାନେ କଟକ,ଭୁବନେଶ୍ୱର ପଟୁ କାକଟପୁର ଆସିଲେ ବାଟରେ ଅମରେଶ୍ୱର ଠାରେ ପ୍ରାଚୀନ କାରୁକାର୍ଯ୍ୟ ରେ ଭ୍ର ବରାହୀ ମନ୍ଦିର ଦେଖି ପାରିବେ,ମା ଙ୍କ ଦର୍ଶନ ସାରି ଜଗନ୍ନାଥଙ୍କ ଏନ୍ତୁଡ଼ିଶାଳ ଦେଉଳିମଠ, ଅସ୍ତରଙ୍ଗସ୍ଥ ଜାହାନିଆ ବେଳାଭୂମି,ନୂଆଗଡ଼ ମାଛଧରା ବନ୍ଦର, ଗଙ୍ଗା ଦେବୀ ମୁହାଁଣର ପ୍ରାକୃତିକ ରାଜିକୁ ଉପଭୋଗ କରିପାରିବେ।

Leave A Reply

Your email address will not be published.