ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୁବ ଶୀଘ୍ର କାଇ ପିମ୍ପୁଡି ଚଟଣୀକୁ ମିଳିବ ଜିଆଇ ଟ୍ୟାଗ

ଡିସେମ୍ବର ୬ରେ ଓୟୁଏଟିରେ ପରାମର୍ଶ କମିଟି ବୈଠକ

ବାରିପଦା:ଆଦିବାସୀଙ୍କ ଖାଦ୍ୟ କାଇ ପିମ୍ପୁଡିକୁ ମିଳିବ ଜିଆଇ ଟ୍ୟାଗ । ମୟୂରଭଞ୍ଜ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର(୨) ଯଶିପୁର ପକ୍ଷରୁ ଆରମ୍ଭ ହୋଇଥିବା ପ୍ରୟାସ ସଫଳ ହେବାକୁ ଯାଉଛି । ମାନ୍ୟତା ପ୍ରଦାନ ପ୍ରକ୍ରିିୟାରେ ଅଗ୍ରଗତି ମଧ୍ୟ ଦେଖିବାକୁ ମିଳିଛି । ଏନେଇ ଡିସେମ୍ବର ୬ତାରିଖରେ ଭୁବନେଶ୍ୱର କୃଷି ବୈଷୟିକ ବିଶ୍ୱବଦ୍ୟାଳୟ(ଓୟୁଏଟି)ରେ ହେବ ପରାମର୍ଶ କମିଟିର ବୈଠକ । କେନ୍ଦ୍ର ସରକାରଙ୍କ ଜେଗ୍ରାଫିକାଲ ଇଣ୍ଡିକେସନ ପକ୍ଷରୁ ପତ୍ର ମାଧ୍ୟମରେ ଏନେଇ ଅବଗତ କରାଯାଇଛି । ଆବେଦନ କରିଥିବା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସହିତ କାଇ ସମାଜର କର୍ମକର୍ତ୍ତା । ବୈଠକରେ ପ୍ରଡ୍ୟୁସର ଗ୍ରୁପ ସର୍ବାଧବକ ୫ଜଣ ସଦସ୍ୟ ଯୋଗଦେଇପାରିବେ ବୋଲି ପତ୍ରରେ ଉଲ୍ଲେଖ ରହିଛି । ଆଦିମ ଆଦିବାସୀ ବହୁଯୁଗରୁ ଥଣ୍ଡା, କାଶ, କଫ, ଛିଙ୍କ ଓ ଜ୍ୱର ହେଲେ କାଇ ପିମ୍ପୁଡ଼ି ଚଟଣି ବାଟି ସେବନ କରି ସୁସ୍ଥ ହୋଇଥାନ୍ତି । ଯାହା ଆଜି ମଧ୍ୟ ପ୍ରଚଳିତ । ଆଦିବାସୀଙ୍କ ଏହି ଗାଉଁଲି ଔଷଧର ଗବେଷଣା କଲେ ସମ୍ଭବତଃ କରୋନାର ପ୍ରତିଷେଧକ ମିଳିପାରବ ବୋଲି ମୟୂରଭଞ୍ଜର ଯୁବ ଇଂ ନୟାଧର ପଢ଼ିଆଳ ଯୁକ୍ତି ବାଢ଼ିଛନ୍ତି । ଏନେଇ ଯୁକ୍ତ ସମ୍ବଳିତ ପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ଆୟୂଷ, ଆଇସିଏମଆର ଓ ସିଏସଆଇଆରର ଡ଼ାଇରେକ୍ଟର ଜେନେରାଲଙ୍କୁ ପ୍ରଦାନ କରଛନ୍ତି । ପରନ୍ତୁ କୌଣସି ଗଷେଣା କରାନ ଯିବାରୁ ଯନ୍ତ୍ରୀ ଜଣଙ୍କ ଉଚ୍ଚନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ଦାଏର କରିଥିଲେ । ତାଙ୍କର ଯୁକ୍ତି ହେଲା, ଆଦିମ ଆଦିବାସୀ ବହୁଯୁଗରୁ ଥଣ୍ଡା, କାଶ, କଫ, ଛିଙ୍କ ଓ ଜ୍ୱର ହେଲେ କାଇ ପିମ୍ପୁଡ଼ି ଚଟଣି ବାଟି ସେବନ କରି ସୁସ୍ଥ ହେଉଥିଲେ । ଯାହା ଆଜି ମଧ୍ୟ ପ୍ରଚଳିତ । ଆଦିବାସୀଙ୍କ ଏହି ଗାଉଁଲି ଔଷଧର ଗବେଷଣା କଲେ ସମ୍ଭବତଃ କରୋନାର ପ୍ରତିଷେଧକ ମିଳିପାରବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ତେବେ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ପରେ ଏହାର ଗବେଷଣା ସମ୍ଭାବନା ଅଧିକ ରହିଛି ବୋଲି ଯନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.