ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିବାହ ଆଳରେ ନାବାଳିକାଙ୍କୁ ଦୁଷ୍କର୍ମ

ଖଣ୍ଡଗିରି : ପ୍ରଥମେ ପ୍ରେମ ଓ ପରବର୍ତ୍ତୀ ସମୟରେ ବିବାହ କରିବା ଆଳ ଦେଖାଇ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବାରମ୍ୱାର ଦୁଷ୍କର୍ମ କରିବା ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇ ଯାଇଥିଲେ। ତେବେ ନାବାଳିକା ଜଣକ ଗର୍ଭବତୀ ଥିବା ଜାଣିବା ପରେ ପ୍ରେମିକ ଆଉ ଧରାଛୁଅାଁ ଦେଇନଥିଲା। ତେବେ ଏନେଇ ୧୫ ବର୍ଷୀୟା ନାବାଳିକା ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। ଚନ୍ଦକା ଥାନା ଅନ୍ତର୍ଗତ କଣ୍ଟାବାଡ଼ ପଞ୍ଚାୟତର ନୋଧରା ଗାଁରେ ଥିବା ଏକ ଷ୍ଟୁଡିଓରେ ଡ୍ରାଇଭର ଭାବେ କାମ କରୁଥିବା ଦୀପକ ଜାନି ଏକ ବର୍ଷ ପୂର୍ବେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲା। ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା।

ପରେ ନାବାଳିକା ଜଣକ ଗର୍ଭବତୀ ହୋଇ ଯାଇଥିଲେ। ଦୀପକ ତାଙ୍କ ସହିତ ଆଉ କୌଣସି ସମ୍ପର୍କ ରଖି ନଥିଲା ଓ ଗର୍ଭନଷ୍ଟ କରିବାକୁ ବାଧ୍ୟ କରିଥିଲା। ଏହାରି ଭିତରେ ନାବାଳିକା ଜଣକ ୮ ମାସର ଗର୍ଭବତୀ ହୋଇଯାଇଥିଲେ। ତେବେ ଦୁଇ ଦିନ ପୂର୍ବେ ନାବାଳିକା ଜଣକ ଦୀପକକୁ ଯୋଗାଯୋଗ କରିବାରୁ ସେ ତାଙ୍କୁ ଫୋନ କରିବାକୁ ବାରଣ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ନାବାଳିକା ଜଣକ ନିରୁପାୟ ହୋଇ ଚନ୍ଦକା ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଥିଲେ। ନାବାଳିକାଙ୍କ ଅଭିଯୋଗ ଆଧାରରେ ପୁଲିସ ଦଫା ୩୭୬ (୨) (ଏନ୍‍), ୩୭୬ (୩) ଓ ୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି। ସନ୍ଧ୍ୟାରେ କଣ୍ଟାବାଡ଼ ଅଞ୍ଚଳରେ ଚଢ଼ଉ କରି ଅଭିଯୁକ୍ତକୁ ଥାନାକୁ ଉଠାଇ ଆଣି ପଚରାଉଚରା କରିବା ସହିତ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.