ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେଲେ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର, ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି

କଟକ : ଜଷ୍ଟିସ ସଂଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କାର୍ୟ୍ୟରେ ଯୋଗଦାନ ଦିନଠାରୁ ତାଙ୍କ ନିଯୁକ୍ତିକୁ ଗଣନା କରାଯିବ।
In exercise of the power conferred under the Constitution of India, the President, after consultation with the Chief Justice of India, is pleased to appoint Judges/Additional Judges in the following High Courts:- @rashtrapatibhvn @KirenRijiju @spsinghbaghelpr pic.twitter.com/cXkUesNqDL
— Department of Justice-India (@DoJ_India) June 3, 2022
ଜଷ୍ଟିସ ସଂଜୟ କୁମାର ମିଶ୍ରଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ । ବିଚାରପତି ପାଇଁ ସଞ୍ଜୟ କୁମାର ମିଶ୍ରଙ୍କ ନାଁ ସୁପାରିସ କରିଥିଲେ ସୁପ୍ରିମକୋର୍ଟ କଲେଜିୟମ । ଏଥି ସହ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୨ ଜଣ ବିଚାରପତି, ଅତିରିକ୍ତ ଜଜଙ୍କୁ ବିଭିନ୍ନ ରାଜ୍ୟର ହାଇକୋର୍ଟରେ ନିଯୁକ୍ତି ଦେଇଛନ୍ତି ।