ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେରଳ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଜନ୍ମ ପ୍ରମାଣପତ୍ରରେ କେବଳ ଉଲ୍ଲେଖ ରହିପାରିବ ମାଆଙ୍କ ନାମ

ନୂଆଦିଲ୍ଲୀ: ପ୍ରଚଳିତ ଧାରାରେ କୌଣସି ଦସ୍ତାବିଜ୍‌ରେ ଜଣଙ୍କର ପିତାଙ୍କ ନାମ ଉଲ୍ଳେଖ ରହିବା ପ୍ରାବଧାନ ରହିଛି। କିନ୍ତୁ ଜନ୍ମ ପ୍ରମାଣ ପତ୍ର ଠାରୁ ଆରମ୍ଭ କରି ମୃତ୍ୟୁ ପ୍ରମାଣ ପତ୍ର ଭଳି ସମସ୍ତ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ରେ ଜଣେ କେବଳ ନିଜ ମାଆଙ୍କ ନାମ ମଧ୍ୟ ଉଲ୍ଲେଖ କରିପାରିବେ ବୋଲି କେରଳ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ପ୍ରକାଶ କରିଛନ୍ତି। ଦେଶର ପ୍ରତ୍ୟେକ ନାଗରିକଙ୍କ ଅଧିକାରକୁ ସମ୍ମାନ ଓ ସୁରକ୍ଷା ଦେବାକୁ ଆମ ସମ୍ବିଧାନରେ ବ୍ୟବସ୍ଥା ରହିଛି। କିନ୍ତୁ ଯେଉଁମାନେ ବିନା ବୈବାହିକ ବନ୍ଧନରେ ଜନ୍ମ ହେଉଛନ୍ତି କିମ୍ବା ଜଣେ ମହିଳା ଯଦି ଦୁଷ୍କର୍ମର ଶିକାର ହୋଇ ଜଣେ ପିଲାକୁ ଜନ୍ମ ଦେଉଛି, ସେ କ୍ଷେତ୍ରରେ ପିଲାର ବାପା ନାମ କେଉଁଠୁ ଆସିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ଏହିକ୍ରମରେ ହାଇକୋର୍ଟ ଜଷ୍ଟିସ ପି ଭି କିହ୍ନିକ୍ରିଷ୍ଣନ୍‌ ମହାଭାରତର ମହାଯୋଦ୍ଧା କର୍ଣ୍ଣଙ୍କ ଉଦହାରଣ ଦେଇ କହିଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ ମହାରାଣୀ କୁନ୍ତି କର୍ଣ୍ଣଙ୍କୁ ତାଙ୍କର ଜନ୍ମ ସମ୍ପର୍କରେ କିଛି କହି ନଥିଲେ ସେ ପର୍ଯ୍ୟନ୍ତ କର୍ଣ୍ଣ ନିଜର ପିତାମାତା କିଏ ତାହା ଜାଣି ନଥିଲେ। ହେଲେ କୁନ୍ତି ହିଁ ତାଙ୍କର ମାଆ ବୋଲି କହିବା ପରେ କେବଳ କର୍ଣ୍ଣ ନୁହନ୍ତି ସମସ୍ତେ ତାଙ୍କର ପରଚୟ ଜାଣିଥିଲେ। କାହାର ପରିଚୟ ନେଇ ଆଜିକାଲିର ଆଧୁନିକ ସମାଜରେ ସେଭଳି ଘଟଣାର ପୁନରାବୃତ୍ତି ନ ହେବା ଉଚିତ ବୋଲି ଜଷ୍ଟିସ କିହ୍ନକ୍ରିଷ୍ଣନ ଜନ୍ମ ପ୍ରମାଣପତ୍ରିକା ସମ୍ପର୍କିତ ଏକ ମାମଲାର ଶୁଣାଣି କରିବା ଅବସରରେ କହିଛନ୍ତି। ବିବାହ କରି ନ ଥିବା ଜଣେ ମହିଳା ଜନ୍ମ ଦେଇଥିବା ସନ୍ତାନର ମଧ୍ୟ ମୌଳିକ ଅଧିକାର ରହିଛି। ସେ ବି ଏ ଦେଶର ନାଗରିକ। ତେଣୁ ସାମ୍ବିଧାନିକ ବ୍ରବସ୍ଥା ଅନୁସାରେ ତା’ର ବି ଅଧିକାରକୁ ସମ୍ମାନ ଦିଆଯିବା ଉଚିତ। ଆମ ସମାଜରେ ‘ବାଷ୍ଟାର୍ଡ’ (ଅବୈଧ ସନ୍ତାନ) ଶଦ୍ଦର ବ୍ୟବହାର ରହିଆସିଛି। କିନ୍ତୁ ଏଭଳି ଶଦ୍ଦକୁ କେବଳ ଶଦ୍ଦକୋଷ ମଧ୍ୟରେ ସୀମିତ ରଖିବାକୁ କୋର୍ଟ କହିଛନ୍ତି। କିନ୍ତୁ ସମାଜରେ ଏହି ଶଦ୍ଦକୁ କେହି କାହା ବିରୋଧରେ ବ୍ୟବହାର ନ କରନ୍ତୁ। ଆଜିକାଲିର ଇରାଜୀ ପଢୁଆ ଯୁବ ପିଢି ମଧ୍ୟରେ ଏହି ଶଦ୍ଦର ବ୍ୟବହାର ଅଧିକ ଦେଖିବାକୁ ମିଳେ। କିନ୍ତୁ ଯେଉଁମାନଙ୍କ ଉଦ୍ଦେଶ୍ୟରେ ଏହି ଶଦ୍ଦର ବ୍ୟବହାର କରାଯାଏ ସେମାନେ ବି ଏ ଦେଶର ନାଗରିକ ଏବଂ ସେମାନଙ୍କ ବି ସମ୍ମାନ ରହିବା ଉଚିତ।

Leave A Reply

Your email address will not be published.