ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାରାଦ୍ୱୀପରେ ଇସ୍ପାତ ପ୍ରକଳ୍ପ ପାଇଁ ବାଟ ଫିଟିଲା : ଜେଏସ୍‍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‍କୁ ପରିବେଶ ମଞ୍ଜୁରୀ

ଭୁବନେଶ୍ୱର/ଜଗତସିଂହପୁର : ଓଡ଼ିଶା ହେବ ଦେଶର ଇସ୍ପାତ ଉତ୍ପାଦନ କେନ୍ଦ୍ର। ମୁଖ୍ୟମନ୍ତ୍ରୀ ନବୀନ୍‍ ପଟ୍ଟନାୟକ ଓଡ଼ିଶାକୁ ଦେଶର ଇସ୍ପାତ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୩୦ ସୁଦ୍ଧା ରାଜ୍ୟରେ ବାର୍ଷିକ ୧୦୦ ନିୟୁତ ଟନ୍‍ ଇସ୍ପାତ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି କ୍ରମରେ ଜେଏସ୍‍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‍ ଲିମିଟେଡ୍‍ (ଜେୟୁଏସ୍‍ଏଲ୍‍)କୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରରାଳୟ ଆନୁଷଙ୍ଗିକ ମଞ୍ଜୁରୀ ପ୍ରଦାନ କରିଛି। ଏହି ଅନୁମୋଦନ ଲାଭ ପରେ ରାଜ୍ୟର ଜଗତ୍‍ସିଂହପୁରରେ ଜେଏସ୍‍ଡବ୍ଲ୍ୟୁ ଗ୍ରୁପ ପକ୍ଷରୁ ପ୍ରତିଷ୍ଠା ହେବାକୁ ଥିବା ବାର୍ଷିକ ୧୩.୨ ନିୟୁତ ଟନ୍‍ (ଏମ୍‍ଡିପିଏ) କ୍ଷମତା ବିଶିଷ୍ଟ ବୃହତ୍‍ ଇସ୍ପାତ କାରଖାନା ନିମନ୍ତେ ପଥ ପରିଷ୍କାର ହୋଇଯାଇଛି। ଏହି କାରଖାନା ପ୍ରତିଷ୍ଠାରେ ଜେଏସ୍‍ଡବ୍ଲ୍ୟୁ ଗ୍ରୁପ ୬୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବ; ଏବଂ କାରଖାନା କାର୍ଯ୍ୟକ୍ଷମ ହେଲେ ୭୨,୦୦୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ମିଳିବ। ଦେଶର ଏହା ଏକକ ବୃହତ୍‍ ଇସ୍ପାତ ଶିଳ୍ପ ମାନ୍ୟତା ପାଇବ।

୧୯୯୯ ମସିହାରେ ରାଜ୍ୟ ମାତ୍ର ୪ ମିଲିୟନ୍‍ ଟନ୍‍ ଇସ୍ପାତ ଉତ୍ପାଦନ କରୁଥିଲା। ୨୦୦୦ ମସିହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ୱ ନେବା ପରେ ଇସ୍ପାତ କ୍ଷେତ୍ରକୁ ଅଧିକ ଧ୍ୟାନ ଦେଇଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟରେ ଗୋଟିକ ପରେ ଗୋଟିଏ ଇସ୍ପାତ କାରଖାନା ସ୍ଥାପନ ହୋଇଛି। ଏହିକ୍ରମରେ ଅନୁଗୋଳରେ ଜେଏସ୍‍ପିଏଲ୍‍ , କଳିଙ୍ଗ ନଗରରେ ଟାଟା ପକ୍ଷରୁ ଇସ୍ପାତ କାରଖାନା ସ୍ଥାପନ ହୋଇଛି। ଅନୁରୂପ ଭାବରେ ଜଗତ୍‍ସିଂହପୁର ଜିଲ୍ଲାର ପାରାଦ୍ୱୀପରେ ଜେଏସ୍‍ଏଲ୍‍ ଓ କେନ୍ଦ୍ରାପଡ଼ାରେ ମିତ୍ତଲ କମ୍ପାନୀପକ୍ଷରୁ ଇସ୍ପାତ କାରଖାନା ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କାରଖାନାଗୁଡ଼ିକରୁ ଉତ୍ପାଦନ ଆରମ୍ଭ ହେଲେ ଓଡ଼ିଶା ସାରା ଦେଶରେ ସର୍ବାଧିକ ଇସ୍ପାତ ଉତ୍ପାଦନ କରୁଥିବା ରାଜ୍ୟରେ ପରିଣତ ହୋଇପାରିବ। ୨୦୧୬-୧୭ ମସିହାରେ ଓଡ଼ିଶାର ଅଶୋଧିତ ଇସ୍ପାତ ଉତ୍ପାଦନ ଅଭିବୃଦ୍ଧି ୧୮% ହୋଇଥିଲା। ସେହିପରି ୨୦୧୭-୧୮, ୨୦୧୮-୧୯, ୨୦୧୯-୨୦ ଏବଂ ୨୦୨୦-୨୧ରେ ଯଥାକ୍ରମେ ୧୬%, ୧୭%, ୧୯% ଏବଂ ୨୧% ରହିଛି। ଅନୁରୂପ ଭାବେ ରାଜ୍ୟର ଉତ୍ପାଦିତ ହେଉଥିବା ଇସ୍ପାତର ବିନିଯୋଗ ମଧ୍ୟ ବୃଦ୍ଧି ପାଇଛି। ୨୦୧୬-୧୭ରେ ୭୫%, ୨୦୧୭-୧୮ରେ ୬୨%, ୨୦୧୮-୧୯ରେ ୭୩%, ୨୦୧୯-୨୦ରେ ୮୦% ଏବଂ ଗତ ୨୦୨୦-୨୧ରେ ୮୫% ବ୍ୟବହାର କରାଯାଇଥିଲା। ରାଜ୍ୟରେ ଇସ୍ପାତ ଉତ୍ପାଦନ ୨୫.୪୬% ଅଭିବୃଦ୍ଧି ହୋଇଛି। ବିଗତ ୫ ବର୍ଷରେ ୩.୮% ରାଜ୍ୟର ଇସ୍ପାତ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଛି। ଇସ୍ପାତ ଉତ୍ପାଦନ ହିଁ ରାଜ୍ୟରେ ବୃହତ ଏବଂ ବିଦେଶୀ ପୁଞ୍ଜିନିବେଶର ବାଟ ଫିଟାଇଛି। ୨୦୧୬-୧୭ ମସିହାରେ ୧୭,୭୪୧ ଟନ୍‍ ଇସ୍ପାତ ବ୍ୟବହାର ହୋଇଥିବା ବେଳେ ଗତ ୨୦୨୦-୨୧ରେ ଏହା ବୃଦ୍ଧି ପାଇଁ ୨୧,୪୩୨ ଟନ୍‍ ରେ ପହଞ୍ଚିପାରିଛି।

୧୩ ବିଲିୟନ୍‍ ଡଲାରରେ ଜେଏସ୍‍ଡବ୍ଲ୍ୟୁ ଗ୍ରୁପ୍‍ର ସହଯୋଗୀ କମ୍ପାନୀ ଜେଏସ୍‍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‍ ଲିମିଟେଡ଼୍‍ (ଜେୟୁଏସ୍‍ଏଲ୍‍) ଗ୍ରୀନଫିଲ୍ଡ ଇଣ୍ଟିେଗ୍ରେଟଡ୍‍ ଷ୍ଟିଲ ପ୍ଲାଣ୍ଟ (ଆଇଏସ୍‍ପି) ପ୍ରତିଷ୍ଠା ନିମେନ୍ତ ପରିବେଶ ମଞ୍ଜୁରି ହାସଲ କରିଛି। ଏହି କାରଖାନାରେ ୧୩.୨ ନିୟୁତ ଟନ୍‍ ଅଶୋଧିତ ଇସ୍ପାତ ଉତ୍ପାଦନ ହୋଇପାରିବ। ୨,୯୫୦ ଏକର ଅଞ୍ଚଳରେ ଏହି ପ୍ରୋଜେକ୍ଟରେ ମାତ୍ର ୨.୬ ଏକର ଘରୋଇ ଜମିରେ କାମ ହେବ। ଯେଉଁଥିପାଇଁ ଜମି ମାଲିକଙ୍କ ସହମ୍ମତି ମିଳିସାରିଛି। ଓଡ଼ିଶାସରକାର ଏଥିପାଇଁ ଜମି ପ୍ରଦାନ କରିବା ମାତ୍ରେ ପର୍ଯ୍ୟାୟ ଭିତ୍ତିରେ ପ୍ରକଳ୍ପକାମ ଆରମ୍ଭ ହେବ।ଅନୁମୋଦନ ପ୍ରାପ୍ତ ଏହି ପ୍ରକଳ୍ପ ଉତ୍ପାଦନ କ୍ଷେତ୍ରରେ ଦେଶରେ ସବୁଠାରୁ ବଡ଼ପ୍ରୋଜେକ୍ଟ ମଧ୍ୟରୁ ଅନ୍ୟତମ। ଏଥିରେ ବାର୍ଷିକ ୧୦ ମିଲିୟନ ଟନ୍‍ରସିମେଣ୍ଟଗ୍ରାଇଣ୍ଡିଙ୍ଗ ୟୁନିଟ୍‍ ରହିଛି, ଯାହା ଇସ୍ପାତ ତିଆରିରେ ଉତ୍ପାଦିତ ସ୍ଲାଗ୍‍ର ପ୍ରକ୍ରିୟାକରଣ କରିବ।ଏହି ପ୍ରକଳ୍ପରେ ଏକ ୯୦୦ ମେଗାୱାଟ୍‍ କ୍ୟାପ୍‍ଟିଭ୍‍ ପାୱାର ପ୍ଲାଣ୍ଟଣ୍ଟଏବଂ ୫୨ ଏମ୍‍ଟିପି ହ୍ୟାଣ୍ଡଲିଂ କ୍ଷମତା ବିଶିଷ୍ଟ କ୍ୟାପ୍‍ଟିଭ୍‍ଜେଟି ମଧ୍ୟ ରହିଛି।

ପୂର୍ବରୁ ଜେଏସ୍‍ଡବ୍ଲ୍ୟୁ ଉତ୍କଳ ଷ୍ଟିଲଟର୍ମର୍ ଅଫ୍‍ ରେଫରେନ୍ସ (ଟିଓଆର୍‍) ନିମନ୍ତେ ପରିବେଶ ଓ ଜଙ୍ଗଲମନ୍ତ୍ରଣାଳୟ ନିକଟରେ ଆବେଦନ କରିଥିଲା। ସମ୍ପୃକ୍ତ ଇଏସିର ଯାଞ୍ଚଞ୍ଚ ପରେ ୪ ବର୍ଷ ମଧ୍ୟରେଏହି ପ୍ଲାଣ୍ଟକୁ ପରିବେଶମଞ୍ଜୁରୀମିଳିଛି। ଇସ୍ପାତକୁ ଶିଳ୍ପ ବିକାଶର ମେରୁଦଣ୍ଡ ଭାବେ ବିବେଚନା କରାଯାଏ। ଆଧୁନିକ ଅର୍ଥନୀତିର ବିକାଶରେ ଷ୍ଟିଲ୍‍ ବେଶ୍‍ ଗୁରୁତ୍ୱପୂର୍ଣ୍ଣ। ଜେଏସ୍‍ଡବ୍ଲ୍ୟୁ ଏହାର ପ୍ରମୁଖ ପରିଚାଳନା ଏବଂ ନିଷ୍ପତ୍ତି ନେବା ଦିଗରେ ସର୍ବଦା ସ୍ଥିରତାକୁ ଗୁରୁତ୍ୱଦେଇଛି। ଏଥିସହ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସୁଧାର ଆଣିବା ନିମନ୍ତେ ସର୍ବୋତ୍ତମ ଉପଲବ୍ଧ ଜ୍ଞାନକୌଶଳ (ବ୍ୟାଟ୍‍) ଆପଣାଇଛି। ଜେଏସ୍‍ଡବ୍ଲ୍ୟୁ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଏକ ନିର୍ଦ୍ଦିଷ୍ଟ ନୀତି ଗ୍ରହଣ କରିଛି। ୨୦୦୫ ବର୍ଷ ଆଧାରରେ ୨୦୩୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନରେ ୪୨ ପ୍ରତିଶତ ହ୍ରାସ ପାଇଁ ଲକ୍ଷ୍ୟ ରଖିଛି ବୋଲି କମ୍ପାନୀ ସୂଚନା ଦେଇଛି।

Leave A Reply

Your email address will not be published.