ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନାରେ ମୃତ ସାମ୍ବାଦିକ ପ୍ରବୀରଙ୍କ ପତ୍ନୀଙ୍କୁ ମିଳିଲା ୧୫ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ବର: ମହାମାରୀ କରୋନାରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିବା ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ସହାୟତା ମିଳିଛି । ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଖୋର୍ଦ୍ଧା ଜିଲ୍ଲାପାଳ ଦିବଙ୍ଗତ ସାମ୍ବାଦିକ ପ୍ରବୀରଙ୍କ ପତ୍ନୀଙ୍କୁ ଅନୁକମ୍ପା ମୂଳକ ସହାୟତା ଦେଇଛନ୍ତି। ଜିଲ୍ଲାପାଳଙ୍କ ଠାରୁ ପ୍ରବୀରଙ୍କ ପତ୍ନୀ ସୁଚିସ୍ମିତା ସ୍ୱାଇଁ ୧୫ ଲକ୍ଷ ଟଙ୍କାର ଚେକ୍ ଗ୍ରହଣ କରିଛନ୍ତି । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ପ୍ରବୀରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ।

ସୂଚନା ଅନୁଯାୟୀ, କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ନ୍ୟୁଜ୍-୧୮ର ପ୍ରତିନିଧି ପ୍ରବୀର ପ୍ରଧାନଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏ ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। କରୋନା ପୀଡ଼ିତ ପ୍ରବୀର ଗତ ବର୍ଷ ନଭେମ୍ବର ୫ ତାରିଖରେ ମୃତ୍ୟୁବରଣ କରିଥିଲେ। ଆଇଆଇଏମସିରୁ ସାମ୍ବାଦିକତା ପାଠ୍ୟକ୍ରମ ଶେଷ ପରେ ସେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ଯ କରିଥିଲେ । ଜଣେ କ୍ରାଇମ ରିପୋର୍ଟର ଭାବରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ବାପା ମଧ୍ଯ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ । ଏହାପରେ ପ୍ରବୀର ନିଜେ ସଂକ୍ରମିତ ହୋଇ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କର ପତ୍ନୀ ଓ ଗୋଟିଏ ଛୋଟ ଝିଅ ଅଛନ୍ତି।

 

Leave A Reply

Your email address will not be published.