ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଞ୍ଚଭୂତରେ ଲୀନ ହେଲେ ସାମ୍ବାଦିକ ଅରିନ୍ଦମ ଦାସ

ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲେ ସାମ୍ବାଦିକ ଅରିନ୍ଦମ ଦାସ । ତାଙ୍କ ଅକାଳ ବିୟୋଗ ପରେ କେନ୍ଦୁଝରରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଜନ୍ମମାଟିରେ କେନ୍ଦୁଝର ପାଟଣା ବ୍ଲକ ରାଜନଗର ରାଇକଳା ଗ୍ରାମରେ ଶୋକାକୂଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ । ଅରିନ୍ଦମଙ୍କ ପତ୍ନୀ ଓ ମା’ ସମ୍ପୂର୍ଣ୍ଣ ବାକଶୂନ୍ୟ ହୋଇପଡିଛନ୍ତି। ସୂଚନା ଅନୁଯାୟୀ, ବୈତରଣୀ ନଦୀକୂଳରେ ଅରିନ୍ଦମଙ୍କ ଶେଷକୃତ୍ୟ ହୋଇଛି । ଏହି ଅବସରରେ ଶେଷ ଦର୍ଶନ କରିଛନ୍ତି ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ।

ଉଲ୍ଲେଖଯୋଗ୍ୟ, ଗତକାଲି ହାତୀ ଉଦ୍ଧାର ବେଳେ ଓଡ୍ରାଫ୍ ବୋଟ୍ ଓଲଟି ଯାଇଥିଲା। ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଥିଲା। ବୋଟ୍ ଓଲଟିବା ପରେ ଓଡ୍ରାଫ୍ ଟିମ୍ ସହ ଘରୋଇ ଟିଭି ଚ୍ୟାନେଲର ପ୍ରତିନିଧି ଓ କ୍ୟାମେରାମ୍ୟାନ ଭାସି ଯାଇଥିଲେ । ଭାସିଯିବାର କିଛି ସମୟ ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଦେଶୀ ଡଙ୍ଗାରେ ଅରିନ୍ଦମଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରବର୍ତ୍ତୀ ସମୟରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଥିଲା। ୨ ଗଣମାଧ୍ୟମ ପ୍ରତିନିଧିଙ୍କ ଅବସ୍ଥା ଗୁରୁତର ରହିଥିଲା। ଏହି ଅଘଟଣରେ ଅରିନ୍ଦମ ଦାସଙ୍କ ଅକାଳ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.