ପୁଲିସ ଓ ବନବିଭାଗର ମିଳିତ ଚଢାଉ: ରାଜଧାନୀରେ ବହୁରୂପୀ ଏଣ୍ଡୁଅ ଡିଲ ବେଳେ ଧରାପଡ଼ିଲେ ଜେଜେ ଓ ନାତି

ଭୁବନେଶ୍ବର: ବହୁରୂପୀ ଏଣ୍ଡୁଅ ଡିଲ ବେଳେ ମାଡି ବସିଲା ବନ ବିଭାଗ। ରାଜଧାନୀ ଭୁବନେଶ୍ୱରରେ ଏହି ରାକେଟ୍ ଠାବ ହୋଇଥିବା ବେଳେ  ୨ ଜଣ ଅଭିଯୁକ୍ତ ଗିରଫ ହେଉଛନ୍ତି । ଦୁଇ ଗିରଫ ଅଭିଯୁକ୍ତ ସମ୍ପର୍କରେ ଜେଜେ ଓ ନାତି ବୋଲି ଜଣାପଡ଼ିଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ରଶ୍ମି ରଞ୍ଜନ ଦାସ ଓ କ୍ଷୀରୋଦ ମହାନ୍ତି । ଜଟଣିର ଜଣେ ବ୍ୟକ୍ତିଙ୍କଠୁ ଏଭଳି ଏଣ୍ଡୁଅ ଚାଲାଣ ବେଳେ ଧରାପଡିଛନ୍ତି ଏହି ଜେଜେ ଓ ନାତି । ଦୁହିଁଙ୍କୁ  ପଚରା ଉଚରା ଚାଲିଛି। ସେମାନଙ୍କ ଲିଙ୍କ ନେଇ ଅଧିକ ଖୋଳତାଡ଼ କରାଯାଉଥିବା ସୂଚନା ଦେଇଛି ବନ ବିଭାଗ ।

ସୂଚନା ଅନୁଯାୟୀ,  ଆଜି ମଧ୍ୟାହ୍ନ ସମୟରେ ବହୁରୂପୀ ଏଣ୍ଡୁଅ ବିକ୍ରି କରିବାକୁ ଭୁବନେଶ୍ୱର ବାଣୀବିହାର ନିକଟ ମୁଖାର୍ଜୀ ପାର୍କକୁ ଯାଇଥିଲେ ଜେଜେ ଓ ନାତି। ସେଠାରେ ପୂର୍ବରୁ ପ୍ରସ୍ତୁତ ରହିଥିଲା ବନବିଭାଗ ଟିମ୍‌। ଗ୍ରାହକ ସାଜି ଏଣ୍ଡୁଅ କିଣିବାକୁ ସେମାନଙ୍କ ସହ କଥା ହେବା ବେଳେ ଉଭୟଙ୍କୁ ମାଡ଼ି ବସିଲେ ବନ କର୍ମଚାରୀ। ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ବନ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଥିଲା।

ଖବର ଅନୁଯାୟୀ, ଉଭୟ ରଶ୍ମି ରଞ୍ଜନ ଓ କ୍ଷୀରୋଦ ଜଟଣୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୫୦ ହଜାର ଟଙ୍କାରେ ଏକ ବହୁରୂପୀ ଏଣ୍ଡୁଅ କିଣିଥିଲେ। ତାହାକୁ ଗୋଟିଏ ଦିନ ରଖିବା ପରେ ଦେଢ ଲକ୍ଷରେ ବିକ୍ରି ପାଇଁ ଯୋଜନା କରିଥିଲେ। ବନ ବିଭାଗ ଜାଣି ପାରି ଟିମ୍‌ ଗଠନ କରି ସେମାନଙ୍କ ସହ ଡିଲ୍‌ କରିଥିଲେ। ଏହାପରେ ଉକ୍ତ ଏଣ୍ଡୁଅକୁ ଆଣିବାକୁ ମୁଖାର୍ଜୀ ପାର୍କ ନିକଟକୁ ଯାଇ ୨ ଅଭିଯୁକ୍ତଙ୍କୁ ଧରିଛି ବନ ବିଭାଗ ଟିମ୍‌। ତେବେ ଜଟଣୀର ଯେଉଁ ବ୍ୟକ୍ତି ଏହି ଡିଲ କରିଥିଲେ କିଣିବା ପାଇଁ ତାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ ବନ ବିଭାଗ । ଉଭୟ ଅଜା ନାତିଙ୍କୁ ପଚରା ଉଚୁରା କରାଯାଉଛି ।

Leave a comment