ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନ ପାଇଁ ଅମେରିକାର ବଡ ଘୋଷଣା : ଅସ୍ତ୍ରଶସ୍ତ୍ର ସହ ଦେବ ଆର୍ଥିକ ସହାୟତା, ଶରଣାର୍ଥୀଙ୍କୁ ଆମେରିକାରେ ରହିବାକୁ ଦିଆଯିବ ସ୍ଥାନ

ନୂଆଦିଲ୍ଲୀ : ୨୦ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ୨୦ ଦିନରେ ୨୦ ସହରରେ ଚାଲିଛି ଧ୍ୱଂସର ତାଣ୍ଡବ । କିଭ୍ ଦଖଲ କରିବା ପାଇଁ ଋଷ କିଭ୍ ଉପରେ କରୁଛି ବାରମ୍ବାର ଏୟାର ଷ୍ଟ୍ରାଇକ । ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧରେ ଶହ ଶହ ସଂଖ୍ୟାରେ ସୈନିକ ଓ ସାଧାରଣ ଲୋକଙ୍କ ମୃତ୍ୟୁ ହେଲାଣି। ଏହାରି ଭିତରେ ରୁଷ ବିରୋଧରେ ଲଢ଼ିବାକୁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି। ଏହାସହ ଆମେରିକାରେ ୟୁକ୍ରେନ ଶରଣାର୍ଥୀଙ୍କୁ ରହିବା ଲାଗି ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ବାଇଡେନ୍। ସେମାନଙ୍କୁ ଅର୍ଥ, ଖାଦ୍ୟ ଓ ଅନ୍ୟ ମାନବିକତା ସହାୟତା ଦେବାକୁ ଘୋଷଣା କରିଛନ୍ତି ବାଇଡେନ୍‌।

ବାଇଡେନ୍ ୟୁକ୍ରେନକୁ ମାନବୀୟ ସହାୟତା ଓ ସେଠାରେ ଥିବା ଶରଣାର୍ଥୀଙ୍କୁ ଆମେରିକାରେ ରହିବାକୁ ଦିଆଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି । ବାଇଡେନ୍ ଏକ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।ଜୋ ବାଇଡେନ କହିଛନ୍ତି, ‘ୟୁକ୍ରେନ ନିଜକୁ ରକ୍ଷା କରିବା ପାଇଁ ଆମେ ଅସ୍ତ୍ରଶସ୍ତ୍ର ଯୋଗାଇବୁ। ଆମେ ୟୁକ୍ରେନବାସୀଙ୍କ ଜୀବନ ବଞ୍ଚାଇବା ପାଇଁ ଟଙ୍କା, ଖାଦ୍ୟ ଏବଂ ସହାୟତା ପଠାଇବୁ। ଏଥିସହ ଆମେ ୟୁକ୍ରେନ ଶରଣାର୍ଥୀଙ୍କୁ ମଧ୍ୟ ଖୋଲା ହୃଦୟରେ ସ୍ୱାଗତ କରିବୁ।’ଏ ଆମେରିକା ବର୍ଷକ ମଧ୍ୟରେ ୟୁକ୍ରେନକୁ ୧.୨ ବିଲିୟନ୍ ଡଲାରରୁ ଅଧିକ ଅର୍ଥରାଶିର ସୁରକ୍ଷା ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି । କେବଳ ଆମେରିକା ନୁହେଁ ଅନେକ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ୟୁକ୍ରେନକୁ ସହାୟତା କରିବାକୁ ଆଗକୁ ଆସିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଦେଶ ଯୁଦ୍ଧରେ ସାମିଲ୍ ହୋଇନାହାନ୍ତି ।

ଅନ୍ୟପଟେ ଆଜି ପୁଣି ଥରେ ଋଷ-ୟୁକ୍ରେନ ମଧ୍ୟରେ ହେବ ଆଲୋଚନା । ସୋମବାର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହୋଇଥିଲା । ଭିଡିଓ କନଫରେନସିଂ ଜରିଆରେ ଏହି ଆଲୋଚନା ହୋଇଥିଲା । ହେଲେ ଅନ୍ୟାନ୍ୟ କାମ ପାଇଁ ଦୁଇ ପକ୍ଷ ଗତକାଲି ବୈଠକକୁ ଅଧାରେ ସ୍ଥଗିତ ରଖିଥିଲେ । ତେଣୁ ଆଜି ପୁଣି ଥରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ ।ଗତକତାଲି ଆଲୋଚନା ବେଳେ ୟୁକ୍ରେନ ପ୍ରତିନିଧି ଦାବି କରିଥିଲେ ତୁରନ୍ତ ଋଷ ଅସ୍ତ୍ରବିରତି ଘୋଷଣା କରୁ । ଏବଂ ଆଲଚୋନାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସିଧାସଳଖ ସାମିଲ ହୁଅନ୍ତୁ ବୋଲି ଜୋଲେନସ୍କିଙ୍କ ପ୍ରତିନିଧି ଦାବି କରିଥିଲେ । ବେଲାରୁସ ସୀମାରେ ଦୁଇ ଦେଶର ବୈଠକ ତୃତୀୟ ଥର ପାଇଁ ବିଫଳ ହୋଇଥିଲ।। ଏହାପରେ ତୁର୍କୀରେ ମଧ୍ୟ ବୈଠକ ବସିଥିଲା । କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା ।

Leave A Reply

Your email address will not be published.